/odisha-reporter/media/post_attachments/uploads/2022/06/bjp-2.jpg)
bjp
କାନପୁର: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳର ହାଇକକାଣ୍ଡ ନିଲମ୍ବିତ କରିଛନ୍ତି। ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିସ୍କାର କରାଯାଇଛି। ନବୀନ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି। ନିଲମ୍ବିତ ନୁପୁର ଶର୍ମାଙ୍କ ଉଦ୍ଦେଶ୍ୟରେ ଦଳର କେନ୍ଦ୍ରୟୀୟ ଶୃଙ୍ଖଳା କମିଟି ପକ୍ଷରୁ ଏକ ଚିଠି ଲେଖାଯାଇଛି। ସେଥିରେ ଉଲ୍ଲେଖ ଅଛି ଯେ, ବିଭିନ୍ନ ପ୍ରସଙ୍ଗରେ ଦଳୀୟ ଆଭିମୁଖ୍ୟକୁ ବିରୋଧାଚରଣ କରୁଥିବା ଅନେକ ମନ୍ତବ୍ୟ ନୁପୁର ଶର୍ମା ଦେଇଛନ୍ତି। ଏହାର ତଦନ୍ତ ଜାରି ରହିଛି।
ତେବେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସୂରୁପ ଆପଣଙ୍କୁ ଦଳରୁ ନିଲମ୍ବିତ କରାଯାଉଛି। ସୂଚନା ଅନୁଯାୟୀ ଏକ ଟିଭି ଡିବେଟରେ ନୂପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେଙ୍ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ଼ ହୋଇ ଥିଲା । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଖଣ୍ଡପ୍ରଳୟ ଘଟି ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଜ୍ଞାନବାପୀ ମସଜଦିକୁ ନେଇ ନୁପୁର ଏକ ଟେଲିଭଜନ ଡିବେଟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ନୁପୁରଙ୍କ ବିରୋଧରେ ଅସନ୍ତୋଷ ତେଜିବା ସହ ହାଇଦ୍ରାବଦ, ପୁଣେ ଏବଂ ମୁମ୍ବାଇରେ ତାଙ୍କ ନାମରେ ମାମଲା ରୁଜୁ କରାଯାଥିଲା। ଗତ ଶୁକ୍ରବାର କାନପୁରର ପରେଡ୍ ଚୌକ ଅଞ୍ଚଳରେ ଘଟିଥିବା
ଏହି ହିଂସା ଘଟଣାରେ ଅଦ୍ୟାବଧି ୨୯ ଜଣଙ୍କୁ କାନପୁର ପୁଲିସ ଗିରଫ କରିଛି। ଏହି ହିଂସାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାୟତ ଜାଫର ହାସମିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ହାୟତ ଜାଫର ହାସମି ହେଉଛନ୍ତି ମୌଲାନା ମହମ୍ମଦ ଜୁହାର ଅଲ୍ଲୀ ଫ୍ୟାନ୍ ସଂଘର ସଭାପତି। ଟେଲିଭିଜନ୍ ନ୍ୟୁଜ୍ ଡିବେଟ୍ରେ ‘ପ୍ରଫେଟ ମହମ୍ମଦ’ଙ୍କ ବିରୋଧରେ ବିଜେପି ମୁଖପାତ୍ର ନୁପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ହାୟତ ଜାଫର ହାସମି ବଜାର ବନ୍ଦ କରିବାକୁ ଚେତାବନୀ ଦେବା ସହ ହିଂସାକାଣ୍ଡ ଘଟାଇବାକୁ ଉସକାଇ ଥିଲେ। ହାସମି ଲୋକଙ୍କୁ ଉତ୍ତେଜିତ କରିଥିବା ଅଭିଯୋଗ ହୋଇ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
