ଉପନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଟିଏମସିରେ ସାମିଲ୍ ହେଲେ ବିଜେପି ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ଉପ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଏହାରି ପରେ ପରେ ବିଜେପିକୁ ଝଟକା ଲାଗିଛି। ଦଳର ବିଧାୟକ ସୋମେନ ରୟ ଦଳ ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି। କାଲିଗଞ୍ଜର ବିଜେପି ବିଧାୟକ ସୋମେନ ରାୟ ବିଜେପିରେ ସାମିଲ୍ ହେବା ପୂର୍ବରୁ ଟିଏମସିରେ ଥିଲେ। ତେଣୁ ସୋମେନଙ୍କ ପାଇଁ ଏହା ଘର ବାହୁଡା। ବିଜେପି ଟିକେଟରୁ ବିଧାନସଭା ନିର୍ବାଚନରେ ସେ ବିଜୟୀ ହେବା ପରେ  ଦଳରେ କିନ୍ତୁ ସକ୍ରିୟ ନଥିଲେ। ଟିଏମସି ନେତାଙ୍କ […]

somen-roy

somen-roy

Subhransu Sekhar
  • Published: Saturday, 04 September 2021
  • Updated: 04 September 2021, 04:48 PM IST

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ଉପ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଏହାରି ପରେ ପରେ ବିଜେପିକୁ ଝଟକା ଲାଗିଛି। ଦଳର ବିଧାୟକ ସୋମେନ ରୟ ଦଳ ଛାଡ଼ି ଟିଏମସିରେ ସାମିଲ୍ ହୋଇଛନ୍ତି। କାଲିଗଞ୍ଜର ବିଜେପି ବିଧାୟକ ସୋମେନ ରାୟ ବିଜେପିରେ ସାମିଲ୍ ହେବା ପୂର୍ବରୁ ଟିଏମସିରେ ଥିଲେ। ତେଣୁ ସୋମେନଙ୍କ ପାଇଁ ଏହା ଘର ବାହୁଡା। ବିଜେପି ଟିକେଟରୁ ବିଧାନସଭା ନିର୍ବାଚନରେ ସେ ବିଜୟୀ ହେବା ପରେ  ଦଳରେ କିନ୍ତୁ ସକ୍ରିୟ ନଥିଲେ। ଟିଏମସି ନେତାଙ୍କ ସହ ତାଙ୍କର ସମ୍ପର୍କ ବଢ଼ାଇ ଦଳକୁ ଫେରିବାକୁ ଉଦ୍ୟମ କରୁଥିଲେ।

ବିଧାନସଭା ନିର୍ବାଚନରେ ବିଜେପି ମୋଟ୍ ୭୧ଟି ଆସନ ଜିତିଥିଲା। ହେଲେ ବିଗତ ଚାରି ସପ୍ତାହ ମଧ୍ୟରେ ୪ଜଣ ବିଜେପି ବିଧାୟକ ଟିଏମସିରେ ସାମିଲ୍ ହୋଇସାରିଛନ୍ତି। ଯାହାକି ଶାସକ ଦଳ ପାଇଁ ଶକ୍ତ ଝଟକା ହୋଇଛି। ଟିଏମସି ନେତା ପାର୍ଥ ଚାଟାର୍ଜୀ କହିଛନ୍ତି, ବିଜେପି ବିଧାୟକ ସୋମେନ ରୟ ଆମ ଦଳରେ ସାମିଲ୍ ହୋଇଛନ୍ତି। ସେ ପଶ୍ଚିମବଙ୍ଗ ଏବଂ ଉତ୍ତର ବେଙ୍ଗଲର ବିକାଶ ପାଇଁ କାମ କରିବେ।

ଅନ୍ୟପଟେ ଆଜି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପଶ୍ଚିମବଙ୍ଗ ବିଧାନସଭାର ଖାଲିଥିବା ୩ଟି ବିଧାନସଭା ଆସନ ପାଇଁ ସେପ୍ଟେମ୍ୱର ୩୦ରେ ଉପ ନିର୍ବାଚନ ହେବ ବୋଲି ତାରିଖ ଘୋଷଣା ହୋଇଛି। ଏହି ତିନି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଲା ସମସେରଗଞ୍ଜ, ଜଙ୍ଗିପୁର ଏବଂ ଭବାନୀପୁର। ଅକ୍ଟୋବର ୩ରେ ଏହି ତିନି ଆସନର ବିଧାୟକ କିଏ ହେବେ ତାହା ଘୋଷଣା ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଶ୍ୱସ୍ତି ମିଳିଛି। କାରଣ ସେ ବିଧାନସଭାକୁ ନିର୍ବାଚିତ ନହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତେଣୁ ନିୟମ ଅନୁଯାୟୀ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ୬ ମାସ ଭିତରେ ସେ ବିଧାନସଭାକୁ ନିର୍ବାଚିତ ହେବା ଦରକାର। ହେଲେ କୋଭିଡ୍ ପାଇଁ ଉପ ନିର୍ବାଚନ ବନ୍ଦ ରହିଥିବାରୁ ମମତା ପଦ ହରାଇବାର ସମ୍ଭାବନା ଥିଲା। ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ମମତା ବାନାର୍ଜୀଙ୍କ ସମର୍ଥକ ତାଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ନାରା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos