BJP
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ନାହିଁ। ବିଜେପି ସହଯୋଗୀ ଆପନା ଦଳ(ଏସ୍) ଓ ନିଶାଦ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ। ଆଜି ଏ ସମ୍ପର୍କରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ଶ୍ରୀ ନଡ୍ଡା କହିଛନ୍ତି, “ଆମେ ଆସନ୍ତା ନିର୍ବାଚନ ଆପନା ଦଳ(ଏସ୍) ଓ ନିଶାଦ ପାର୍ଟି ସହ ମିଶି ଲଢ଼ିବୁ। ଆମେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛୁ। ଆମେ ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବୁ। ଏ ସମ୍ପର୍କରେ ଘୋଷଣା କରିବାକୁ ଏଠାକୁ ଆସିଛୁ।” ତେବେ ୩ ଦଳ ମଧ୍ୟରେ ପ୍ରକୃତ ସିଟ୍ ଶେୟାରିଂ ଫର୍ମୁଲା ସମ୍ପର୍କରେ କୌଣସି ସୂଚନା ମିଳିନି।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆପନା ଦଳ(ଏସ୍)ର ନେତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, “ଏନଡିଏ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବ। ବିକାଶ ଓ ସାମାଜିକ ନ୍ୟାୟର ପ୍ରଭାବୀ କକଟେଲ ହେଉଛି ଏନଡିଏ।” ନିଶାଦ ପାର୍ଟି ମୁଖ୍ୟ ସଞ୍ଜୟ ନିଶାଦ କହିଛନ୍ତି, “ଆମେ ସମସ୍ତେ ମିଳିତ ଭାବେ ୪୦୩ ଆସନରେ ଲଢ଼ିବୁ। କୌଣସି ମତପାର୍ଥକ୍ୟ ବିନା ଆମେ ସବୁ ବିଷୟରେ ଆଲୋଚନା କରିଛୁ। ଆମ ଆଲୋଚନା ଜିତ ପାଇଁ ହୋଇଛି ସିଟ୍ ପାଇଁ ନୁହେଁ।”
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟ ହେବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ଫେବୃଆରୀ ୧୦ରୁ ଆରମ୍ଭ ହେବ। ସେହିପରି ଶେଷ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବ। ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ଏହାପୂର୍ବରୁ ଫେବୃଆରୀ ୧୦ ଓ ୧୪ରେ ହେବାକୁ ଥିବା ଭୋଟିଂ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/01/BJP-15.jpg)