Advertisment

ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାରଙ୍କୁ ‘ଧୋକାବାଜ’ କହିଲା ବିଜେପି

ପାଟନା: ହଠାତ୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପଟ ପରିବର୍ତ୍ତନ ବିଜେପକୁ ଚକିତ କରିଛି। ଜେଡିୟୁ ଓ ବିଜେପି ଏକାଠି ବିହାରରେ ସରକାର ଗଠନ କରିଥିଲେ। ହେଲେ ନୀତୀଶ କୁମାର ମେଣ୍ଟ ଭାଙ୍ଗି ଆରଜେଡି ସହ ହାତ ମିଳାଇଛନ୍ତି। ଫଳରେ ଶାସନ ଗାଦିରେ ବସିଥିବା ବିଜେପି ଏବେ ଗାଦିଚ୍ୟୁତ ହୋଇଛି। ଏହି ଘଟଣା ପରେ ବିଜେପି ନୀତୀଶ କୁମାରଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛି। ଯେଉଁ ନୀତୀଶ କୁମାରଙ୍କୁ ବିଜେପି ଦିନେ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା […]

author-image
Hemant Lenka
ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାରଙ୍କୁ ‘ଧୋକାବାଜ’ କହିଲା ବିଜେପି

Bihar

ପାଟନା: ହଠାତ୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପଟ ପରିବର୍ତ୍ତନ ବିଜେପକୁ ଚକିତ କରିଛି। ଜେଡିୟୁ ଓ ବିଜେପି ଏକାଠି ବିହାରରେ ସରକାର ଗଠନ କରିଥିଲେ। ହେଲେ ନୀତୀଶ କୁମାର ମେଣ୍ଟ ଭାଙ୍ଗି ଆରଜେଡି ସହ ହାତ ମିଳାଇଛନ୍ତି। ଫଳରେ ଶାସନ ଗାଦିରେ ବସିଥିବା ବିଜେପି ଏବେ ଗାଦିଚ୍ୟୁତ ହୋଇଛି।

Advertisment

ଏହି ଘଟଣା ପରେ ବିଜେପି ନୀତୀଶ କୁମାରଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛି। ଯେଉଁ ନୀତୀଶ କୁମାରଙ୍କୁ ବିଜେପି ଦିନେ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା ଆଜି ତାଙ୍କୁ ବିଶ୍ୱାସଘାତକ କହିବାକୁ ମଧ୍ୟ ଦଳ ପଛାଇ ନାହିଁ।

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୈସୱାଲ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଛନ୍ତି, “ବିହାରବାସୀ କେବେ ହେଲେ ନୀତୀଶ କୁମାରଙ୍କୁ କ୍ଷମା ଦେବେ ନାହିଁ। ସେ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି।

Advertisment

ଆମେ ଏକାଠି ୨୦୨୦ରେ ଏନଡିଏ ଅଧୀନରେ ନିର୍ବାଚନ ଲଢ଼ିଥିଲୁ। ଏହି ଜନାଦେଶ ଜେଡିୟୁ ଓ ବିଜେପି ପାଇଁ ଥିଲା। ଆମେ ଅଧିକ ଆସନ ଜିତିଥିଲେ ମଧ୍ୟ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆଜି ଯାହା ବି ଘଟଣା ଘଟିଲା, ତାହା ବିହାରବାସୀ ଓ ବିଜେପି ସହ ଧୋକା।”

ବିଜେପି ଜେଡିୟୁକୁ ଭାଙ୍ଗି ଦୁର୍ବଳ କରିବାକୁ ଚାହୁଁଥିବା ଅଭିଯୋଗ କରି ନୀତୀଶ କୁମାର ମେଣ୍ଟର ଓହରି ଯାଇଛନ୍ତି। ଦଳର ସବୁ ସାଂସଦ ଓ ବିଧାୟକ ମଧ୍ୟ ଏନଡିଏରେ ନ ରହିବା ସପକ୍ଷରେ ଥିବା ନୀତୀଶ କୁମାର କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, “ଆମେ ସବୁବେଳେ ସହଭାଗିତାର ଧର୍ମ ପାଳନ କରି ଆସିଛୁ ଓ ମେଣ୍ଟ ପାଁ ମିଳିଥିବା ଜନଦେଶକୁ  ସମ୍ମାନ କରିଛୁ। ଆମ ପାଖରେ ଅଧିକ ବିଧାୟକ ଥିଲେ। ତାଙ୍କ ପାଖରେ କମ ବିଧାୟକ ରହିଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେ ଯାହା କଲେ କିଛି ଠିକ କରିନାହାନ୍ତି।”