Advertisment

ଭୋଟିଂ ଚାଲିଥିବା ବେଳେ ବେଙ୍ଗଲରୁ ମିଳିଲା ବିଜେପି କର୍ମୀଙ୍କ ମୃତଦେହ

କୋଲକାତା: ଆଜି ବେଙ୍ଗଲ ବିଧାନସଭାର ୩୦ଟି ଆସନ ପାଇଁ ମତଦାନ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ପ୍ରକ୍ରିୟା ସନ୍ଧ୍ୟା ୬.୩୦ ଯାଏ ଚାଲିବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ପ୍ରାୟ ୩୬% ଭୋଟ ଗ୍ରହଣ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି। ୫ଟି ଜିଲ୍ଲାର ୩୦ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ପଶ୍ଚିମ ମେଦିନିପୁରରୁ ଜଣେ ବିଜେପି କର୍ମୀଙ୍କ ମୃତଦେହ ମିଳିଛି। ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଥିବା ୫ […]

ଭୋଟିଂ ଚାଲିଥିବା ବେଳେ ବେଙ୍ଗଲରୁ ମିଳିଲା ବିଜେପି କର୍ମୀଙ୍କ ମୃତଦେହ

west-Bengal

Advertisment

କୋଲକାତା: ଆଜି ବେଙ୍ଗଲ ବିଧାନସଭାର ୩୦ଟି ଆସନ ପାଇଁ ମତଦାନ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ପ୍ରକ୍ରିୟା ସନ୍ଧ୍ୟା ୬.୩୦ ଯାଏ ଚାଲିବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ପ୍ରାୟ ୩୬% ଭୋଟ ଗ୍ରହଣ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୫ଟି ଜିଲ୍ଲାର ୩୦ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ପଶ୍ଚିମ ମେଦିନିପୁରରୁ ଜଣେ ବିଜେପି କର୍ମୀଙ୍କ ମୃତଦେହ ମିଳିଛି। ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଥିବା ୫ ଜିଲ୍ଲା ମଧ୍ୟରେ ପଶ୍ଚିମ ମେଦିନିପୁର ମଧ୍ୟ ରହିଛି। ସେହିପରି ପୂର୍ବ ମେଦିନିପୁର ସତସତମଲ ବୁଥରେ ବି ହିଂସାକାଣ୍ଡ ଘଟିଛି। ଏଠାରେ ହୋଇଥିବା ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେହିପରି ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ଗାଡ଼ିରେ ଭଙ୍ଗାରୁଜା କରାଯାଇଥିବା ଖବର ମଧ୍ୟ ମିଳିଛି।

ଆଜି ସକାଳୁ ପୁଲିସ ପଶ୍ଚିମ ମେଦିନିପୁରର କେଶିୟାରୀରୁ ବିଜେପି କର୍ମୀଙ୍କ ମୃତଦେହକୁ ଠାବ କରିଛି। ମୃତ ବିଜେପି କର୍ମୀ ଜଣଙ୍କ ହେଉଛନ୍ତି ୩୫ ବର୍ଷୀୟ ମଙ୍ଗଳ ସୋରେନ। ତାଙ୍କ ଘର କେଶିୟାରୀର ବେଙ୍ଗୁମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ତାଙ୍କର ମୃତ୍ୟୁ କେମିତି ହେଲା ସେକଥା ଜଣାପଡ଼ିନାହିଁ। ଏହାକୁ ନେଇ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।

Advertisment

ଅନ୍ୟପକ୍ଷରେ ପୂର୍ବ ମେଦିନିପୁରର ଉତ୍ତର କାଣ୍ଠିରେ କିଛି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ଫୁଲବାରିର ବୁଥ ନଂ ୧୭୮ ନିକଟରେ ସେମାନଙ୍କୁ କରାଯାଇଥିବା ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ବିଜେପି ଶାସକ ଟିଏମସିକୁ ଦାୟୀ କରିଛି। ଟିଏମସି ମଧ୍ୟ ବୁଥ ଦଖଲ ଅଭିଯୋଗ ବିଜେପି ବିରୋଧରେ ଆଣିଛି।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe