Advertisment

ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଝଟ୍‌କା, ୧୦୦ କୋଟି ବଟି ମାମଲାର ଯାଞ୍ଚ କରିବ CBI

ମୁମ୍ବାଇ: ବଢ଼ିଲା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅଡୁଆ। ତାଙ୍କ ବିରୋଧରେ ଆସିଥିବା ୧୦୦ କୋଟି ବଟି ମାମଲାର ଯାଂଚ କରିବ ସିବିଆଇ । ଏନେଇ ବମ୍ବେ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୧୫ ଦିନ ଭିତରେ ସିବିଆଇ ତା’ର ତଦନ୍ତ ଆରମ୍ଭ କରି। ମୁମ୍ବାଇ ପୁଲିସର ପୂର୍ବତନ କମିଶନର ପରମୀର ସିଂହଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି ଏଭଳି ନିଷ୍ପତି ଶୁଣାଇଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧାରେ ଅଣାଯାଇଥିବା ଅଭିଯୋଗର […]

ଅଦ୍ୟତନ ହୋଇଛି
ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଝଟ୍‌କା, ୧୦୦ କୋଟି ବଟି ମାମଲାର ଯାଞ୍ଚ କରିବ CBI

Anil Deshmukh and Param Bir Singh

Advertisment

ମୁମ୍ବାଇ: ବଢ଼ିଲା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅଡୁଆ। ତାଙ୍କ ବିରୋଧରେ ଆସିଥିବା ୧୦୦ କୋଟି ବଟି ମାମଲାର ଯାଂଚ କରିବ ସିବିଆଇ । ଏନେଇ ବମ୍ବେ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୧୫ ଦିନ ଭିତରେ ସିବିଆଇ ତା'ର ତଦନ୍ତ ଆରମ୍ଭ କରି। ମୁମ୍ବାଇ ପୁଲିସର ପୂର୍ବତନ କମିଶନର ପରମୀର ସିଂହଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ଆଜି ଏଭଳି ନିଷ୍ପତି ଶୁଣାଇଛନ୍ତି।

Advertisment

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧାରେ ଅଣାଯାଇଥିବା ଅଭିଯୋଗର ବିଚାର କରି କୋର୍ଟ କହିଛନ୍ତି, ଏନେଇ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ କରିବ, ତଦନ୍ତ ପରେ ମାମଲା ସିବିଆଇ ହାତକୁ ଯିବ। କୋର୍ଟ କହିଛନ୍ତି ଯେ, ଅନିଲ ଦେଶମୁଖ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ।  ଫଳରେ ନିରପେକ୍ଷ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ତେଣୁ ସିବିଆଇ ଏହି ମାମଲାର ତଦନ୍ତ କରିବା ଆବଶ୍ୟକ।

ସିବିଆଇ ପ୍ରାରମ୍ଭିକ ସ୍ତରରୁ ତଦନ୍ତ କରୁ । ଏଥିରେ ସମସ୍ତଙ୍କୁ ସହଯୋଗ କରିବାକୁ ହେବ । ୧୫ ଦିନ ମଧ୍ୟରେ ସିବିଆଇ ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଯଦି ସିବିଆଇ ରିପୋର୍ଟରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ଆସେ ତେବେ  ତାଙ୍କ ବିରୋଧରେ ଏଜେନ୍ସି ଏଫଆଇଆର୍‌ ରୁଜୁ କରିବ ବୋଲି କୋର୍ଟ କହିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ ବଦଳି ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ। ଅନିଲ ଦେଶମୁଖ ସଚିନ ୱାଜେଙ୍କୁ ମୁମ୍ବାଇରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ଟାର୍ଗେଟ ଦେଇଥିବା ସେ ଅଭିଯୋଗ ଆଣିଥିଲେ।  କେବଳ ସେତିକି ନୁହେଁ ସେ ଅନିଲ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଥିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର । ପରେ ଏହି ମାମଲରେ ପରମବୀର ସିଂହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେ ମାର୍ଚ୍ଚ ୨୫ ତାରିଖରେ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ନେଇ କୋର୍ଟରେ ଆବେଦନ କରିଥିଲେ।

CBI Bombay HighCourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe