Advertisment

ବିଜେପି ଦେଶର ସବୁଠାରୁ ଧନୀ ଦଳ, ସଂପତ୍ତି ମୂଲ୍ୟ ୪୮୪୭ କୋଟି ଟଙ୍କା

ନୂଆଦିଲ୍ଲୀ: ମୋଦି ରାଜରେ ବିଜେପି ଦିନକୁ ଦିନ ମାଲାମାଲ ହୋଇ ଚାଲିଛି। ସ୍ଥିତି ଏପରି ହୋଇଛି ଯେ ବିଜେପି ଦେଶର ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକୁ ପଛରେ ପକାଇ ଧନୀ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ବିଜେପିର ସମ୍ପତ୍ତି ଠାରୁ ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକ ଯଥେଷ୍ଟ ପଛରେ ରହିଛନ୍ତି। ଦେଶର ସର୍ବପୁରାତନ ଦଳ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଦଳ ଏବେ ଧନୀ ତାଲିକାର ତୃତୀୟ ସ୍ଥାନକୁ ଖସି ଯାଇଛି। ମାୟାବତୀଙ୍କ ବିଏସ୍‌ପି ତାଲିକାର […]

ଅଦ୍ୟତନ ହୋଇଛି
୭ ନେତାଙ୍କୁ ଛାମୁଆ ସଂଗଠନର ପ୍ରଭାରୀ ଦାୟିତ୍ୱ ଦେଲା ବିଜେପି

BJP

Advertisment

ନୂଆଦିଲ୍ଲୀ: ମୋଦି ରାଜରେ ବିଜେପି ଦିନକୁ ଦିନ ମାଲାମାଲ ହୋଇ ଚାଲିଛି। ସ୍ଥିତି ଏପରି ହୋଇଛି ଯେ ବିଜେପି ଦେଶର ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକୁ ପଛରେ ପକାଇ ଧନୀ ତାଲିକାର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ବିଜେପିର ସମ୍ପତ୍ତି ଠାରୁ ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକ ଯଥେଷ୍ଟ ପଛରେ ରହିଛନ୍ତି।

Advertisment

ଦେଶର ସର୍ବପୁରାତନ ଦଳ କଂଗ୍ରେସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଦଳ ଏବେ ଧନୀ ତାଲିକାର ତୃତୀୟ ସ୍ଥାନକୁ ଖସି ଯାଇଛି। ମାୟାବତୀଙ୍କ ବିଏସ୍‌ପି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପିର ମୋଟ ସମ୍ପତ୍ତିର ମୂଲ୍ୟ ୪,୮୪୭.୭୮ କୋଟି ଟଙ୍କା ରହିଛି। ଏହା ପଛକୁ ବିଏସ୍‌ପିର ସମ୍ପତ୍ତିର ମୂଲ୍ୟ ୬୯୮.୩୩ କୋଟି  ଓ କଂଗ୍ରେସ ୫୮୮.୧୬ କୋଟି ଟଙ୍କାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛି।

ଦେଶର ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ସମ୍ପତ୍ତି ଏବଂ ଆର୍ଥିକ ବୋଝକୁ ବିଶ୍ଲେଷଣ କରି ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ପକ୍ଷରୁ ଏପରି ରିପୋର୍ଟ ଜାରି କରାଯାଇଛି। ଏହି ରିପୋର୍ଟରେ ୨୦୧୯-୨୦ ଆର୍ଥିକ ବର୍ଷର ତଥ୍ୟ ରହିଛି।

Advertisment

ରିପୋର୍ଟ ଅନୁଯାୟୀ, ଦେଶର ୭ ରାଜନୀତିକ ଦଳର ମୋଟ ସମ୍ପତ୍ତିର ପରିମାଣ ୬,୯୮୮.୫୭ କୋଟି ଟଙ୍କା। ସେହିପରି ୪୪ଟି ଆଞ୍ଚଳିକ ଦଳର ସମ୍ପତ୍ତିର ମୂଲ୍ୟ ୨,୧୨୯.୩୮ କୋଟି ଟଙ୍କା। ଜାତୀୟ ଦଳଗୁଡ଼ିକର ମୋଟ ସମ୍ପତ୍ତିର ୬୯.୩୭ % ଅର୍ଥାତ ୪୮୪୭.୭୮ କୋଟି ଟଙ୍କା ବିଜେପି ପାଖରେ ରହିଛି।

ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧ନଂ ସ୍ଥାନରେ ରହିଛି। ଟପ୍‌ ୧୦ ଧନୀ ଆଞ୍ଚଳିକ ଦଳଗୁଡ଼ିକର ମୋଟ ସମ୍ପତ୍ତି ୨୦୨୮.୭୧୫ କୋଟି। ଅର୍ଥାତ ଏହା ମୋଟ ସମ୍ପତ୍ତିର ୯୫.୨୭%। ୨୦୧୯-୨୦ ଆର୍ଥିକ ବର୍ଷରେ ସମାଜବାଦୀ ପାର୍ଟିର ମୋଟ ସମ୍ପତ୍ତିର ମୂଲ୍ୟ ୫୬୩.୪୭ କୋଟି ରହିଥିବା ବେଳେ ଟିଆରଏସ୍‌ର ୩୦୧.୪୭ କୋଟି ଓ ଏଆଇଏଡିଏମକେ ପାଖରେ ୨୬୭.୬୧ କୋଟିର ସମ୍ପତ୍ତି ରହିଛି।

ଏଫଡିଆର/ଫିକ୍ସଡ ଡିପୋଜିଟ ଆକାରରେ ସପାର ୪୩୪.୨୧୯ କୋଟି ଟଙ୍କା ଥିବାବେଳେ, ଟିଆରଏସ୍‌ର ୨୫୬.୦୧ କୋଟି, ଏଆଇଏଡିଏମକେର ୨୪୬.୯୦ କୋଟି, ଡିଏମକେର ୧୬୨.୪୨୫ କୋଟି, ଶିବସେନାର ୧୪୮.୪୬ କୋଟି ଓ ବିଜେଡିର ୧୧୮.୪୨୫ କୋଟି ଟଙ୍କା ରହିଛି।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଞ୍ଚଳିକ ଦଳଗୁଡ଼ିକ ମୋଟ ସମ୍ପତ୍ତି ମଧ୍ୟରୁ ଫିକ୍ସଡ ଡିପୋଜିଟ/ଏଫଡିଆର୍‌ର ଭାଗ ୭୬.୯୯% ବା ୧୬୩୯.୫୧ କୋଟି। ଏହି ବର୍ଗରେ ବିଜେପି ୩,୨୫୩.୦୦ କୋଟି, ବିଏସପି ୬୧୮.୮୬ କୋଟି ଓ କଂଗ୍ରେସ ପାଖରେ ୨୪୦.୯୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

ଜାତୀୟ ଦଳଗୁଡ଼ିକ ୨୦୧୯-୨୦ରେ ସେମାନଙ୍କ ଆର୍ଥିକ ବୋଝର ପରିମାଣ ୭୪.୨୭ କୋଟି ଟଙ୍କା ବୋଲି ଘୋଷଣା କରିଛନ୍ତି। ଜାତୀୟ ଦଳଗୁଡ଼ିକର ଋଣର ପରିମାଣ ୪.୨୬ କୋଟି ଥିବା ବେଳେ ଅନ୍ୟ ଆର୍ଥିବ ବୋଝର ପରିମାଣ ୭୦.୧ କୋଟି। କଂଗ୍ରେସ ସବୁଠାରୁ ଅଧିକ ଆର୍ଥିକ ବୋଝରେ ଥିବା ଘୋଷଣା କରିଛି। ଦଳର ଆର୍ଥିକ ବୋଝର ପରିମାଣ ୪୯.୫୫ କୋଟି ଟଙ୍କା ରହିଛି। ୧୧.୩୨ କୋଟି ଟଙ୍କା ସହ ମମତା ବାନାର୍ଜୀଙ୍କ ଟିଏମସି ଦ୍ୱିତୀୟ ସ୍ଥାନରେ ରହିଛି।

ଆଞ୍ଚଳିକ ଦଳଗୁଡ଼ିକର ମୋଟ ଆର୍ଥିକ ବୋଝର ପରିମାଣ ୨୦୧୯-୨୦ରେ ୬୦.୬୬ କୋଟି ଟଙ୍କା। ସେମାନଙ୍କ ଋଣ ବୋଝର ପରିମାଣ ୩୦.୨୯ ଟଙ୍କା ଓ ଅନ୍ୟ ଆର୍ଥିକ ବୋଝର ପରିମାଣ ୩୦.୩୭ କୋଟି ଟଙ୍କା। ଟିଡିପି ଉପରେ ସର୍ବାଧିକ ଆର୍ଥିକ ବୋଝ ୩୦.୩୪୨ କୋଟି ଟଙ୍କା ରହିଥିବା ବେଳେ ଏହା ପଛକୁ ଥିବା ଡିଏମକେର ଆର୍ଥିକ ବୋଝର ପରିମାଣ ୮.୦୫ କୋଟି ଟଙ୍କା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe