ବିମାନ ଭିତରେ ସିଗାରେଟ୍‌ ଟାଣି ଫସିଲେ ବଡିବିଲ୍ଡର୍‌, ଭୋଗିପାରନ୍ତି ଆଜୀବନ ଜେଲ୍‌

ନୂଆଦିଲ୍ଲୀ: ଧୂମପାନ କରି ଫସିଲେ ଫେମସ୍‌ ବଡିବିଲ୍ଡର୍‌ ତଥା ୟୁଟ୍ୟୁବର୍‌ ବବି କଟାରିଆ। ତାଙ୍କୁ ବିମାନ ଭିତରେ ସିଗାରେଟ୍‌ ଟାଣିବା ମହଙ୍ଗା ପଡିଛି। ଦିଲ୍ଲୀ ପୁଲିସ ସୋମବାର ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଯଦି ଦୋଷ ପ୍ରମାଣିତ ହୁଏ ତେବେ ତାଙ୍କୁ ଆଜୀବନ ସଜା କାଟିବାକୁ ପଡିପାରେ ବୋଲି ସୂଚନା ରହିଛି। ସୂଚନା ମୁତାବକ, ସ୍ପାଇସ୍‌ ଜେଟ୍‌ ବିମାନ ଭିତରେ ବବି କଟାରିଆ ସିଗାରେଟ୍‌ ଟାଣୁଥିବାର ଏକ ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହୋଇଥିଲା। […]

bobby-kataria

bobby-kataria

Madhupriya Mistry
  • Published: Tuesday, 16 August 2022
  • Updated: 16 August 2022, 11:26 AM IST

ନୂଆଦିଲ୍ଲୀ: ଧୂମପାନ କରି ଫସିଲେ ଫେମସ୍‌ ବଡିବିଲ୍ଡର୍‌ ତଥା ୟୁଟ୍ୟୁବର୍‌ ବବି କଟାରିଆ। ତାଙ୍କୁ ବିମାନ ଭିତରେ ସିଗାରେଟ୍‌ ଟାଣିବା ମହଙ୍ଗା ପଡିଛି। ଦିଲ୍ଲୀ ପୁଲିସ ସୋମବାର ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଯଦି ଦୋଷ ପ୍ରମାଣିତ ହୁଏ ତେବେ ତାଙ୍କୁ ଆଜୀବନ ସଜା କାଟିବାକୁ ପଡିପାରେ ବୋଲି ସୂଚନା ରହିଛି।

ସୂଚନା ମୁତାବକ, ସ୍ପାଇସ୍‌ ଜେଟ୍‌ ବିମାନ ଭିତରେ ବବି କଟାରିଆ ସିଗାରେଟ୍‌ ଟାଣୁଥିବାର ଏକ ଭିଡିଓ କିଛି ଦିନ ପୂର୍ବେ ଭାଇରାଲ ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସ୍ପାଇସଜେଟ୍ ଅଧିକାରୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ଗୁରୁବାର ଦିନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରି ବିପଦପୂର୍ଣ୍ଣ ଆଚରଣ ପାଇଁ କୌଣସି ସହନଶୀଳତା ନାହିଁ ବୋଲି ସେ କହିଥିଲେ।

ଅଭିଯୋଗ ଅନୁଯାୟୀ, ବବି କାଟାରିଆ ଜାନୁଆରୀ ୨୦ ତାରିଖରେ ଏକ ସ୍ପାଇସ୍‌ ଜେଟ୍‌ର ବିମାନରେ ଦୁବାଇରୁ ନୂଆଦିଲ୍ଲୀ ଯାଇଥିଲେ। ଏହା ପରେ ୨୪ ଜାନୁଆରୀରେ, ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିମାନ ଭିତରେ ସିଗାରେଟ୍ ଟାଣୁଥିବା ନଜର ଆସିଥିଲେ। ଏହି ମାମଲାର ୭ ମାସ ପରେ ଏବେ ସୁରକ୍ଷା ବେସାମରିକ ବିମାନ ଚଳାଚଳ ଅଧିନିୟମ ୧୯୮୨ର ଧାରା ୩ସି ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଯେ ଯାତ୍ରୀମାନଙ୍କୁ ବିମାନରେ ଲାଇଟର୍ ନେବାକୁ କିମ୍ବା ସିଗାରେଟ୍ ଟାଣିବାକୁ ଅନୁମତି ଦିଆଯାଏ ନାହିଁ। ଏଭଳି ପରିସ୍ଥିତିରେ ସ୍ପାଇସଜେଟ ତଦନ୍ତ ପରେ ଇନଷ୍ଟାଗ୍ରାମରେ ୬.୩ ଲକ୍ଷ ଫଲୋଅର୍ସ ଥିବା କାଟାରିଆଙ୍କୁ ୧୫ ଦିନ ପାଇଁ 'ନୋ ଫ୍ଲାଇଙ୍ଗ ଲିଷ୍ଟ'ରେ ରଖିଛି।

ଏହାପୂର୍ବରୁ ମଧ୍ୟ ଏହି ବିବାଦୀୟ ବଡିବିଲ୍ଡର୍‌ ବବି କଟାରିଆ ଦେହରାଡୁନ୍-ମୁସୁରି ରାସ୍ତାର ମଝିରେ ଚେୟାର ଉପରେ ବସି ମଦ୍ୟପାନ କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

After smoking in plane, influencer Bobby Kataria booked for drinking on road

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos