ଘରୋଇ ସହାୟକଙ୍କୁ ପ୍ରବଳ ପିଟୁଥିଲେ ବିଜେପି ନେତ୍ରୀ, ଏବେ ଦଳରୁ ନଲମ୍ବିତ ହେଲେ

ରାଞ୍ଚି: ସାମ୍ନାକୁ ଆସିଛି ଝାରଖଣ୍ଡର ବିଜେପି ନେତ୍ରୀ ସୀମା ପାତ୍ରଙ୍କ ଅମାନବୀୟ କାଣ୍ଡ। ସେ ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି। ଦୀର୍ଘ ବର୍ଷ ହେଲା ସୀମା ଏପରି ଅମାନୁଷିକ କାମ କରୁଥିଲେ ମଧ୍ୟ କେହି କିଛି ଜାଣି ପାରୁ ନଥିଲେ। ହେଲେ ଏବେ ସେ ମହିଳା ଘରୋଇ ସହାୟକଙ୍କୁ ମାଡ଼ ମାରି ସବୁ ସୀମା ଟପି ଯିବାରୁ, ତାଙ୍କର ଅସଲ ଚେହେରା ପର୍ଦ୍ଦାଫାସ ହୋଇଛି। […]

BJP

BJP

Hemant Lenka
  • Published: Tuesday, 30 August 2022
  • Updated: 30 August 2022, 05:18 PM IST

Sports

Latest News

ରାଞ୍ଚି: ସାମ୍ନାକୁ ଆସିଛି ଝାରଖଣ୍ଡର ବିଜେପି ନେତ୍ରୀ ସୀମା ପାତ୍ରଙ୍କ ଅମାନବୀୟ କାଣ୍ଡ। ସେ ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି। ଦୀର୍ଘ ବର୍ଷ ହେଲା ସୀମା ଏପରି ଅମାନୁଷିକ କାମ କରୁଥିଲେ ମଧ୍ୟ କେହି କିଛି ଜାଣି ପାରୁ ନଥିଲେ। ହେଲେ ଏବେ ସେ ମହିଳା ଘରୋଇ ସହାୟକଙ୍କୁ ମାଡ଼ ମାରି ସବୁ ସୀମା ଟପି ଯିବାରୁ, ତାଙ୍କର ଅସଲ ଚେହେରା ପର୍ଦ୍ଦାଫାସ ହୋଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ବିଜେପି ତାଳି ପକା ଉଦ୍ୟମ କରି ସୀମା ପାତ୍ରଙ୍କୁ କେବଳ ନିଲମ୍ବିତ କରି ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛି। ହେଲେ ସୀମା ପାତ୍ରଙ୍କୁ ଏଯାଏ ଗିରଫ କରାଯାଇନି।

ସୀମା ପାତ୍ର ହେଉଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କମିଟର ସଦସ୍ୟ। ଦଳରେ ତାଙ୍କର ବେଶ ଦବଦବା ରହିଛି। ତାଙ୍କ ସ୍ୱାମୀ ମହେଶ୍ୱର ପାତ୍ର ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର। ହେଲେ ସୀମାଙ୍କ ଏପରି ଆଚରଣ ଦଳ ତଥା ପରିବାରକୁ ଅଡ଼ୁଆରେ ପକାଇଛି। ଏଥିପାଇଁ ଝାରଖଣ୍ଡ ବିଜେପି ମୁଖ୍ୟ ଦୀପକ ପ୍ରକାଶ ଆଜି ସୀମାଙ୍କୁ ଦଳକୁ ନିଲମ୍ବିତ କରିଛନ୍ତି।

ମହିଳା ଘରୋଇ ସହାୟକ ସୁନୀତା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୀମାଙ୍କ ମାଡ଼ରେ ସୁନୀତାଙ୍କ କିଛି ଦାନ୍ତ ମଧ୍ୟ ଭାଙ୍ଗି ଯାଇଛି। ସେ ଯନ୍ତ୍ରଣା ଯୋଗୁ ଠିକ ଭାବେ ବସି ପାରୁ ନାହାନ୍ତି। ତାଙ୍କ ଶରୀରରେ ଥିବା କ୍ଷତିଚିହ୍ନ ସ୍ପଷ୍ଟ କରୁଛି ଯେ ଦୀର୍ଘ ଦିନ ହେଲା ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଏହି ଭିଡିଓକୁ ଦେଖି ବିଭିନ୍ନ ମହଲରେ ସୀମା ପାତ୍ରଙ୍କ ଗିରଫ ଦାବି କରାଯାଇଛି।

୨୯ ବର୍ଷୀୟ ସୁନୀତାଙ୍କ ଘର ଝାରଖଣ୍ଡର ଗୁମଲାରେ। ସେ ୧୦ ବର୍ଷ ତଳେ ପାତ୍ର ପରିବାର ପାଇଁ କାମ କରିବା ଆରମ୍ଭ କରିଥିଲେ। ପାତ୍ର ଦମ୍ପତିଙ୍କ ଝିଅ ବସ୍ତଲା ନିଜର କାମ ପାଇଁ ଦିଲ୍ଲୀ ଯିବାରୁ ସୁନୀତା ତାଙ୍କୁ ସହଯୋଗ କରିବାକୁ ସେଠାକୁ ଯାଇଥିଲେ। ତେବେ ପ୍ରାୟ ୪ ବର୍ଷ ପରେ ବସ୍ତଲା ଓ ସୁନୀତା ରାଞ୍ଚିକୁ ଫେରି ଆସିଥିଲେ। ସେବେଠାରୁ ସେ ପାତ୍ର ଦମ୍ପତିଙ୍କ ଘରେ କାମ କରୁଥିଲେ। ହେଲେ ଏହି ୬ ବର୍ଷର କାମ ମଧ୍ୟରେ ସୀମା ପାତ୍ର ତାଙ୍କୁ ବାରମ୍ବାର ନିର୍ଯାତନା ଦେଇ ଚାଲିଥିଲେ। ହେଲେ ଭୟରେ ସେ କିଛି ବି କହୁ ନଥିଲେ।

ହେଲେ ଏବେ ହସ୍ପିଟାଲ ବେଡରେ ପଡ଼ିଥିବା ସୁନୀତା ନିଜ ଯନ୍ତ୍ରଣା ବଖାଣିଛନ୍ତି। ତାଙ୍କୁ ଗରମ ତାୱା ଓ ରଡ୍‌ରେ ସୀମା ପିଟୁଥିଲେ। ତାଙ୍କର ଏକାଧିକ ଦାନ୍ତ ମଧ୍ୟ ମାଡ଼ ଯୋଗୁ ଝଡ଼ି ଯାଇଛି। ଏତେ କଷ୍ଟ ହେଉଥିଲା ଯେ ସେ ସହି ନ ପାରି ଚଟାଣରେ ପରିସ୍ରା କରି ଦେଇଥିଲେ। ଭୁଲ ପାଇଁ ସୀମା ତାଙ୍କୁ ଏପରି ଅକଥନୀୟ ନିର୍ଯାତନା ଦେଉଥିଲେ। ହେଲେ ସେ ଆଜି ଯାଏ ତାଙ୍କ ଭୁଲ ବିଷୟରେ ଜାଣିବାକୁ ପାଇ ନଥିବା କ୍ୟାମେରା ଆଗରେ କହିଛନ୍ତି।

ସୁନୀତା କହିଛନ୍ତି, ସୀମା ପାତ୍ରଙ୍କ ପୁଅ ଆୟୁଷ୍ମାନ ମୋତେ ସହଯୋଗ କରିଥିଲେ। ତାଙ୍କ ପାଇଁ ଆଜି ମୁଁ ବଞ୍ଚିଛି। ମୁଁ ସୁସ୍ଥ ହେବା ପରେ ଅଧିକ ପାଠ ପଢ଼ିବାକୁ ଚାହୁଁଛି।”

ସୁନୀତାଙ୍କ ନିର୍ଯାତନା ସମ୍ପର୍କରେ ଆୟୁଷ୍ମାନ ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ। ବନ୍ଧୁ ଜଣଙ୍କ ପୁଲିସ୍‌ରେ ଅଭିଯୋଗ କରିବାରୁ ସୁନୀତାଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ସେ ରାଞ୍ଚିର ରିମ୍ସରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos