Advertisment

ବିଜେପି ସାଂସଦ ଜାରି କଲେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବାର ଭିଡିଓ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଗୋଟିଏ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୋଟିଏ ଏସ୍‌ୟୁଭି କେମିତି ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ି ଯାଉଛି, ତା’ର ଦୃଶ୍ୟ ରହିଛି। ଭିଡିଓର ସତ୍ୟତା ବିଷୟରେ ଜଣାପଡ଼ିନି। କିନ୍ତୁ ଏଥିରେ ଥିବା ଦୃଶ୍ୟ ବେଶ ହୃଦୟ ବିଦାରକ। ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଗୋଟିଏ କଳା ରଙ୍ଗର ଜିପ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ […]

ଅଦ୍ୟତନ ହୋଇଛି
ବିଜେପି ସାଂସଦ ଜାରି କଲେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବାର ଭିଡିଓ

BJP

Advertisment

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଗୋଟିଏ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୋଟିଏ ଏସ୍‌ୟୁଭି କେମିତି ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ି ଯାଉଛି, ତା’ର ଦୃଶ୍ୟ ରହିଛି। ଭିଡିଓର ସତ୍ୟତା ବିଷୟରେ ଜଣାପଡ଼ିନି। କିନ୍ତୁ ଏଥିରେ ଥିବା ଦୃଶ୍ୟ ବେଶ ହୃଦୟ ବିଦାରକ।

Advertisment

ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଗୋଟିଏ କଳା ରଙ୍ଗର ଜିପ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ି ଚାଲିଯିବା ପରେ ଲୋକମାନେ ଏଣେତେଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି। ପ୍ରଥମେ ଏହାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧି ଭଦ୍ରା ଟ୍ୱିଟ କରିଥିବା ବେଳେ ଏବେ ବିଜେପି ସାଂସଦ ବରୁଣ ଗାନ୍ଧି ଶେୟାର କରିଛନ୍ତି

ସେ ଭିଡିଓ ଦେଖିଲେ ଯକୌଣସି ଲୋକର ଆତ୍ମା ଦୋହଲି ଯିବ ବୋଲି କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କୁ ପୁଲିସ୍‌ ତୁରନ୍ତ ଗିରଫ କରୁ ବୋଲି ଦାବି କରିଛନ୍ତି।

Advertisment


ଉତ୍ତର ପ୍ରଦେଶର ପିଲିଭିଟରୁ ସାଂସଦ ହୋଇଥିବା ବରୁଣ ଗାନ୍ଧି କହିଛନ୍ତି, “ଲଖିମପୁର ଖେରିରେ ଗାଡ଼ି ମଡ଼ାଇ ଚାଷୀଙ୍କୁ ଦଳି ଦେବାର ଏହି ଭିଡିଓ ଯେକୌଣସି ଲୋକଙ୍କର ଆତ୍ମାକୁ ଦୋହଲାଇ ଦେବ। ପୁଲିସ୍‌ ତୁରନ୍ତ ଏହି ଭିଡିଓକୁ ବିଚାରକୁ ନେଉ। ଏଥିସହ ଗାଡ଼ିର ମାଲିକ, ସେଥିରେ ବସିଥିବା ଲୋକ ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶଷଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରୁ।”

ରବିବାର ଘଟଣା ଘଟିଥିବା ବେଳେ ଏଯାଏ କାହାକୁ ବି ଗିରଫ କରାଯାଇନାହିଁ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ମଡ଼ାଇ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହେଲେ ପୁଲିସ୍‌ କେବଳ ଅଜୟ, ଆଶିଷ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରି ବସି ଯାଇଛି। ଏହି ଘଟଣା ଏବେ ଜାତୀୟ ପ୍ରସଙ୍ଗ ପାଲଟିଥିବା ବେଳେ ବିରୋଧୀ ଦଳର ନେତାମାନେ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି।

ବିଜେପିର ଏକମାତ୍ର ସାଂସଦ ବରୁଣ ଗାନ୍ଧି ଖୋଲାଖୋଲି ଭାବେ ଘଟଣାକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତଦନ୍ତ ପାଇଁ ଚିଠି ଲେଖିଛନ୍ତି। ରବିବାର ଦିନ ହିଁ ବରୁଣ ଚିଠି ଲେଖି ଲଖିମପୁର ଖେରି ହିଂସାକାଣ୍ଡ ଘଟାଣର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରିବାକୁ ଦାବି କରିଥିଲେ।

Lakhimpur Kheri Updates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe