Advertisment

ତାମିଲନାଡୁରେ ମାତ୍ର ୨୧ଟି ଆସନରେ ନିର୍ବାଚନ ଲଢ଼ିବ ବିଜେପି!

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୀତିକ ଉଷ୍ଣତା ବଢ଼ି ଯାଇଛି। ଚଳିତ ବର୍ଷ ତାମିଲନାଡୁରେ ବିଜେପି ଓ ଶାସକ ଏଆଇଏଡିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ। ଉଭୟ ଦଳ ସର୍ବସମ୍ମୁଖରେ ଏହା ଘୋଷଣା କରି ସାରିଛନ୍ତି। ବିଜେପି ରାଜ୍ୟର ୬୦ଟି ଆସନରେ ନିଜର ସ୍ଥିତି ଭଲ ଥିବା ଏଆଇଏଡିଏମକେକୁ ଜଣାଇଥିଲା। ତେବେ ଶାସନ ଦଳ ବିଜେପିକୁ ମାତ୍ର ୨୧ଟି ଆସନରେ ପ୍ରାର୍ଥୀ ଦେବାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ରବିବାର ରାତି […]

ଅଦ୍ୟତନ ହୋଇଛି
ତାମିଲନାଡୁରେ ମାତ୍ର ୨୧ଟି ଆସନରେ ନିର୍ବାଚନ ଲଢ଼ିବ ବିଜେପି!

BJP

Advertisment

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୀତିକ ଉଷ୍ଣତା ବଢ଼ି ଯାଇଛି। ଚଳିତ ବର୍ଷ ତାମିଲନାଡୁରେ ବିଜେପି ଓ ଶାସକ ଏଆଇଏଡିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ। ଉଭୟ ଦଳ ସର୍ବସମ୍ମୁଖରେ ଏହା ଘୋଷଣା କରି ସାରିଛନ୍ତି। ବିଜେପି ରାଜ୍ୟର ୬୦ଟି ଆସନରେ ନିଜର ସ୍ଥିତି ଭଲ ଥିବା ଏଆଇଏଡିଏମକେକୁ ଜଣାଇଥିଲା। ତେବେ ଶାସନ ଦଳ ବିଜେପିକୁ ମାତ୍ର ୨୧ଟି ଆସନରେ ପ୍ରାର୍ଥୀ ଦେବାକୁ ଅନୁମତି ଦେଇଥିବା ଜଣାପଡ଼ିଛି।

Advertisment

ରବିବାର ରାତି ପ୍ରାୟ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ପନ୍ନିରସେଲଭମ ଚେନ୍ନାଇର ଗୋଟିଏ ହୋଟେଲରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ରାତି ୧୨ଟା ଯାଏ ଏହି ଆଲୋଚନା ଚାଲିଥିଲା। ଏହି ସମୟରେ ଉଭୟ ଦଳ ସିଟ୍‌ ଶେୟାରିଂ ଡିଲ୍‌କୁ ଚୂଡ଼ାନ୍ତ କରିଛନ୍ତି। ଆଉ କିଛି ଦିନ ମଧ୍ୟରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ।

ଏହାପୂର୍ବରୁ ଅର୍ଥାତ ଶନିବାର ଦିନ ବିଜେପିର ରାଜ୍ୟସଭାପତି ଏଲ ମୁରୁଗାନଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧିମଣ୍ଡଳୀ ସମ୍ଭାବ୍ୟ ସିଟ୍‌ ଶେୟାରିଂ ଫର୍ମୁଲା ନେଇ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ଓ ପନ୍ନିରସେଲଭମଙ୍କୁ ଭେଟିଥିଲେ। ଏହି ସମୟରେ ଶାସକ ଦଳ ବିଜେପିକୁ ୨୧ଟି ସ୍ଥାନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା କଥା ପ୍ରତିନିଧିମଣ୍ଡଳୀକୁ ବୁଝାଇ ଦେଇଛି।

Advertisment

ସେହିପରି ଏହି ମେଣ୍ଟରେ ଥିବା ପିଏମକେ ୨୩ଟି ଆସନରେ ଲଢ଼ିବ ବୋଲି କହିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ଓ ପନ୍ନିରସେଲଭମ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ଡିଲ୍‌ ଫାଇନାଲ କରିଥିବା ଏଆଇଏଡିଏମକେ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ରାଜ୍ୟରେ ପୂର୍ବରୁ ହୋଇଥିବା ନିର୍ବାଚନ ସମୟରେ ବିଜେପି ଭଲ ପ୍ରଦର୍ଶନ କରିଥିବା ୬୦ଟି ଆସନର ତାଲିକା ଏଆଇଏଡିଏମକେକୁ ଦେଖାଇଥିଲା। ଏପରି କି ପିଏମକେ ତୁଳନାରେ ବିଜେପି ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଥିବା ଶାସକ ଦଳକୁ ବୁଝାଇଥିଲା। କିନ୍ତୁ ଏଆଏଡିଏମକେ ନିଜ ଜିଦ୍‌ରେ ଅଟଳ ରହିବା ସହ ବିଜେପି ୨୧ ଓ ପିଏମକେ ୨୩ଟି ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛି। ସେହିପରି ୨୩୪ ବିଧାନସଭା ଆସନରୁ ଏଆଇଏଡିଏମକେ ଏକାକୀ ୧୬୦ରୁ ୧୭୦ ଆସନରେ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି। ଏପରି କରି ଦଳ କ୍ରମାଗତ ୩ୟ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଚାହୁଁଛି।

ଅନ୍ୟପକ୍ଷରେ ବିଜେପି କୋର କମିଟିର ଜଣେ ସଦସ୍ୟ କହିଛନ୍ତି, କିଛି ବର୍ଷ ମଧ୍ୟରେ ଦଳ ତୃଣମୂଳସ୍ତରରେ ନିଜର ଶକ୍ତି ବୃଦ୍ଧି କରିଛି। ହେଲେ ଏଆଇଏଡିଏମକେ କହିଛି ଯେ ଏକାଧିକ ନିର୍ବାଚନ ମଣ୍ଡଳୀରେ ଆମର ବୁଥ ସ୍ତରୀୟ ଏଜେଣ୍ଟ ନାହାନ୍ତି। ତେଣୁ ଆମକୁ ୨୧ଟି ଆସନରେ ଦଳ ପ୍ରାର୍ଥୀ ଦେବାକୁ ପରାମର୍ଶ ଦେଇଛି। ଅମିତ ଶାହ ମଧ୍ୟ ଦଳୀୟ ନେତାଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ କହିଛନ୍ତି। ତୃଣମୂଳ ସ୍ତରରେ ମେଣ୍ଟ ହୋଇଥିବା ଦଳଙ୍କ ସହ ମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି। ବର୍ତ୍ତମାନ ବିଜେପି ତୃଣମୂଳ ସ୍ତରରେ ପହଞ୍ଚି କାମ କରିବା ଆରମ୍ଭ କରିଥିବା ସେ କହିଛନ୍ତି।

Tamilnadu Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe