Advertisment

ବିଜେପି ଅଫିସରେ ନିଆଁ ଲଗାଇ ବିଜୟ ଉତ୍ସବ ପାଳିଲା ଟିଏମସି!

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ପୁଣିଥରେ ବାଜିମାତ କରିଛି। ଆଉ ଦଳ ବିଜୟୀ ହେବାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ବିଜେପିର ଆରମବାଗରେ ପାର୍ଟି ଅଫିସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଜେପି ନେତା ଟ୍ୱିଟ୍ କରି ଏହି ଭିଡ଼ିଓ ଜାରି କରିଛନ୍ତି। ଆଉ ଏଥିପାଇଁ ଟିଏମସିକୁ ଦାୟୀ କରିଛନ୍ତି। ନିର୍ବାଚନ ସରିବା ପରେ ଟିଏମସି ପୁଣିଥରେ ହିଂସାକୁ ଆପଣାଇଛି ବୋଲି ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି। ତେବେ […]

ଅଦ୍ୟତନ ହୋଇଛି
ବିଜେପି ଅଫିସରେ ନିଆଁ ଲଗାଇ ବିଜୟ ଉତ୍ସବ ପାଳିଲା ଟିଏମସି!

fire-at-bjp-party-office

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ପୁଣିଥରେ ବାଜିମାତ କରିଛି। ଆଉ ଦଳ ବିଜୟୀ ହେବାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ବିଜେପିର ଆରମବାଗରେ ପାର୍ଟି ଅଫିସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଜେପି ନେତା ଟ୍ୱିଟ୍ କରି ଏହି ଭିଡ଼ିଓ ଜାରି କରିଛନ୍ତି। ଆଉ ଏଥିପାଇଁ ଟିଏମସିକୁ ଦାୟୀ କରିଛନ୍ତି। ନିର୍ବାଚନ ସରିବା ପରେ ଟିଏମସି ପୁଣିଥରେ ହିଂସାକୁ ଆପଣାଇଛି ବୋଲି ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି। ତେବେ ଟିଏମସି ଅଭିଯୋଗକୁ ଅଗ୍ରାହ୍ୟ କରିଛି। ସେହିପରି ବିଜେପିର ଜଣେ ଏଜେଣ୍ଟଙ୍କ ଘରେ ମଧ୍ୟ ଟିଏମସି କର୍ମୀ ନିଆଁ ଲଗାଇ ଦେଇଥିବା ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି।

Advertisment

https://twitter.com/amitmalviya/status/1388831255706353664?s=20

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ହିଂସା ବଢ଼ି ଚାଲିଛି। ନିର୍ବାଚନ ବେଳେ ମଧ୍ୟ ଅନେକ ବିଜେପି କର୍ମୀ ହତ୍ୟାର ଶିକାର ହୋଇଛନ୍ତି। ହେଲେ ନିର୍ବାଚନରେ ବିଜେପିର ଏହି ପ୍ରସଙ୍ଗ ସେମିତି କିଛି କାମ ଦେଇନି। ପଶ୍ଚିମବଙ୍ଗରେ ବିଜେପି ୭୦ରୁ ଅଧିକ ଆସନରେ ଆଗରେ ରହିଥିବା ବେଲେ ଟିଏମସି 200ରୁ ଅଧିକ ଆସନରେ ଆଗରେ ରହିଛି। ଚୂଡ଼ାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ଏଯାବତ ଘୋଷଣା କରି ନାହାନ୍ତି।

https://twitter.com/amitmalviya/status/1388832723389747201?s=20

West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe