Advertisment

ବିଜେପିକୁ ବଡ଼ ଝଟକା, ସପାରେ ମିଶିଲେ ଯୋଗୀଙ୍କ କ୍ୟାବିନେଟ ସଦସ୍ୟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେପିକୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଏହାପରେ ସେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା)ରେ ସାମିଲ ହୋଇଛନ୍ତି। ତାଙ୍କ ସହ ବିଜେପିର ଶତାଧିକ କର୍ମୀ ଓ ନେତା ମଧ୍ୟ ସପାରେ ମିଶିଛନ୍ତି। ଅଖିଲେଶ ଯାଦବ ଟ୍ୱିଟ କରି ଶ୍ରୀ ମୌର୍ଯ୍ୟ ଓ ଅନ୍ୟମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ଆଗକୁ ବିଜେପିର ଆଉ […]

ବିଜେପିକୁ ବଡ଼ ଝଟକା, ସପାରେ ମିଶିଲେ ଯୋଗୀଙ୍କ କ୍ୟାବିନେଟ ସଦସ୍ୟ

SP

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେପିକୁ ବଡ଼ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଏହାପରେ ସେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା)ରେ ସାମିଲ ହୋଇଛନ୍ତି।

Advertisment

ତାଙ୍କ ସହ ବିଜେପିର ଶତାଧିକ କର୍ମୀ ଓ ନେତା ମଧ୍ୟ ସପାରେ ମିଶିଛନ୍ତି। ଅଖିଲେଶ ଯାଦବ ଟ୍ୱିଟ କରି ଶ୍ରୀ ମୌର୍ଯ୍ୟ ଓ ଅନ୍ୟମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ଆଗକୁ ବିଜେପିର ଆଉ କିଛି ବିଧାୟକ ମଧ୍ୟ ସପାରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ଶ୍ରୀ ମୌର୍ଯ୍ୟ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ “ବିପରୀତ ଆଦର୍ଶ ସତ୍ତ୍ୱେ ମୁଁ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ବେଶ ନିଷ୍ଠାର ସହ କାମ କରୁଥିଲି। କିନ୍ତୁ ଏବେ ଦଳିତ, ଓବିସି, ଚାଷୀ, ବେକାରୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ସେମାନଙ୍କ ସ୍ୱର ଚାପି ଦିଆଯାଉଛି। ଏହି କାରଣ ପାଇଁ ମୁଁ କ୍ୟାବିନେଟରୁ ଇସ୍ତଫା ଦେଉଛି।” ତେବେ ଏହି ଚିଠି ସାମ୍ନାକୁ ଆସିବା ପୂର୍ବରୁ ଶ୍ରୀ ମୌର୍ଯ୍ୟ ସପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିବା ସହ ଦଳରେ ମିଶି ସାରିଥିଲେ।

Advertisment

ଓବିସି ବର୍ଗର ଜଣେ ଶକ୍ତିଶାଳୀ ନେତା ହେଉଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ସେ ଏକାଧିକ ଥର ବିଧାୟକ ହୋଇଛନ୍ତି। ୨୦୧୬ରେ ସେ ମାୟାବତୀଙ୍କ ବିଏସ୍‌ପି ଛାଡ଼ି ବିଜେପିରେ ମିଶିଥିଲେ। ୨୦୧୭ ବିଧାନସଭା ନିର୍ବାଚନ ବେଳେ ସେ ବିଜେପି ଟିକେଟରୁ ପାଡ୍ରୌନା ଆସନରୁ ଜିତିଥିଲେ। ତାଙ୍କ ଝିଅ ସଂଘମିତ୍ରା ଏବେ ଉତ୍ତର ପ୍ରଦେଶର ଜଣେ ବିଜେପି ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି।

କେବଳ ଶ୍ରୀ ମୌର୍ଯ୍ୟ ନୁହନ୍ତି, ୩ଥରର ବିଧାୟକ ରୋଶନ ଲାଲ ବର୍ମା ମଧ୍ୟ ବିଜେପି ଛାଡ଼ୁଥିବା ଘୋଷଣା କରିଛନ୍ତି। ସେ ସପାରେ ମିଶିବେ କି ନାହିଁ, ସେକଥା ଜଣାପଡ଼ିନି।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିଜେପି ନ ଛାଡ଼ିବାକୁ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ମୁଁ ଜାଣିନି କାହିଁକି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଲେ। କିନ୍ତୁ ମୁଁ ତାଙ୍କୁ ଏପରି ପଦକ୍ଷେପ ନ ନେବାକୁ ଅନୁରୋଧ କରୁଛି। ସେ ଆଲୋଚନାକୁ ଆସନ୍ତୁ। ତରବରିଆ ଭାବେ ଏପରି ପଦକ୍ଷେପ ବୁମେରାଂ ସାବ୍ୟସ୍ତ ହୋଇପାରେ।

ସୂଚନାଯୋଗ୍ୟ, ଫେବୃଆରୀ ୧୦ରୁ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ମୋଟ ୭ଟି ପର୍ଯ୍ୟାୟରେ ଲୋକମାନେ ୪୦୩ ଆସନ ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe