Advertisment

ରାଷ୍ଟ୍ରପତି ପାଇଁ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ, କାହା ପାଖରେ କେତେ ଭୋଟ୍‌ ରହିଛି

ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଅଭିନନ୍ଦନର ସୁଅ ଛୁଟିଛି। କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ବିଜୟ ହେଲେ ସେ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି। ୧୯୯୭ରେ ରାଇରଙ୍ଗପୁରର କାଉନସିଲର ହୋଇଥିବା ଦ୍ରୌପଦୀ ଦେଶର ସବୋର୍ଚ୍ଚ ଆସନ ପାଇଁ ନାମାଙ୍କନ ଭରିବେ।  ୨୦ ଜୁନ୍ ୧୯୫୮ରେ ମୟୁରଭଞ୍ଜ କୁସୁମୀ ବ୍ଲକର ଉପରବେଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ।  ଭୁବନେଶ୍ୱର ରମାଦେବୀ କଲେଜରୁ ୧୯୭୯ରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ । […]

ଅଦ୍ୟତନ ହୋଇଛି
ରାଷ୍ଟ୍ରପତି ପାଇଁ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ, କାହା ପାଖରେ କେତେ ଭୋଟ୍‌ ରହିଛି

Draupadi

Advertisment

ନୂଆଦିଲ୍ଲୀ: ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଅଭିନନ୍ଦନର ସୁଅ ଛୁଟିଛି। କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ବିଜୟ ହେଲେ ସେ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି। ୧୯୯୭ରେ ରାଇରଙ୍ଗପୁରର କାଉନସିଲର ହୋଇଥିବା ଦ୍ରୌପଦୀ ଦେଶର ସବୋର୍ଚ୍ଚ ଆସନ ପାଇଁ ନାମାଙ୍କନ ଭରିବେ।  ୨୦ ଜୁନ୍ ୧୯୫୮ରେ ମୟୁରଭଞ୍ଜ କୁସୁମୀ ବ୍ଲକର ଉପରବେଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ।  ଭୁବନେଶ୍ୱର ରମାଦେବୀ କଲେଜରୁ ୧୯୭୯ରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ । ପରେ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗରେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇବା ପରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ । ୧୯୯୭ ମସିହାରେ କାଉନସିଲର ଭାବେ ନିର୍ବାଚନ ଲଢ଼ି ରାଇରଙ୍ଗପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।  ୨୦୦୦ ମସିହାରେ ପ୍ରଥମ ଥର ପାଇଁ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେହିବର୍ଷ ତାଙ୍କୁ ମିଳିଥିଲା ମନ୍ତ୍ରୀ ପଦ । ଦୁଇ ଥର ବିଧାୟିକା ଓ ମନ୍ତ୍ରୀ ରହିବା ପରେ ଜଣେ ସକ୍ରିୟ ବିଜେପି କର୍ମୀ ଓ ଆଦିବାସୀ ଚେହେରା ଭାବେ ସାରା ରାଜ୍ୟରେ ପରିଚିତ ଥିଲେ ଦ୍ରୌପଦୀ ।  ତାଙ୍କୁ ପ୍ରଥମ ଥର ପାଇଁ ମହିଳା ଆଦିବାସୀ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡ ଦାୟିତ୍ୱ  ମିଳିଥିଲା। ୨୦୧୫ରୁ ୨୦୨୧ ପୁରା ୫ ବର୍ଷ ଯାଏଁ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ସେ କାର୍ଯ୍ୟ କରିଥିଲେ । ବ୍ୟାଙ୍କ ମ୍ୟାନେଜର ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିବା ଦ୍ରୌପଦୀଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।  ଦୁଇ ପୁଅଙ୍କ ଦେହାନ୍ତ ହୋଇଥିବା ବେଳେ ଝିଅ ଇତିଶ୍ରୀ ମୁର୍ମୁ ରଗବୀ ଖେଳାଳି ଗଣେଶ ହେମ୍ରମଙ୍କୁ ବିବାହ କରିଛନ୍ତି।

Advertisment

ତେବେ ଆସନ୍ତୁ ନଜର ପକାଇବା ରାଷ୍ଟ୍ରପତି ନିର୍ବାଚନ ବେଳେ କାହା ପାଖରେ ରହିଛି କେତେ ଭୋଟ୍।  କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନିଜ ମେଣ୍ଟ ଦଳ ସହ ୧୭ଟି ରାଜ୍ୟରେ କ୍ଷମତାରେ ରହିଛି । ଏହାପରେ ବିଜେପି ପାଖରେ ୪୮.୯ ପ୍ରତିଶତ ଭୋଟ୍ ରହିଛି।  ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଭଳି ବଡ଼ ରାଜ୍ୟରେ କଂଗ୍ରେସ ଓ ମେଣ୍ଟ ଶାସନରେ ରହିଛି। ଏବେ ବିପକ୍ଷରେ ଥିବା କଂଗ୍ରେସ ପାଖରେ ରହିଛି ୨୧.୯% । ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡ଼ୁରେ ଡିଏମେ, କେରଳରେ ବାମ, ଦିଲ୍ଲୀ-ପଂଜାବରେ ଆପ୍ ଏବେ କ୍ଷମତାରେ ରହିଛି ।

ଏହି ଦୃଷ୍ଟିରୁ ଆଞ୍ଚଳିକ ଦଳ ଓ ଅନ୍ୟାନ୍ୟ ପାର୍ଟି ପାଖରେ ୧୯.୭ ପ୍ରତିଶତ ଓ ୯.୫ ପ୍ରତିଶତ ରହିଛି।  ଏହି ସଂଖ୍ୟାକୁ ଦେଖିଲେ ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱବହନ କରୁଛି । ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ୱାଇଏସଆର କଂଗ୍ରେସ, ଓଡ଼ିଶାରେ ବିଜେଡି ଏବଂ ତେଲେଙ୍ଗାନାରେ ଟିଆରଏସ ପାଖରେ ରହିଛି ମ୍ୟାଜିକ୍ ନମ୍ବର । ୱାଇଏସଆର କଂଗ୍ରେସ ପାଖରେ ୪ ପ୍ରତିଶତ, ବିଜେଡି ପାଖରେ ୨.୯ ପ୍ରତିଶତ ଏବଂ ଟିଆରଏସ ପାଖରେ ୨.୨ ପ୍ରତିଶତ ଭୋଟ୍ ରହିଛି ।  ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଓ ରାଜ୍ୟସଭାର ଦୁଇ ଗୃହର ସମସ୍ତ ସାଂସଦ, ସବୁ ରାଜ୍ୟର ବିଧାୟକଙ୍କ ଭୋଟ୍‌କୁ  ମିଶାଇ ଫଳାଫଳ ଘୋଷଣା ହୋଇଥାଏ । ପ୍ରତି ସାଂସଦଙ୍କ ଭୋଟ୍‌ର ମୂଲ୍ୟ ୭୦୮ ହୋଇଥିବା ବେଳେ ରାଜ୍ୟର ଜନସଂଖ୍ୟା ଭିତ୍ତିରେ ଏହାର ମୂଲ୍ୟ ରାଜ୍ୟଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତରପ୍ରଦେଶରେ ସବୁଠୁ ଅଧିକ ୧୫.୬%, ମହାରାଷ୍ଟ୍ର ୯.୩୩%, ପଶ୍ଚିମବଙ୍ଗରେ ୮.୧୬%,  ବିହାର ୭.୭୫%, ତାମିଲନାଡ଼ୁରେ ୭.୬୫% ଏବଂ ଓଡ଼ିଶାରେ ୪.୦୪% ଭୋଟ୍ ରହିଛି।

Advertisment
President Election Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe