Advertisment

୧୧୭ଟି ଆସନରେ ଏକାକି ଲଢ଼ିବ ବିଜେପି

ଚଣ୍ଡିଗଡ଼: ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ୧୧୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଏନେଇ ପଞ୍ଜାବ ବିଜେପି ସଭାପତି ଅଶ୍ୱନୀ ଶର୍ମା ଘୋଷଣା କରିଛନ୍ତି।  ଦିଲ୍ଲୀରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ  ଅଶ୍ୱନୀ ଏକଥା କହିଛନ୍ତି। ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୧୭  ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ଟି ସିଟ୍ ଜିତି ସଂଖ୍ୟା ଗରିଷ୍ଟ ହାସଲ କରି ସରକାର ଗଠନ କରିଥିଲା। ତା’ପୂର୍ବରୁ […]

ଅଦ୍ୟତନ ହୋଇଛି
ମହିଳା ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ତାଲିକା ଜାରି କଲା ବିଜେପି

BJP

Advertisment

ଚଣ୍ଡିଗଡ଼: ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବର ସମସ୍ତ ୧୧୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ଏନେଇ ପଞ୍ଜାବ ବିଜେପି ସଭାପତି ଅଶ୍ୱନୀ ଶର୍ମା ଘୋଷଣା କରିଛନ୍ତି।  ଦିଲ୍ଲୀରେ ଆୟୋଜିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ  ଅଶ୍ୱନୀ ଏକଥା କହିଛନ୍ତି। ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୦୧୭  ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ଟି ସିଟ୍ ଜିତି ସଂଖ୍ୟା ଗରିଷ୍ଟ ହାସଲ କରି ସରକାର ଗଠନ କରିଥିଲା। ତା’ପୂର୍ବରୁ ୧୦ ବର୍ଷ ଧରି ବିଜେପି ଓ ଶିରୋମଣି ଅକାଳୀ ଦଳ ମେଣ୍ଟ ସରକାର ଥିଲା।

Advertisment

୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୨୦ଟି ସିଟ୍ ଜିତିଥିବା ଆମ୍ ଆଦମୀ ପାର୍ଟି ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା ଶିରୋମଣି  ଅକାଳୀ ଦଳ ୧୫ଟି ସିଟ୍ ଜିତିବାରେ ସଫଳ ହୋଇଥିଲା। ହେଲେ ବିଜେପିର ଶୋଚନୀୟ ପରାଜୟ ହୋଇଥିଲା ଦଳୀୟ ଖାତକୁ ମାତ୍ର ୩ଟି ସିଟ୍‌ ଆସିଥିଲା।

ତେବେ ରବିବାର ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯୋଗ ଦେଇଥିଲେ । ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ରଣନୀତି ନେଇ ବୈଠକରେ ଆଲୋଚନା ହୋଇପାରେ।

Advertisment
Punjab Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe