Advertisment

ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ ପୂର୍ବରୁ ତେଜସ୍ୱୀ ସୂର୍ଯ୍ୟଙ୍କୁ ଅଟକାଇଲା ପୁଲିସ

ନୂଆଦିଲ୍ଲୀ: ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତଥା ଏମପି ତେଜସ୍ୱୀ ସୂର୍ଯ୍ୟଙ୍କ ସହ ଅନ୍ୟ ବିଜେପି କର୍ମୀମାନଙ୍କୁ ରଜସ୍ଥାନ ପୁଲିସ ଅଟକ ରଖିଛି। ସେମାନେ ରାଜସ୍ଥାନର ହିଂସାପ୍ରଭାବିତ କରୌଲି ଗସ୍ତ ପୂର୍ବରୁ ପୁଲିସ ତାଙ୍କୁ ଅଟକ ରଖିଛି। ବିଜେପିର ରାଜସ୍ଥାନ ରାଜ୍ୟ ସଭାପତି ସତୀସ ପୁନିଆଙ୍କ ସହ ତେଜସ୍ୱୀ ଓ ଅନ୍ୟ ସମର୍ଥମାନଙ୍କୁ  ଦୌସା ସୀମାରେ ପୁଲିସ ଅଟକ ରଖିଛି। ପୂର୍ବରୁ ତେଜସ୍ୱୀ ହିଂସାସ୍ଥଳକୁ ଯାତ୍ରା କରିବା ଟ୍ୱିଟ୍‌ କରି ଆଗୁଆ ସୂଚନା ଦେଇଥିଲେ। ଏଥିସହ […]

ଅଦ୍ୟତନ ହୋଇଛି
ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ ପୂର୍ବରୁ ତେଜସ୍ୱୀ ସୂର୍ଯ୍ୟଙ୍କୁ ଅଟକାଇଲା ପୁଲିସ

tejaswi

Advertisment

ନୂଆଦିଲ୍ଲୀ: ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତଥା ଏମପି ତେଜସ୍ୱୀ ସୂର୍ଯ୍ୟଙ୍କ ସହ ଅନ୍ୟ ବିଜେପି କର୍ମୀମାନଙ୍କୁ ରଜସ୍ଥାନ ପୁଲିସ ଅଟକ ରଖିଛି। ସେମାନେ ରାଜସ୍ଥାନର ହିଂସାପ୍ରଭାବିତ କରୌଲି ଗସ୍ତ ପୂର୍ବରୁ ପୁଲିସ ତାଙ୍କୁ ଅଟକ ରଖିଛି। ବିଜେପିର ରାଜସ୍ଥାନ ରାଜ୍ୟ ସଭାପତି ସତୀସ ପୁନିଆଙ୍କ ସହ ତେଜସ୍ୱୀ ଓ ଅନ୍ୟ ସମର୍ଥମାନଙ୍କୁ  ଦୌସା ସୀମାରେ ପୁଲିସ ଅଟକ ରଖିଛି। ପୂର୍ବରୁ ତେଜସ୍ୱୀ ହିଂସାସ୍ଥଳକୁ ଯାତ୍ରା କରିବା ଟ୍ୱିଟ୍‌ କରି ଆଗୁଆ ସୂଚନା ଦେଇଥିଲେ। ଏଥିସହ ସେଠାରେ ଲୋକମାନଙ୍କୁ ଏକାଠି ହେବାକୁ ଆହ୍ୱାନ କରିଥିଲେ।

Advertisment

ତାଙ୍କୁ ସମର୍ଥନ ପାଇଁ ଦଳୀୟ କର୍ମୀମାନଙ୍କୁ ତେଜସ୍ୱୀ ନିବେଦନ କରିଥିଲେ । ଯଦି ଦେଶ ପାଇଁ ଲଢ଼ିବାକୁ ଚାହୁଁଛ ତେବେ ହଁରେ ହଁ ଭରିବାକୁ ସେ ଡାକରା ଦେଇଥିଲା। ଯେମିତି ହେଉ ଆମକୁ କୌରଲି ଯିବାକୁ ପଡ଼ିବ। ଆମେ ଶୃଙ୍ଖଳାର ସହ ସେଠାକୁ ଯିବୁ। ଯଦି ଆମକୁ ପୁଲିସ ଅଟକେଇବାକୁ କିମ୍ବା ଗିରଫ କରେ ତେବେ ଆମେ ସାମ୍ନା କରିବାକୁ ପ୍ରସ୍ତୁତ। ଗତ ଏପ୍ରିଲ ୨ରେ  କୌରଲିରେ ଦୁଇ ଗୋଷ୍ଟୀ ମଧ୍ୟରେ ସଂଘର୍ଷ ଘଟି ଉତ୍ତେଜନା ଲାଗି ରହିଛି। ସପ୍ତାହେ ଧରି ସେଠାରେ କର୍ଫ୍ୟୁ ଜାରି କରାଯାଇଛି। ହିନ୍ଦୁ ନବବର୍ଷ ଅବସରରେ ଏକ ବାଇଇ ଶୋଭାଯାତ୍ରା ବାହାରିଥିବା ବେଳେ ଏହି ହିଂସାକାଣ୍ଡ ଘଟିଥିଲ।

ଏହି ବାଇକ୍‌ ଶୋଭାଯାତ୍ରା ଉପରକୁ ଅନ୍ୟ ଏକ ଗୋଷ୍ଠୀ ପଥରମାଡ଼ କରିଥିଲା। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଘଟି ୧୧ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ପୁଲିସ ଅଧିକାରୀ ମଧ୍ୟ ଅଛନ୍ତି। ଆରଏସଏସ ଏବଂ ବଜରଙ୍ଗ ଦଳପକ୍ଷରୁ ଏହି ଶୋଭାଯାତ୍ରା ବାହାରିଥିଲା।  ଏହାପରେ ସ୍ଥାନୀୟ ଅଞ୍ଚଳରେ ଦୋକାନ  ଓ ଘର ଦ୍ୱାର ଜାଳି ଦିଆଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବା ସହ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

Advertisment

ପୁଲିସ ୪୬ ଜଣଙ୍କୁ ଗିରଫ କରିଛି।

Tejashwi Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe