Advertisment

ସହର ଶୋଇଗଲେ ମିଶନରେ ବାହାରି ପଡ଼ନ୍ତି ପ୍ରଦୀପ, ରାତି ହେଲେ କାହିଁକି ଦୌଡ଼ନ୍ତି ୧୦ କିମି?

ନୋଏଡା: ଯେତେବେଳେ ସାରା ସହର ନିଘୋଡ଼ ନିଦରେ ଶୋଇଯାଏ ସେ ବାହାରିପଡ଼ନ୍ତି। ଦିନ ସାରା ଧାଁ ଦୌଡ଼ କରି ରାତି ହେଲେ ସହର ସିନା ଥକି ଯାଏ। ହେଲେ ସେ ଥକି ପଡ଼ନ୍ତିନି। ବରଂ ସେ ନିଜ ମିଶନରେ ବାହାରି ପଡ଼ନ୍ତି। ରାସ୍ତା ଘାଟରେ କାଂଭାଂ ଗାଡ଼ି ଘୋଡ଼ା ମଧ୍ୟରେ ତାଙ୍କ ପାଦ ଆଗକୁ ଆଗକୁ ବଢ଼େ। ଏମିତି ଜଣେ ୧୯  ବର୍ଷର  ପିଲା ରାତି ୧୦ଟା ପରେ ଦୌଡ଼ନ୍ତି।  ନୋଏଡା ରାସ୍ତାରେ ପ୍ରତିଦିନ ରାତିରେ ପିଲାଟି […]

ଅଦ୍ୟତନ ହୋଇଛି
ସହର ଶୋଇଗଲେ ମିଶନରେ ବାହାରି ପଡ଼ନ୍ତି ପ୍ରଦୀପ, ରାତି ହେଲେ କାହିଁକି ଦୌଡ଼ନ୍ତି ୧୦ କିମି?

901

Advertisment

ନୋଏଡା: ଯେତେବେଳେ ସାରା ସହର ନିଘୋଡ଼ ନିଦରେ ଶୋଇଯାଏ ସେ ବାହାରିପଡ଼ନ୍ତି। ଦିନ ସାରା ଧାଁ ଦୌଡ଼ କରି ରାତି ହେଲେ ସହର ସିନା ଥକି ଯାଏ। ହେଲେ ସେ ଥକି ପଡ଼ନ୍ତିନି। ବରଂ ସେ ନିଜ ମିଶନରେ ବାହାରି ପଡ଼ନ୍ତି। ରାସ୍ତା ଘାଟରେ କାଂଭାଂ ଗାଡ଼ି ଘୋଡ଼ା ମଧ୍ୟରେ ତାଙ୍କ ପାଦ ଆଗକୁ ଆଗକୁ ବଢ଼େ। ଏମିତି ଜଣେ ୧୯  ବର୍ଷର  ପିଲା ରାତି ୧୦ଟା ପରେ ଦୌଡ଼ନ୍ତି।  ନୋଏଡା ରାସ୍ତାରେ ପ୍ରତିଦିନ ରାତିରେ ପିଲାଟି ୧୦ କିମି  ଦୌଡ଼ୁଥିବାର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ରାତି ଅଧରେ ଫାଙ୍କା ରାସ୍ତାରେ ସେ କାହିଁକି ଦୌଡ଼ନ୍ତି ତାପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପିଲାଟିର ଘର ହେଉଛି ଉତ୍ତରାଖଣ୍ଡରେ।

Advertisment

ନାଁ ତାଙ୍କର ପ୍ରଦୀପ ମେହରା। ସେନାରେ ଯୋଗ ଦେବା ତାଙ୍କର ଲକ୍ଷ୍ୟ। ତେଣୁ ଲକ୍ଷ୍ୟ ହାସଲ ପାଇଁ ସେ ତାଙ୍କ ପରିଶ୍ରମରେ ଲାଗିପଡ଼ିଛନ୍ତି। ସବୁ ଦିନେ ଘରେ  ଜଗିଂ କରନ୍ତି।  ଆଉ ରାତି ହେଲେ ସେ  ଦୌଡ଼ିବା ନଜରେ ଆସନ୍ତି। ଏମିତି ସେ ପ୍ରତିଦିନ ଦୌଡ଼ୁଥିବା ବେଳେ ଦିନେ ଫିଲ୍ମ ନିର୍ମାତା ଏବଂ ଲେଖକ ବିନୋଦ କାପ୍ରିଙ୍କ ନଜରରେ ଆସିଥିଲେ। ବିନୋଦ ଯେତେବେଳେ ତାଙ୍କ କାରରେ ଯାଉଥିଲେ ପାଖ ଦେଇ ପିଲାଟି ଜୋରରେ ଦୌଡ଼ୁଥିବାରୁ ତାଙ୍କୁ ବିସ୍ମିତ କରିଥିଲା।

https://twitter.com/SanjayMishraIAS/status/1505715919451877376?s=20&t=AnmVnaCYqRpmsDhpWlIYaw

Advertisment

ଏହା ଦେଖି ପିଲାଟିକୁ ସେ ଲିଫ୍ଟ ପାଇଁ ଅଫର ଦେଇଥିଲେ। କିନ୍ତୁ ପିଲାଟି ଅତି ନମ୍ରତାର ସହ ମନା କରିଦେଇଥିଲା। ତାର ସରଳ ଏବଂ ମଧୁର ଆଚରଣ ବିନୋଦଙ୍କୁ ମନକୁ ଛୁଇଁଥିଲା। ସେ ପିଲାଟି ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରି ତାସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଡ୍ରାଇଭିଂ କରୁଥିବା ବେଳେ ପିଲାଟି ସହ ବାର୍ତ୍ତାଳପ ଆରମ୍ଭ ହୋଇଥିଲା। ଏଡି ସମୟରେ କାରରେ ଥବା ଅନ୍ୟ ଜଣେ ପୂରା ଘଟଣାକୁ ଭିଡିଓରେ କଏଦ କରୁଥିଲେ। ରାତି ଅଧରେ ୧୦ କିମି ଦୌଡ଼ିବା ପଛର କାରଣ ମଧ୍ୟ  ବଖାଣିଥିଲେ। ପ୍ରଦୀପ କହିଥିଲେ ଯେ, ସେ ମ୍ୟାକଡୋନାଲଡ୍‌ ସେକ୍ଟରରେ କାମ କରନ୍ତି। ଦିନ ବେଳା ଅଫିସରେ ସମୟ ଦେଉଥିବାରୁ ପ୍ରସ୍ତୁତି ହେବାକୁ ସମୟ ମିଳେନି। ତେଣୁ ସେ ରାତିରେ ଅଫିସରେ ଫେରିବା ବେଳେ ଦୌଡ଼ି ଦୌଡ଼ି ଘରକୁ ଆସନ୍ତି। ଅଫିସରୁ ଘର ହେଉଛି ୧୦ କିମି।

ସକାଳ ୮ଟାରେ ସେ ଉଠନ୍ତି। ପରେ ସେ ଘରର ଖାଇବା ପାଇଁ ରୋଷେଇ କରନ୍ତି। ପରିବାର କହିଲେ ପାଖରେ ସାନ ଭାଇ ଓ ମା ଅଛନ୍ତି। ହେଲେ ମା ଅସୁସ୍ଥ ଥିବାରୁ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ବିଳମ୍ବ ହେଉଥିବାରୁ ସେ ଅଫିସ ପାଇଁ ଟାଇମରେ ଟ୍ରେନ୍‌ ମଧ୍ୟ ଧରି ପାରନ୍ତିନି। ନୋଏଡାର ସେକ୍ଟର ୧୬ରେ ତାର ଅଫିସ ହୋଇଥିବା ବେଳେ ଘର ହେଉଛି ବାରୋଲାରେ। ଘରଠାରୁ ଅଫିସ ୧୦ କିମି ହୋଇ ଥିଲେ ମଧ୍ୟ ସେ ଦୌଡ଼ି ଦୌଡ଼ି ଯାଆନ୍ତି। ଏହି ଅଭିଯାନରେ ତାଙ୍କର ଆର୍ମି ମିଶନ ପ୍ରସ୍ତୁତି ହୋଇଯାଏ। କାନ୍ଧ ଉପରେ ଯେତେ ବୋଝ ଥିଲେ ମଧ୍ୟ ତାରି ଭିତରେ ନିଜ ମିଶନକୁ କେମିତି ଅଗ୍ରସର ହୋଇ ପାରିବ ପ୍ରଦୀପ ହେଉଛନ୍ତି ତାର ଅନନ୍ୟ ଉଦାହରଣ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe