Advertisment

କପି କାଗଜକୁ ଭାବିନେଲେ ଲଭ୍‌ ଲେଟର୍‌, ନାବାଳକକୁ ଖଣ୍ଡଖଣ୍ଡ କରି କାଟିଦେଲା ଝିଅର ଭାଇ

ପାଟନା: ସାମ୍ନାକୁ ଆସିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଭୁଲ ବୁଝାମଣାରୁ ଚାଲି ଯାଇଛି ଜଣେ ୧୨ ବର୍ଷୀୟ ପିଲାର ଜୀବନ। ନାବାଳକ ଜଣଙ୍କ ତାଙ୍କ ଭଉଣୀଙ୍କୁ କପି କାଗଜ ଫିଙ୍ଗୁ ଥିବା ବେଳେ ଏହାକୁ ଆଉ ଜଣେ ଝିଅ ଲଭ ଲେଟର ବୋଲି ଭାବି ନେଇଥିଲେ। ଏକଥା ଝିଅଟି ତା’ ଭାଇଙ୍କୁ କହିବାରୁ ସେ ତା’ର ସାଙ୍ଗମାନଙ୍କ ସହ ମିଶି ୧୨ ବର୍ଷୀୟ ପିଲାଟିକୁ ଖଣ୍ଡଖଣ୍ଡ କରି କାଟି ହତ୍ୟା କରିଛି। ବିହାରର ଭୋଜପୁରରେ […]

ଅଦ୍ୟତନ ହୋଇଛି
କପି କାଗଜକୁ ଭାବିନେଲେ ଲଭ୍‌ ଲେଟର୍‌, ନାବାଳକକୁ ଖଣ୍ଡଖଣ୍ଡ କରି କାଟିଦେଲା ଝିଅର ଭାଇ

Bihar

Advertisment

ପାଟନା: ସାମ୍ନାକୁ ଆସିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଭୁଲ ବୁଝାମଣାରୁ ଚାଲି ଯାଇଛି ଜଣେ ୧୨ ବର୍ଷୀୟ ପିଲାର ଜୀବନ। ନାବାଳକ ଜଣଙ୍କ ତାଙ୍କ ଭଉଣୀଙ୍କୁ କପି କାଗଜ ଫିଙ୍ଗୁ ଥିବା ବେଳେ ଏହାକୁ ଆଉ ଜଣେ ଝିଅ ଲଭ ଲେଟର ବୋଲି ଭାବି ନେଇଥିଲେ। ଏକଥା ଝିଅଟି ତା’ ଭାଇଙ୍କୁ କହିବାରୁ ସେ ତା’ର ସାଙ୍ଗମାନଙ୍କ ସହ ମିଶି ୧୨ ବର୍ଷୀୟ ପିଲାଟିକୁ ଖଣ୍ଡଖଣ୍ଡ କରି କାଟି ହତ୍ୟା କରିଛି।

Advertisment

ବିହାରର ଭୋଜପୁରରେ ଏହି ଘଟଣା ଘଟିଛି। ପୁଲିସ୍‌ ୧୨ ବର୍ଷୀୟ ପିଲାଟି ଶରୀରର ବିଭିନ୍ନ ଅଂଶ ମହତବାନିଆ ହଲ୍ଟ ଷ୍ଟେସନ ନିକଟସ୍ଥ ରେଳ ଟ୍ରାକ୍‌ ନିକଟରୁ ଜବତ କରିଛି। ଏହାପରେ ପୁଲିସ୍‌ ଝିଅଟିର ଭାଇ ଓ ତା’ର ସାଙ୍ଗମାନଙ୍କୁ ଗିରଫ କରିଛି। ଏଥିସହ ଫରେନ୍ସିକ ସାଇନ୍ସ ଲ୍ୟାବର ସହଯୋଗରେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ କହିଛି ଯେ ଗତ ସପ୍ତାହରେ ଜଣେ ୫ମ ଶ୍ରେଣୀର ଛାତ୍ର ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ତା’ର ଭଉଣୀକୁ ପରୀକ୍ଷା ପାଇଁ ସ୍କୁଲକୁ ନେଇ ଯାଇଥିଲା। ପରୀକ୍ଷାରେ ଭଉଣୀଙ୍କୁ ସହଯୋଗ କରିବାକୁ ପିଲାଟି ଗୋଟିଏ କପି କାଗଜ ପରୀକ୍ଷା ହଲ ମଧ୍ୟକୁ ଫିଙ୍ଗିଥିଲା। ତେବେ ଭୁଲ ବଶତଃ ସେହି କପି କାଗଜଟି ହଲରେ ବସିଥିବା ଆଉ ଜଣେ ଝିଅର ଦେହରେ ମାଡ଼ ହୋଇଥିଲା।

Advertisment

ସେ ଏହାକୁ ଲଭ ଲେଟର ବୋଲି ଭାବି ନେଇଥିଲା ଓ ପରୀକ୍ଷା ପରେ ଭାଇଙ୍କୁ ଜଣାଇଥିଲା। ଭାଇ ଜଣଙ୍କ ତା’ର ସାଙ୍ଗମାନଙ୍କୁ ନେଇ ୧୨ ବର୍ଷୀୟ ଛାତ୍ରକୁ ମାଡ଼ ମାରିଥିଲା।

ଏକଥା ଝିଅଟି ତା’ ଘରେ ମଧ୍ୟ ଜଣାଇଥିଲା। ଏହାପରେ ପରିବାର ଲୋକ ପିଲାଟିକୁ ଖୋଜିବାକୁ ଆରମ୍ଭ କରିଥିଲେ। ଏଥିସହ ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ। ହେଲେ ଏହିସବୁ ଭିତରେ ଝିଅଟିର ଭାଇ ଓ ତା’ର ସାଙ୍ଗମାନେ କପି କାଗଜ ଫିଙ୍ଗିଥିବା ପିଲାଟିକୁ ହତ୍ୟା କରିବା ସହ ତାକୁ ଖଣ୍ଡଖଣ୍ଡ କରି କାଟି ରେଳ ଷ୍ଟେସନ ଓ ଅନ୍ୟାନ୍ୟ ସ୍ଥାନରେ ପକାଇ ସାରିଥିଲେ।

ସୋମବାର ଗାଁର ଜଣେ ଲୋକ ସ୍ଥାନୀୟ ମନ୍ଦିର ନିକଟରେ କଟା ହାତ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଜରିଆରେ କଟା ହାତ କାହାର ସେକଥା ଖୋଜିବା ଆରମ୍ଭ କରିଥିଲା। ଖଣ୍ଡ ବିଖଣ୍ଡିତ ଶରୀର ବିଭିନ୍ନ ଅଂଶ ମିଳିବା ପରେ ପିଲାଟିର ପରିବାର ଲୋକଙ୍କୁ ଚିହ୍ନଟ ପାଇଁ ଡକା ଯାଇଥିଲା।

ସେମାନେ ଠାବ ହୋଇଥିବା କପଡ଼ାରୁ ପିଲାଟିକୁ ଚିହ୍ନଟ କରିଥିଲେ। ଶେଷରେ ପୁଲିସ୍‌ ମଧ୍ୟ ଖଣ୍ଡ ବିଖଣ୍ଡିତ ଶରୀରର ଅଂଶ ଗୁଡ଼ିକ ନିଖୋଜ ହୋଇଥିବା ୧୨ ବର୍ଷୀୟ ପିଲାର ବୋଲି ନିଶ୍ଚିତ କରିଥିଲା। ଅଧିକ ତଦନ୍ତ କରାଯିବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ହତ୍ୟାକାରୀମାନେ ନାବାଳକ ହୋଇଥିବାରୁ ସମସ୍ତଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe