Advertisment

କେଜ୍ରିୱାଲଙ୍କ ଉପରେ ବର୍ଷିଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ବିରାଟ ଭର୍ଚୁଆଲ ରାଲି। କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଲା ବିଜେପି। କେଜ୍ରିଓ୍ୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ଏହି ରାଲି କରାଯାଉଛି।  ଏଥିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଛନ୍ତି। ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ ନିକଟରେ ଥିବା ମଦ ଦୋକାନକୁ ସିଲ୍ କରିବାକୁ ଦାବି କରିଛି ବିଜେପି। ୪୮ ଘଣ୍ଟା ଭିତରେ ଏ ସବୁ […]

ଅଦ୍ୟତନ ହୋଇଛି
କେଜ୍ରିୱାଲଙ୍କ ଉପରେ ବର୍ଷିଲା ବିଜେପି

BJP Rally

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ବିରାଟ ଭର୍ଚୁଆଲ ରାଲି। କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଲା ବିଜେପି। କେଜ୍ରିଓ୍ୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ଏହି ରାଲି କରାଯାଉଛି।  ଏଥିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଛନ୍ତି।

Advertisment

ସ୍କୁଲ, କଲେଜ ପରି ଶିକ୍ଷାନୁଷ୍ଠାନ, ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ ନିକଟରେ ଥିବା ମଦ ଦୋକାନକୁ ସିଲ୍ କରିବାକୁ ଦାବି କରିଛି ବିଜେପି। ୪୮ ଘଣ୍ଟା ଭିତରେ ଏ ସବୁ ସ୍ଥାନରେ ଥିବା ମଦ ଦୋକାନଗୁଡିକୁ ଯଦି ବନ୍ଦ ନକରାଯାଏ ତେବେ ସିଲ୍‌ କରିଦେବାକୁ ବିଜେପି ଚେତାବନୀ ଦେଇଛି।

ଦିଲ୍ଲୀ ସରକାରଙ୍କ ମଦ ନୀତି ହେଉଛି ଦିଲ୍ଲୀକୁ ବୁଡାଇବା ନୀତି। ଦିଲ୍ଲୀରେ ପ୍ରତିଟି ୱାର୍ଡରେ ତିନି ତିନିଟି ମଦ ଦୋକାନ ଖୋଲାଯାଇଛି। ଯେଉଁଠି ମଦ ଦୋକାନ ଖୋଲିବାକୁ ବାରଣ ହୋଇଛି ସେଠିବି ଖୋଲା ରହିଛି। ମନ୍ଦିର ତଥା ଧାର୍ମିକ ସ୍ଥାନ, ସ୍କୁଲ ଆଦି ସ୍ଥାନରେ ମଦ ଦୋକାନ ଖୋଲିଛନ୍ତି ଦିଲ୍ଲୀ ସରକାର। କେବଳ ସେତିକି ନୁହେଁ ନିୟମ ଅନୁଯାୟୀ ପ୍ରତିବନ୍ଧକ ଥିବା ସ୍ଥାନଗୁଡିକରେ ମଧ୍ୟ ବେଧଡକ ମଦ ଦୋକାନ ଖୋଲା ଅଛି ବୋଲି କହି ଭର୍ଚୁଆଲ ରଲିରେ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ଶ୍ରୀ ପଣ୍ଡା ଆହୁରି କହିଛନ୍ତି, 'ସାଢ଼େ ୮ଶହଟି ମଦ ଦୋକାନ ଖୋଲିବାକୁ କେଜ୍ରିୱାଲ ସରକାର ଆଗ୍ରହ କରିଥିଲେ। କିନ୍ତୁ ବିରୋଧ ଯୋଗୁଁ ୩ଶହଟି ଖୋଲିପାରିନି ତଥା ଖୋଲି ବନ୍ଦ ହୋଇଯାଇଛି। ଏବେ ବି ଆହୁରି ସାଢ଼େ ୫ଶହଟି ମଦ ଦୋକାନ ରହିଛି। ସ୍କୁଲ ଓ ହସ୍ପିଟାଲ ତିଆରି ବିଷୟରେ କହୁଥିବା ଦିଲ୍ଲୀ ସରକାର ମଦ ଦୋକାନ ଖୋଲୁଛନ୍ତି। ୮ ବର୍ଷ ଭିତରେ ଦିଲ୍ଲୀ ସରକାର ଗୋଟିଏ ବି ନୂଆ ହସ୍ପିଟାଲ କାମ ଆରମ୍ଭ କରିନାହାନ୍ତି, କିନ୍ତୁ ସାଢ଼େ ୮ଶହ ମଦ ଦୋକାନ ଖୋଲିବା ପାଇଁ ଚେଷ୍ଟା କରିଛନ୍ତି। କେବଳ ଦିଲ୍ଲୀରେ ହିଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦିଲ୍ଲୀ ୟୁନିର୍ଭସିଟିର ୧୨ଟି କଲେଜ ଅଧ୍ୟାପକ ତଥା ନନ୍‌ ଅଧ୍ୟାପକଙ୍କ ଷ୍ଟାଫ୍‌ଙ୍କୁ ଦରମା ଦେଉନାହାନ୍ତି ଦଲ୍ଲୀ ସରକାର, କିନ୍ତୁ ମଦ ଦୋକାନ ଖୋଲି ଦିଲ୍ଲୀକୁ ନଷ୍ଟ କରୁଛନ୍ତି।'

ସେହିପରି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ମଧ୍ୟ କେଜ୍ରିୱାଲ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, 'ସ୍ତବ୍ଦ କିନ୍ତୁ ନିଃଶବ୍ଦ ନୁହେଁ। ମୁଁ କଳ୍ପନା କରିନଥିଲି ଯେ, ଦିନେ ଆମ୍‌ ଆଦମୀ ପାର୍ଟିର ଜଣେ ନେତା ଦିଲ୍ଲୀକୁ ମଦରେ ବୁଡାଇବା ପାଇଁ ଦୁଃସାହାସ କରିପାରିବ ବୋଲି। ସ୍ତବ୍ଦ ଏଥିପାଇଁ କାରଣ ଏହି ନେତା ସେହି ନେତା, ଯିଏ ସ୍ୱରାଜର ଶପଥ ନେଇଥିଲେ। ମଦ ବିରୋଧରେ ଏକ ବହିରେ ଉଲ୍ଲେଖ କରିଥିବା ଏହି ନେତା ଏବେ କମିଶନ ଲୋଭରେ ଦିଲ୍ଲୀର ପ୍ରତିଟି ୱାର୍ଡରେ ତିନୋଟି ଲେଖାଏଁ ଦୋକାନ ଖୋଲିଛନ୍ତି।'

ବାସ୍ତବରେ, ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ୍ ନୀତି ଅନୁଯାୟୀ ବେସରକାରୀ ଗୋଷ୍ଠୀଙ୍କୁ ସହରରେ ୮୪୯ଟି ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ଦିଆଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୫୫୦ଟି ମଦ ଦୋକାନ ଖୋଲା ହୋଇଥିବା ବେଳେ ଅନ୍ୟ ଗୁଡିକ ବ୍ୟକ୍ତିଗତ ଗୋଷ୍ଠୀ ଦ୍ୱାରା ସେଟ୍ ଅପ୍ ହେଉଛି |

ଭର୍ଚୁଆଲ ରାଲି ପାଇଁ ଦିଲ୍ଲୀ ବିଜେପି ୫ ଶହରୁ ଅଧିକ ସ୍ଥାନରେ ଏଲ୍ଇଡି ସ୍କ୍ରିନ୍ ଲଗାଇଛି।  ପ୍ରତ୍ୟେକ ସ୍ଥାନରେ ଅତି କମ୍‌ରେ ୨୫୦ରୁ ଅଧିକ ଲୋକେ ଯୋଗ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe