Advertisment

ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ !

କୋଲକାତା: ଏପ୍ରିଲ ୧ରେ ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ପଶ୍ଚିମବଙ୍ଗର ଜଣେ ବିଜେପି କର୍ମୀଙ୍କ ସ୍ତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ପୂର୍ବ ମେଦିନାପୁର ଜିଲ୍ଲାର ନନ୍ଦିଗ୍ରାମ ସ୍ଥିତ ତେନତୁଲ ବରି ଅଞ୍ଚଳର ବ୍ଲକ ନମ୍ୱର ୨ ରୋଡରେ ଏହି ଅଭାବନୀୟ ଘଟଣା ଘଟିଛି।  ଏହି ଦୁଷ୍କର୍ମ ପଛରେ ଟିଏମସି ବୋଲି ବିଜେପି ଅଭିଯୋଗ କରିଛି। ପୀଡ଼ିତାଙ୍କ ସ୍ୱାମୀ ସୋମବାର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଚାର ପାଇଁ ଯାଇଥିଲେ। ଏହି […]

ଅଦ୍ୟତନ ହୋଇଛି
ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ !

stop-Rape

Advertisment

କୋଲକାତା: ଏପ୍ରିଲ ୧ରେ ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ପଶ୍ଚିମବଙ୍ଗର ଜଣେ ବିଜେପି କର୍ମୀଙ୍କ ସ୍ତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ପୂର୍ବ ମେଦିନାପୁର ଜିଲ୍ଲାର ନନ୍ଦିଗ୍ରାମ ସ୍ଥିତ ତେନତୁଲ ବରି ଅଞ୍ଚଳର ବ୍ଲକ ନମ୍ୱର ୨ ରୋଡରେ ଏହି ଅଭାବନୀୟ ଘଟଣା ଘଟିଛି।  ଏହି ଦୁଷ୍କର୍ମ ପଛରେ ଟିଏମସି ବୋଲି ବିଜେପି ଅଭିଯୋଗ କରିଛି। ପୀଡ଼ିତାଙ୍କ ସ୍ୱାମୀ ସୋମବାର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଚାର ପାଇଁ ଯାଇଥିଲେ। ଏହି ସମୟରେ ଟିଏମସି କର୍ମୀ ବିଜେପି କର୍ମୀଙ୍କ ଘରକୁ ଆସି ତାଙ୍କ ସ୍ତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ପଶ୍ଚିମବଙ୍ଗର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଚାର ପାଇଁ ବିଜେପି କର୍ମୀ ଜଣଙ୍କ ଯାଇଥିଲେ। ଆଉ ସଂଧ୍ୟାରେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀକୁ ପାଇନଥିଲେ। ଏହାପରେ ବିଜେପି କର୍ମୀ ଜଣଙ୍କ ତାଙ୍କ ଘର ପଛପଟୁ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ। ପୀଡ଼ିତାଙ୍କ ଉଦ୍ଧାର କରିବା ବେଳେ ତାଙ୍କ ମୁହଁ, ହାତ, ଗୋଡ଼ ବନ୍ଧା ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିବା ଅଭିଯୋଗ ହୋଇଛି।

ପୀଡ଼ିତା ଜଣଙ୍କୁ ଉଦ୍ଧାର କରିବା ପରେ ରେୟପାରା ରୁରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବା ପରେ ତମଲୁକ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। କାଲକାଟା ନ୍ୟୁଜର ରିପୋର୍ଟ ଅନୁଯାୟୀ ସେ ଏବେ ଗୁରୁତର ରହିଛନ୍ତି।

Advertisment

ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଆମର ଦଳୀୟ କର୍ମୀ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରିବାବେଳେ ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି। ଟିଏମସିର ଗୁଣ୍ଡାମାନେ ଏହି ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ହେଲେ ଏ ନେଇ ଟିଏମସି କୌଣସି ଜବାବ ରଖିନାହିଁ। ଟିଏମସି ଏଭଳି ଭୟର ବାତାବରଣ ତିଆରି କରି ଟିଏମସିକୁ ଭୋଟ୍ ଦେବା ପାଇଁ କହୁଛି ବୋଲି ଦିଲ୍ଲୀପ ଘୋଷ କହିଛନ୍ତି।

TMC West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe