Advertisment

ବିଜୟୀ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେଉ ହେଉ ପୁଣିଥରେ ହିଂସା ମୁଣ୍ଡ ଟେକିଛି। ରବିବାର ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ କାର ଉପରେ ଆକ୍ରମଣ ହୋଇଥିବା ସୂଚନା ରହିଛି। ଏହି ଆକ୍ରମଣ ହଲଦିଆ ଭୋଟ୍ ଗଣତି କେନ୍ଦ୍ର ବାହାରେ ହୋଇଥିବା ସୂଚନା ରହିଛି। ଏହି ଆକ୍ରମଣ ପଛରେ ଟିଏମସି କର୍ମୀ ରହିଥିବା ବିଜେପି ଅଭିଯୋଗ କରିଛି। ଏହା ପୂର୍ବରୁ ବିଜେପିର ଆରମବାଗରେ ପାର୍ଟି ଅଫିସରେ ନିଆଁ ଲାଗିଥିବା […]

ଅଦ୍ୟତନ ହୋଇଛି
ବିଜୟୀ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ

subhendu-adhikari-attacked

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେଉ ହେଉ ପୁଣିଥରେ ହିଂସା ମୁଣ୍ଡ ଟେକିଛି। ରବିବାର ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ କାର ଉପରେ ଆକ୍ରମଣ ହୋଇଥିବା ସୂଚନା ରହିଛି। ଏହି ଆକ୍ରମଣ ହଲଦିଆ ଭୋଟ୍ ଗଣତି କେନ୍ଦ୍ର ବାହାରେ ହୋଇଥିବା ସୂଚନା ରହିଛି। ଏହି ଆକ୍ରମଣ ପଛରେ ଟିଏମସି କର୍ମୀ ରହିଥିବା ବିଜେପି ଅଭିଯୋଗ କରିଛି।

Advertisment

ଏହା ପୂର୍ବରୁ ବିଜେପିର ଆରମବାଗରେ ପାର୍ଟି ଅଫିସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ବିଜେପି ନେତା ଟ୍ୱିଟ୍ କରି ଏହି ଭିଡ଼ିଓ ଜାରି କରି ଏହା କହିଛନ୍ତି। ଆଉ ଏଥିପାଇଁ ଟିଏମସିକୁ ଦାୟୀ କରିଛନ୍ତି। ନିର୍ବାଚନ ସରିବା ପରେ ଟିଏମସି ପୁଣିଥରେ ହିଂସାକୁ ଆପଣାଇଛି ବୋଲି ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି। ତେବେ ଟିଏମସି ଅଭିଯୋଗକୁ ଅଗ୍ରାହ୍ୟ କରିଛି। ସେହିପରି ବିଜେପିର ଜଣେ ଏଜେଣ୍ଟଙ୍କ ଘରେ ମଧ୍ୟ ଟିଏମସି କର୍ମୀ ନିଆଁ ଲଗାଇ ଦେଇଥିବା ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି।

https://twitter.com/SuvenduWB/status/1388909273699127296?s=20

ଅନ୍ୟପଟେ ଟିଏମସି ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ନନ୍ଦିଗ୍ରାମରେ ତୁରନ୍ତ ପୁନଃ ଭୋଟ୍ ଗଣତି କରିବାକୁ ଦାବି କରିଛି। ନନ୍ଦିଗ୍ରାମ ଆସନରେ ପ୍ରଥମେ ମମତା ବାନାର୍ଜୀ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ହେଲେ ବିଜେପିର ଆପତ୍ତି ପରେ ପୁନର୍ବାର ଭୋଟ ଗଣତି କରାଯାଇଥିଲା ସେତେବେଳେ ଶୁଭେନ୍ଦୁ ବିଜେତା ହୋଇଥିଲେ। ଏବେ ଟିଏମସି ପୁନର୍ବାର ଭୋଟ୍ ଗଣତି ପାଇଁ ଦାବି କରିଛି।

Advertisment

ଅନ୍ୟପକ୍ଷରେ, ଟିଏମସି ପଶ୍ଚିମବଙ୍ଗ ବିଧାନସଭାରେ ୨୯୨ ଟି ଆସନ ମଧ୍ୟରୁ ୧୪୮ଟି ଜିତି ବହୁ ସଂଖ୍ୟା ହାସଲ କରିଛି। ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ୬୩ଟି ନିର୍ବାଚନମଣ୍ଡଳୀରେ ଟିଏମସି ଆଗୁଆ ରହିଛି। ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୨୯୪ କିନ୍ତୁ ଶ୍ୟାମସର୍ଗ ଏବଂ ଜାଙ୍ଗିପୁର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ଦେହାନ୍ତ ହୋଇଥିବାରୁ ନିର୍ବାଚନ ସ୍ଥଗିତ ରଖାଯାଇଛି। ୨୯୨ ବିଧାନସଭା ଆସନରୁ ୧୪୭ଟି ଆସନକେ ଯେଉଁ ଦଳ ବିଜୟୀ ହେବ ସିଏ ସରକାର ଗଢ଼ିବ।

West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe