Advertisment

ବହୁ ଆଗରେ ବିଜେପି, କଂଗ୍ରେସର ମନ୍ଥର ଗତି

ଅହମ୍ମଦାବାଦ: ଆଜି ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଓ ପରେ ଇଭିଏମ ଗଣନା ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଗୁଜରାଟରେ କ୍ଷମତାସୀନ ଦଳ ବିଜେପି ବହୁ ଆଗରେ ଅଛି। ଗତ ନିର୍ବାଚନରେ ଏଠାରେ ବିଜେପିକୁ କଡ଼ା ଟକ୍କର ଦେଇଥିଲା କଂଗ୍ରେସ। ହେଲେ ଏଥର କଂଗ୍ରେସ ସେଭଳି କିଛି ଲଢ଼େଇ କରିନାହିଁ। ଯଦିଓ ଗୁଜରାଟରେ ବିଜେପିର ନିକଟତମ୍ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ, କିନ୍ତୁ […]

author-image
Tapas Behera
ଅଦ୍ୟତନ ହୋଇଛି
ବହୁ ଆଗରେ ବିଜେପି, କଂଗ୍ରେସର ମନ୍ଥର ଗତି

Gujrat result

ଅହମ୍ମଦାବାଦ: ଆଜି ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଓ ପରେ ଇଭିଏମ ଗଣନା ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଗୁଜରାଟରେ କ୍ଷମତାସୀନ ଦଳ ବିଜେପି ବହୁ ଆଗରେ ଅଛି। ଗତ ନିର୍ବାଚନରେ ଏଠାରେ ବିଜେପିକୁ କଡ଼ା ଟକ୍କର ଦେଇଥିଲା କଂଗ୍ରେସ। ହେଲେ ଏଥର କଂଗ୍ରେସ ସେଭଳି କିଛି ଲଢ଼େଇ କରିନାହିଁ। ଯଦିଓ ଗୁଜରାଟରେ ବିଜେପିର ନିକଟତମ୍ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ, କିନ୍ତୁ ଚଳିତ ନିର୍ବାଚନରେ ଦଳର ଲଢ଼େଇ ହତାଶାଜନକ ଥିବା ଲକ୍ଷ୍ୟ କରାଯାଇଛି।

Advertisment

ଏଥର ପ୍ରଚାରରେ ଆମ ଆଦମୀ ପାର୍ଟି କଂଗ୍ରେସ ଠାରୁ ଆଗରେ ଥିଲେ ମଧ୍ୟ ଦଳର ମୂଳଦୁଆ ସଶକ୍ତ ନଥିବାରୁ ବିଜେପିକୁ ଟକ୍କର ଦେବା କାଠିକର ପାଠ ହୋଇଛି। ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ବିଜେପି ୧୪୧ଟି ସିଟ୍‌ରେ ଆଗୁଆ ଥିବା ବେଳେ କଂଗ୍ରେସ ୨୭ ଓ ଆମ  ଆଦମୀ ପାର୍ଟି ୮ଟିରେ ଆଗୁଆ ରହିଛି। ଗୁଜରାଟରେ ସରକାର ଗଠନ କରିବା ପାଇଁ ୯୨ଟି ଆସନ ଆବଶ୍ୟକ ହେଉଛି। ୨୦୧୭ରେ ଗୁଜରାଟରେ ଶହେ ଅଙ୍କ ଛୁଇଁବା ଲାଗି ବିଜେପିକୁ ସଂଘର୍ଷ କରିବାକୁ ପଡ଼ିଥିଲା। ପାର୍ଟିକୁ ୯୯ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଯାହାକି ପୂର୍ବ ନିର୍ବାଚନ ତୁଳନାରେ ୧୬ଟି ଆସନ କମ୍‌। ଅନ୍ୟପକ୍ଷରେ ବିଜେପିକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସ ୮୦ଟି ଆସନ ପାଇଥିଲା । ପୂର୍ବ ନିର୍ବାଚନ ତୁଳନାରେ ୧୯ଟି ଅଧିକ ଆସନ ପାଇଥିଲା କଂଗ୍ରେସ।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ। ଗଣତି ଚାଲିଥିବା ବେଳେ ଦୁଇ ଦଳ ଆଗପଛ ହେଉଛନ୍ତି। ଶେଷ ଖବର ସୁଦ୍ଧା ବିଜେପି ୩୪ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୧ଟି ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛନ୍ତି।

Advertisment
Gujarat