Advertisment

ପରମବୀରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ: ବିନା FIRରେ କେମିତି ତଦନ୍ତ ନିର୍ଦ୍ଦେଶ ଦିଆଯିବ?

ମୁମ୍ୱାଇ: ମହରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ବମ୍ୱେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୂର୍ବତନ ପୁଲିସ କମିଶନର ପରମବୀର ସିଂହ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ତଳ କୋର୍ଟକୁ ଯିବା ପାଇଁ ପରମବୀରଙ୍କୁ କହିଛନ୍ତି। ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରମବୀର। ହେଲେ ବିନା ଏଫଆଇଆରରେ କିଭଳି ସିବିଆଇ ତଦନ୍ତ ଦିଆଯିବ ବୋଲି ବିଚାରପତି ପରମବୀରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟରେ ପରମୀବରଙ୍କ ପାଇଁ ପକ୍ଷ ରଖିଥିଲେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପରମବୀରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ: ବିନା FIRରେ କେମିତି ତଦନ୍ତ ନିର୍ଦ୍ଦେଶ ଦିଆଯିବ?

anil-desmukh-parambir

ମୁମ୍ୱାଇ: ମହରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣି ବମ୍ୱେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୂର୍ବତନ ପୁଲିସ କମିଶନର ପରମବୀର ସିଂହ। ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ତଳ କୋର୍ଟକୁ ଯିବା ପାଇଁ ପରମବୀରଙ୍କୁ କହିଛନ୍ତି। ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରମବୀର। ହେଲେ ବିନା ଏଫଆଇଆରରେ କିଭଳି ସିବିଆଇ ତଦନ୍ତ ଦିଆଯିବ ବୋଲି ବିଚାରପତି ପରମବୀରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟରେ ପରମୀବରଙ୍କ ପାଇଁ ପକ୍ଷ ରଖିଥିଲେ ଆଇନଜୀବୀ ବିକ୍ରମ ନାନକାନି।

Advertisment

ପରମବୀରଙ୍କ ପକ୍ଷ ଶୁଣିବାପରେ ବିଚାରପତି ଜଷ୍ଟିସ ଦିପଙ୍କର ଦତ୍ତ କହିଛନ୍ତି ଏହି ପ୍ରସଙ୍ଗ ଦୁଇଟି ବିନ୍ଦୁ ଉପରେ ଆଧାରିତ। ଏହି ଆବେଦନ ଜନସ୍ୱାର୍ଥ ମାମଲା ଶ୍ରେଣୀର ଆସୁଛି କି ନାହିଁ ଦେଖିବାକୁ ହେବ ସେହିପରି ନ୍ୟାୟଳୟ ବିନା ଏଫଆଇଆରରେ କିଭଳି ଶୁଣାଣି କରିବ? ଯଦି ଏଫଆଇଆର ଦାଖଲ ନହେବ ତାହେଲେ ଆବେଦନକାରୀ ନିଜ ଦାୟିତ୍ୱ ଠିକ ଭାବରେ ପାଳନ କରୁନାହାନ୍ତି। ତେଣୁ ଆବେଦନକାରୀ ମିଡିଆରେ ଏ ପ୍ରସଙ୍ଗରେ ଅଭିଯୋଗ ଆସିବା ପରେ ତତକ୍ଷଣତା ଏଫଆଇଆର ଦାଖଲ କରିବାର ଥିଲା।

ପରମବୀର ଏଫଆଇଆର ଦାଖଲ କରିନଥିବାରୁ ବିଚାରପତି ତାଙ୍କ ଉପରେ ପ୍ରଶ୍ନ କରିଛନ୍ତି, ଜଣେ ପୁଲିସ ଅଫିସର ହୋଇ କିଭଳି ଆଇନକୁ ଠିକ୍ ଭାବରେ ପାଳନ କରୁନାହାନ୍ତି ହୋଲି ବିଚାରପତି ପରମବୀରଙ୍କୁ ପ୍ରଶ୍ନ କରିଛନ୍ତି। ନେତା, ମନ୍ତ୍ରୀ, ପୁଲିସ ଅଧିକାରୀର ଅର୍ଥ ନୁହେଁ ଆଇନ ଉପରେ ବୋଲି ସେ କହିଛନ୍ତି।

Advertisment

ପରମବୀରଙ୍କ ଓକିଲ ପକ୍ଷ ରଖି କହିଥିଲେ ଏହା ଏକ ଗୁରୁତର ପ୍ରସଙ୍ଗ। ପରମବୀରଙ୍କ ଚିଠିରେ ସବୁ ସତ କଥା କୁହାଯାଇଛି। ଯାହାକି ପୁଲିସ ଫୋର୍ସର ସମସ୍ୟା। ପୁଲିସରେ ରାଜନୀତିକ ହସ୍ତକ୍ଷେପ ରହିଛି।

ସୂଚନାଯୋଗ୍ୟ, ପରମବୀର ସିଂହ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇର ରେଷ୍ଟୁରାଣ୍ଟ ଏବଂ ବାରରୁ ପ୍ରତି ମାସରେ 100 କୋଟି ଟଙ୍କା ବଟି ଆଦାୟ ପାଇଁ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ଅନୀଲ ଦେଶମୁଖଙ୍କ ଘର ପାଖରେ ଲାଗିଥିବା ସିସିଟିଭି ଫୁଟେଜ ଜବତ ହେବା ଦରକାର। ଏମିତି ହେଲେ ସଚିନ ବାଜେ ଏବଂ ଅନୀଲ ଦେଶମୁଖଙ୍କ ଭେଟଘାଟର ପ୍ରମାଣ ମିଳିବ। ଯଦି କୋର୍ଟ ନିର୍ଦ୍ଦେଶ ନଦେବେ ସେ ଯେଉଁ ଅଭିଯୋହ କରିଛନ୍ତି ତାର ପ୍ରମାଣ ନଷ୍ଟ ହୋଇଯିବ। ତେଣୁ ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ କୋର୍ଟରେ ଦାବି କରିଛନ୍ତି। ଫେବୃଆରୀରେ ଦେଶମୁଖଙ୍କ ବାସଭବନରେ ଏକ ବୈଠକ ହୋଇଥିଲା, ଯେଉଁଥିରେ ସଚିନ ବାଜେ ଅନୀଲ ଦେଶମୁଖଙ୍କୁ ଭେଟିଥିଲେ ବୋଲି ପରମବୀର ଅଭିଯୋଗ କରିଛନ୍ତି।

ପୂର୍ବରୁ ସମାନ ପ୍ରସଙ୍ଗ ଆଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରମବୀର। କିନ୍ତୁ ଶୁଣାଣି ସମୟରେ ସୁପ୍ରିମକୋର୍ଟ ହାଇକୋର୍ଟ ଯିବାକୁ କହିଥିଲେ।

Sachin Vaze Parambir Singh Anil Deshmukh