Advertisment

ୟୁପି ବିଧାନ ପରିଷଦ ନିର୍ବାଚନରେ ବିଜେପିର ବଡ଼ ବିଜୟ, ଖାତା ଖୋଲିପାରିଲାନି ସପା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଥିବା ବିଜେପି ବିଧାନ ପରିଷଦରେ ମଧ୍ୟ ତା’ର ଦବଦବା ଦେଖାଇଛି। ଦଳ ୩୬ଟି ବିଧାନ ପରିଷଦ ଆସନରୁ ୩୩ଟିରେ ବାଜିମାତ କରିଛି। ସେହିପରି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି କୌଣସି ବି ବିଧାନ ପରିଷଦ ଆସନ ଜିତି ନ ପାରିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ବିଜେପି ଜିତିଥିବା ୩୩ଟି ଆସନ ମଧ୍ୟରୁ ୯ଟି ସ୍ଥାନରେ ଦଳ ନିର୍ଦ୍ୱନ୍ଦ୍ୱରେ ବିଜୟ ଲାଭ ହାସଲ କରିଛି। ଏହାର […]

ୟୁପି ବିଧାନ ପରିଷଦ ନିର୍ବାଚନରେ ବିଜେପିର ବଡ଼ ବିଜୟ, ଖାତା ଖୋଲିପାରିଲାନି ସପା

BJP

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଥିବା ବିଜେପି ବିଧାନ ପରିଷଦରେ ମଧ୍ୟ ତା’ର ଦବଦବା ଦେଖାଇଛି। ଦଳ ୩୬ଟି ବିଧାନ ପରିଷଦ ଆସନରୁ ୩୩ଟିରେ ବାଜିମାତ କରିଛି। ସେହିପରି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି କୌଣସି ବି ବିଧାନ ପରିଷଦ ଆସନ ଜିତି ନ ପାରିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Advertisment

ବିଜେପି ଜିତିଥିବା ୩୩ଟି ଆସନ ମଧ୍ୟରୁ ୯ଟି ସ୍ଥାନରେ ଦଳ ନିର୍ଦ୍ୱନ୍ଦ୍ୱରେ ବିଜୟ ଲାଭ ହାସଲ କରିଛି। ଏହାର ଅର୍ଥ ବିଜେପିର ୯ ଜଣ ପ୍ରାର୍ଥୀଙ୍କ ବିରୋଧରେ କୌଣସି ରାଜନୀତିକ ଦଳ ନମାଙ୍କନ ଦାଖଲ କରି ନଥିଲେ। ବିଜେପି ୩୩ଟି ଆସନ ଜିତିଥିଲେ ମଧ୍ୟ ବାରାଣସୀରେ ଫେଲ ମାରିଛି।

ଏଠାରେ ଜେଲ ଯାଇଥିବା ବ୍ରିଜେଶ ସିଂହଙ୍କ ପତ୍ନୀ ଅନପୂଣର୍ଣ୍ଣା ସିଂହ ଏକତରଫା ବିଜୟ ହାସଲ କରିଛନ୍ତି। ଏଥିସହ ସେ ଦ୍ୱିତୀୟ ଥର ପାଇଁ ବିଧାନ ପରିଷଦକୁ ନିର୍ବାଚିତ ହୋଇଛନ୍ତି। ଅନପୂର୍ଣ୍ଣାଙ୍କ ସପକ୍ଷରେ ୪,୨୩୪ ଖଣ୍ଡ ଭୋଟ ପଡ଼ିଥିବା ବେଳେ ସପାର ଉମେଶ ଯାଦବ ୩୪୫ ଓ ବିଜେପିର ସୁଦାମା ପଟେଲ ମାତ୍ର ୧୭୦ ଖଣ୍ଡ ଭୋଟ ପାଇଛନ୍ତି। ୧୯୯୮ରୁ ବାରାଣସୀ ବ୍ରିଜେଶ ସିଂହଙ୍କ ପରିବାର ଦଖଲରେ ରହି ଆସିଥିଲା। ୨୦୨୨ରେ ମଧ୍ୟ ସମାନ ଘଟଣା ଘଟିଛି। ଆଜମଗଡ଼-ମାଉ ଓ ପ୍ରତାପଗଡ଼ରେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି।

Advertisment


ୟୁପି ବିଧାନ ପରିଷଦର ମୋଟ ୧୦୦ଟି ଆସନରୁ ୩୬ଟି ଆସନ ପାଇଁ ଏପ୍ରିଲ ୯ରେ ଭୋଟିଂ ହୋଇଥିଲା। ୧.୨୦ ଲକ୍ଷ ଭୋଟରଙ୍କ ମଧ୍ୟରୁ ୯୮% ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ୟୁପି ବିଧାନ ପରିଷଦରେ ବିଜେପିର ୩୪ ଜଣ ସଦସ୍ୟ ଥିବା ବେଳେ ସପାର ୧୭ ଜଣ ଓ ବିଏସପିର ୪ ଜଣ ସଦସ୍ୟ ରହିଛନ୍ତି। ଏବେ ବିଜେପି ଆସନ ସଂଖ୍ୟା ଆଉ ୩୩ ବଢ଼ିଛି। ପୂର୍ବରୁ ବିଧାନସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜେପି ଏବେ ବିଧାନ ପରିଷଦରେ ମଧ୍ୟ ସାମାନ ରେକର୍ଡ କରିବାକୁ ଯାଉଛି।

ବିଧାନ ପରିଷଦରେ ବିଜେପିର ଏକତରଫା ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe