Advertisment

ଦିଲ୍ଲୀରେ 'ଆପ୍‌' ନୁହେଁ, 'ପାପ୍‌' ସରକାର: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀରେ ଜୋରଦାର ହଙ୍ଗାମା। ଜାରି ରହିଛି ରଜନୈତିକ ହଲଚଲ୍‌। ମୁହାଁମୁହିଁ ସ୍ଥତିରେ ଅଛନ୍ତି ଝାଡୁ ଓ ପଦ୍ମ। ଆପ୍‌ ସରକାରଙ୍କୁ ଘେରିଛି ବିଜେପି। ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି।  ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ମୁହଁ ଟାଣ ଦେଖାଉଛନ୍ତି ତାହାକୁ ନେଇ ଆପ୍ ସରକାରକୁ ବିଜେପି ବାଣ ମାରିଛି।  ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀର ଆପ୍ ସରକାରକୁ ପାପ […]

ଅଦ୍ୟତନ ହୋଇଛି
ଦିଲ୍ଲୀରେ 'ଆପ୍‌' ନୁହେଁ, 'ପାପ୍‌' ସରକାର: ବିଜେପି

Kejriwal VS BJP

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ଜୋରଦାର ହଙ୍ଗାମା। ଜାରି ରହିଛି ରଜନୈତିକ ହଲଚଲ୍‌। ମୁହାଁମୁହିଁ ସ୍ଥତିରେ ଅଛନ୍ତି ଝାଡୁ ଓ ପଦ୍ମ। ଆପ୍‌ ସରକାରଙ୍କୁ ଘେରିଛି ବିଜେପି। ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଆଣି ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି।  ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ମୁହଁ ଟାଣ ଦେଖାଉଛନ୍ତି ତାହାକୁ ନେଇ ଆପ୍ ସରକାରକୁ ବିଜେପି ବାଣ ମାରିଛି।  ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀର ଆପ୍ ସରକାରକୁ ପାପ ସରକାରର ବୋଲି କହି ବର୍ଷିଛନ୍ତି। ଏଥିସହ କେଜ୍ରିୱାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସାଂଘାତିକ ଖେଳ  ଖେଳୁଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment

ଗୌରବ କହିଛନ୍ତି, 'ନିର୍ବାଚନୀ ମେନିଫେଷ୍ଟୋରେ ଆପ୍ ଦିଲ୍ଲୀରେ ୫୦୦ ନୂଆ ସ୍କୁଲ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏହି ପ୍ରତିଶ୍ରୁତି ପୂରଣ ହେଲା ନାହିଁ। ଏବେ ପିଡବ୍ଲୁଡି ଠାରୁ ଆଣିଥିବା ରିପୋର୍ଟ ଆଧାରରେ ଦିଲ୍ଲୀରେ ନୂଆ ସ୍କୁଲ ନୁହେଁ ବରଂ ଅଧିକ ଶ୍ରେଣୀଗୃହ ଖୋଲିବୁ ବୋଲି କହୁଛନ୍ତି। ସ୍କୁଲରେ ୨୪୦୦ ଶ୍ରେଣୀଗୃହର ଆବଶ୍ୟକତା ଥିଲା ଏବେ ଏହାକୁ ବୃଦ୍ଧି କରି ୭୧୮୦ଟି କରାଯାଇଛି। ଏହାଦ୍ୱାରା ବଜେଟରେ ୩୨୬ କୋଟି ଟଙ୍କାର ଅଧିକ ବ୍ୟୟବରାଦ ହୋଇଛି। ଏମାନେ ଶୌଚାଳୟକୁ ବି ଶ୍ରେଣୀଗୃହ ସହ ମିଶାଇ ଗଣାନା କରିଛନ୍ତି। ଦିଲ୍ଲୀ ସରକାର ଶିକ୍ଷା ନାଁରେ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି।'

କେବଳ ସେତିକି ନୁହେଁ କେଜ୍ରିୱାଲ ସରକାର ଦୁର୍ନୀତିରେ ବୁଡି ରହିଥିବା ସେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ' ଇଏ ଆପ୍‌ ନୁହେଁ ପାପ। ସବୁ ବିଭାଗରୁ ଦୁର୍ନୀତିର ଗନ୍ଧ ଆସୁଛି। କାରଣ ଆପର ଡିଏନଏରେ ହିଁ ଦୁର୍ନୀତି ରହିଛି। ଏହାପୂର୍ବରୁ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଯାହାଙ୍କୁ କେଜ୍ରିୱାଲ ସଚ୍ଚୋଟତାର ସାର୍ଟିଫିକେଟ ଦେଇଥିଲେ ସେହି ସତ୍ୟେନ୍ଦ୍ର ଜୈନ ୩ ମାସ ହେବ ଜେଲରେ ଅଛନ୍ତି। ଏହାସତ୍ତ୍ୱେ ମଧ୍ୟ ତାଙ୍କୁ ମନ୍ତ୍ରୀପଦରୁ ବିଦା କରାଯାଇନାହିଁ।

Advertisment

ବାରମ୍ବାର ବିଜେପି ପ୍ରଶ୍ନ ପଚାରୁଥିଲେ ମଧ୍ୟ କେଜ୍ରିୱାଲ ମନୀଷ ସିସୋଦିଆଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀ ବୋଳି ଉତ୍ତର ଦେଉଛନ୍ତି। ନ୍ୟୁୟର୍କ ଟାଇମ୍ସରେ ତାଙ୍କ ନାଁ ଆସୁଛି, ତେଣୁ ତାଙ୍କୁ ରାଜନୈତି ଦ୍ୱେଷ ସହ ନିର୍ଯାତନା ଦିଆଯାଉଛି ବୋଲି କେଜ୍ରିୱାଲ କହୁଛନ୍ତି। ଆପ୍‌ର କେବଳ ଗୋଟିଏ ସ୍ୱପ୍ନ 'ନ୍ୟୁୟର୍କ ଟାଇମ୍ସ କା ନାମ ଜପନା ଓ ଜନତା କା ମାଲ୍‌ ଅପନ୍‌' ବୋଲି ବିଜେପି କହିଛି।

ଉଲ୍ଲେଖ ଯୋଗ୍ୟ, ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅପରେସନ୍‌ ଲୋଟସ୍‌କୁ ବିରୋଧରେ ବିଧାନସଭାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ଏହା ପୂର୍ବରୁ ବିଜେପି ଆପ୍‌ ସରକାର ଉପରେ ଜୋରଦାର ବର୍ଷିଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe