Advertisment

ଅଜବ ବ୍ୟବସ୍ଥା: ଡାକ୍ତରଙ୍କୁ ଅପେକ୍ଷା କରି ମା’ କୋଳରେ ଆଖି ବୁଜିଲା ପୁଅ

ଭୋପାଲ: ସ୍ୱାସ୍ଥ୍ୟବ୍ୟସ୍ଥାର ନଗ୍ନ ଚିତ୍ର ପୁଣି ସାମ୍ନାକୁ ଆସିଛି। କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ହୋଇଥିବା ପ୍ରଚାର କରୁଛନ୍ତି। ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଦେବା ନାଁରେ ଅନେକ ଯୋଜନା ଲାଗୁ କରାଯାଉଛି। ହେଲେ ବାସ୍ତବରେ ସାଧାରଣ ଲୋକମାନେ ଏହାର କେତେ ଫାଇଦା ପାଉଛନ୍ତି, ତା’ର ଆଉ ଏକ ବିକଟଳ ଉଦାହରଣ ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ମା’ କୋଳରେ ଆଖି ବୁଜିଛି ୫ ବର୍ଷର ପୁଅ। ମା’ କୋଳରେ ଅସୁସ୍ଥ ପୁଅ […]

ଅଦ୍ୟତନ ହୋଇଛି
ଅଜବ ବ୍ୟବସ୍ଥା: ଡାକ୍ତରଙ୍କୁ ଅପେକ୍ଷା କରି ମା’ କୋଳରେ ଆଖି ବୁଜିଲା ପୁଅ

MP

Advertisment

ଭୋପାଲ: ସ୍ୱାସ୍ଥ୍ୟବ୍ୟସ୍ଥାର ନଗ୍ନ ଚିତ୍ର ପୁଣି ସାମ୍ନାକୁ ଆସିଛି। କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ହୋଇଥିବା ପ୍ରଚାର କରୁଛନ୍ତି। ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଦେବା ନାଁରେ ଅନେକ ଯୋଜନା ଲାଗୁ କରାଯାଉଛି। ହେଲେ ବାସ୍ତବରେ ସାଧାରଣ ଲୋକମାନେ ଏହାର କେତେ ଫାଇଦା ପାଉଛନ୍ତି, ତା’ର ଆଉ ଏକ ବିକଟଳ ଉଦାହରଣ ସାମ୍ନାକୁ ଆସିଛି।

Advertisment

ଚିକିତ୍ସା ଅବହେଳାରୁ ମା’ କୋଳରେ ଆଖି ବୁଜିଛି ୫ ବର୍ଷର ପୁଅ। ମା’ କୋଳରେ ଅସୁସ୍ଥ ପୁଅ ଛଟପଟ ହେଉଥିଲେ ମଧ୍ୟ କୌଣସି ଡାକ୍ତର  ଠିକ ସମୟରେ ତାଙ୍କର ଚିକିତ୍ସା କରି ନାହାନ୍ତି। ଶେଷରେ ଯନ୍ତ୍ରଣାକୁ ସହ୍ୟ ନ କରିପାରି ମା’ କୋଳରେ ହିଁ ସବୁଦିନ ପାଇଁ ଆଖି ବୁଜିଛନ୍ତି ୫ ବର୍ଷର ଋଷି।

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଗୋଟିଏ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରି ଘଟଣା ଘଟିଛି। ମା’ କୋଳରେ ୫ ବର୍ଷର ପୁଅ ଆଖିବୁଜା ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜୟ ପାଣ୍ଡ୍ରେ ଓ ତାଙ୍କ ପରିବାର ୫ ବର୍ଷୀୟ ଋଷଙ୍କୁ ସ୍ଥାନୀୟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ପୁଅର ଦେହ ଭୀଷଣ ଖରାପ ଥିଲେ ମଧ୍ୟ ସେମାନଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଦୀର୍ଘ ଘଣ୍ଟା ଆଉଟ ଡୋରରେ ବସାଇ ରଖିଥିଲେ। ବାରମ୍ବାର ପରିବାର ଲୋକ ଡାକ୍ତରଙ୍କୁ ଡାକୁଥିଲେ ମଧ୍ୟ କେହି ବି ସେମାନଙ୍କ କଥା ଶୁଣି ନଥିଲେ। ଆଉ ଟିକିଏ ଅପେକ୍ଷା କର, ଡାକ୍ତର ଆସିଲେ ଦେଖିବେ କହି ମେଡିକାଲ କର୍ତ୍ତୃପକ୍ଷ କେବଳ ସମୟ ଗଡ଼େଇ ଚାଲିଥିଲେ।

ଦୀର୍ଘ ଘଣ୍ଟା ପରିବାର ଲୋକଙ୍କ ଚିକିତ୍ସା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତର କିମ୍ବା କୌଣସି ମେଡିକାଲ ଅଧିକାରୀ ଅସୁସ୍ଥ ଋଷିଙ୍କୁ ଦେଖି ନଥିଲେ। ଶେଷରେ ଅସହାୟ ବାପା ମା’ଙ୍କ ଆଖି ସାମ୍ନାରେ ହିଁ ଛୋଟ ପିଲାଟି ସବୁଦିନ ପାଇଁ ପରପାରିକୁ ଚାଲି ଯାଇଥିଲେ। ମା’ କୋଳରେ ଶୋଇଥିବା ବେଳେ ହିଁ ଋଷିଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣା ରାଜ୍ୟରେ ଥିବା ଦୁର୍ବଳ ସ୍ୱାସ୍ଥ୍ୟଭୂମିର ଅକାଟ୍ୟ ସତ୍ୟକୁ ସାମ୍ନାକୁ ଆଣିଛି। ସ୍ଥାନୀୟ ଲୋକମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ସେହିପରି ପିଲାଟିର ମୃତ୍ୟୁ ପରେ ମଧ୍ୟ ଦୀର୍ଘ ୧ ଘଣ୍ଟା ଯାଏ କୌଣସି ଡାକ୍ତର କିମ୍ବା ମେଡିକାଲ ଅଧିକାରୀ ଋଷିଙ୍କୁ ଦେଖି ନଥିବା ଅଭିଯୋଗ ହୋଇଛି।

ଘଟଣା ବେଳେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ସାମ୍ବାଦିକମାନେ କାହିଁକି ବିଳମ୍ବରେ ଅସୁସ୍ଥ ପିଲାର ଚିକିତ୍ସା କରାଗଲା ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଦିନକ ଆଗରୁ ଉପବାସ କରିଥିଲେ। ତେଣୁ ସେ ମେଡିକାଲରେ ଆଜି ପହଞ୍ଚିଲା ବେଳକୁ ସାମାନ୍ୟ ବିଳମ୍ବ ହୋଇଥିଲା ବୋଲି ସଫେଇ ଦେଇଛନ୍ତି। ତେବେ ଡାକ୍ତରଙ୍କ ଏପରି ଉତ୍ତର ସମସ୍ତଙ୍କ ରାଗକୁ ଆହୁରି ତୀବ୍ର କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe