Advertisment

ଗର୍ଲଫ୍ରେଣ୍ଡଙ୍କୁ ପାଣି ଟାଙ୍କି ଉପରୁ ୧୮ ଫୁଟ ତଳକୁ ପେଲି ଦେଲା ବୟଫ୍ରେଣ୍ଡ

ମୁମ୍ବାଇ: ପୁଣି ଗୋଟିଏ ପ୍ରେମ ସମ୍ପର୍କର ସାଂଘାତିକ ରୂପ ସାମ୍ନାକୁ ଆସିଛି। ସାମାନ୍ୟ ଝଗଡ଼ାରୁ ନିଶାସକ୍ତ ଅବସ୍ଥାରେ ନିଜର ଗର୍ଲଫ୍ରେଣ୍ଡଙ୍କୁ ଛାତ ଉପରେ ଥିବା ପାଣି ଟାଙ୍କି ଉପରୁ ୧୮ ଫୁଟ ତଳକୁ ଫିଙ୍ଗି ଦେଇଛି ଜଣେ ବୟଫ୍ରେଣ୍ଡ। ଏହି ଘଟଣାରେ ଅଭିଯୁକ୍ତ ୨୫ ବର୍ଷୀୟ ବୟଫ୍ରେଣ୍ଡକୁ ପୁଲିସ୍‌ ଗିରଫ କରିଛି। ସେ ତା’ର ଗର୍ଲଫ୍ରେଣ୍ଡ ୨୪ ବର୍ଷୀୟ ପ୍ରିୟାଙ୍ଗି ସିଂହଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଛି। ମହାରାଷ୍ଟ୍ରର ଦହିସର ଚେକ ନାକା ନିକଟ ଲା […]

author-image
Hemant Lenka
ଗର୍ଲଫ୍ରେଣ୍ଡଙ୍କୁ ପାଣି ଟାଙ୍କି ଉପରୁ ୧୮ ଫୁଟ ତଳକୁ ପେଲି ଦେଲା ବୟଫ୍ରେଣ୍ଡ

boyFriend

ମୁମ୍ବାଇ: ପୁଣି ଗୋଟିଏ ପ୍ରେମ ସମ୍ପର୍କର ସାଂଘାତିକ ରୂପ ସାମ୍ନାକୁ ଆସିଛି। ସାମାନ୍ୟ ଝଗଡ଼ାରୁ ନିଶାସକ୍ତ ଅବସ୍ଥାରେ ନିଜର ଗର୍ଲଫ୍ରେଣ୍ଡଙ୍କୁ ଛାତ ଉପରେ ଥିବା ପାଣି ଟାଙ୍କି ଉପରୁ ୧୮ ଫୁଟ ତଳକୁ ଫିଙ୍ଗି ଦେଇଛି ଜଣେ ବୟଫ୍ରେଣ୍ଡ। ଏହି ଘଟଣାରେ ଅଭିଯୁକ୍ତ ୨୫ ବର୍ଷୀୟ ବୟଫ୍ରେଣ୍ଡକୁ ପୁଲିସ୍‌ ଗିରଫ କରିଛି।

Advertisment

ସେ ତା’ର ଗର୍ଲଫ୍ରେଣ୍ଡ ୨୪ ବର୍ଷୀୟ ପ୍ରିୟାଙ୍ଗି ସିଂହଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇଛି। ମହାରାଷ୍ଟ୍ରର ଦହିସର ଚେକ ନାକା ନିକଟ ଲା ବେଲ୍ଲେଜା ସୁଉଚ୍ଚ ବିଲଡିଂରେ ପୂରା ଘଟଣା ଘଟିଛି। ଦହିସର ପୁଲିସ୍‌ ଅଭିଯୁକ୍ତ ଆମୀ ଡାରେକରକୁ ଗିରଫ କରିଥିବା ବେଳେ ତା’ ଗର୍ଲଫ୍ରେଣ୍ଡ ପ୍ରିୟାଙ୍ଗି ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପ୍ରିୟାଙ୍ଗି ଓ ଆମୀ ଦୁଇ ଜଣ ଯାକ ବିପିଓ କର୍ମଚାରୀ। ଉଭୟ ପରସ୍ପରକୁ ସ୍କୁଲ ବେଳକୁ ଜାଣିଥିଲେ। ବୋରିବଲିରେ ରହୁଥିବା ଆମୀକୁ ପୁଲିସ୍‌ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ଏବେ ତା’କୁ ୫ ଦିନିଆ ରିମାଣ୍ଡରେ ନେଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

Advertisment

ଏଥିସହ ପୁଲିସ୍‌ ଆମୀର ବନ୍ଧୁ ଦେବେଶ ଲାଡଙ୍କୁ ମଧ୍ୟ ସମନ କରିଛି। କାରଣ ଘଟଣା ଦିନ ଏହି ପ୍ରେମପକ୍ଷୀ ତାଙ୍କ ଘରକୁ ଯାଇଥିଲେ। ଏଥିସହ ଯେଉଁ କାର୍‌ରେ ଲା ବେଲ୍ଲେଜା ଫ୍ଲାଟରୁ ଆମୀ ଆହତ ପ୍ରିୟାଙ୍ଗିଙ୍କୁ ନିଜର ବୋରିବଲି ଫ୍ଲାଟକୁ ନେଇଥିଲା, ତାକୁ ମଧ୍ୟ ପୁଲିସ୍‌ ଖୋଜିବା ଆରମ୍ଭ କରିଛି। ବୋରିବଲିରେ ଫ୍ଲାଟରେ ପହଞ୍ଚିବା ପରେ ଆମୀ ଓ ତା’ ମା’ ଆହତ ପ୍ରିୟାଙ୍ଗିକୁ ରବିବାର ପ୍ରାୟ ସକାଳ ୮ରେ ତାଙ୍କ ମାଲଦା ସ୍ଥିତ ଘରେ ଛାଡ଼ି ଚାଲି ଯାଇଥିଲେ।

ଶନିବାର ରାତି ୨.୩୦ରୁ ରବିବାର ସକାଳ ୬.୨୦ ମଧ୍ୟରେ କ’ଣ ସବୁ ଘଟଣା ଘଟିଛି, ତା’ର ସତ୍ୟାସତ୍ୟ ଜାଣିବାକୁ ପୁଲିସ୍‌ ଉଦ୍ୟମ ଜାରି ରଖିଛି। ଡିସିପି(ଜୋନ XII) ସ୍ମିତା ପାଟିଲଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଟିମରେ ଦହିସର ପୁଲିସ୍‌ର ବରିଷ୍ଠ ଇନସପେକ୍ଟର ପ୍ରବୀଣ ପାଟିଲ, ଇନସପେକ୍ଟର ରାମ ପୋଟେ, ଆସିସିଷ୍ଟାଣ୍ଟ ଇନସପେକ୍ଟର ବିଜେନ୍ଦର ୱାଘମାରେ ଓ ଅନ୍ୟ କର୍ମଚାରୀ ରହିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଶନିବାର ପ୍ରିୟାଙ୍ଗି ଅଫିସ ଯାଉଥିବା କହି ନିଜର ମାଲଦା ସ୍ଥିତ ଘରୁ ବାହାରିଥିଲେ। ଅଫିସ ଯିବା ବଦଳରେ ସେ ବୋରିବଲିର କାଜୁପଡ଼ା ଯାଇଥିଲେ ଓ ଆମୀକୁ ଫୋନ କରି ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା କହିଥିଲେ। ଏଥିସହ ସେ ଆମୀକୁ କିଛି ଟଙ୍କା ମଧ୍ୟ ମାଗିଥିଲେ। ଏକଥା ଶୁଣି ଆମୀ ତୁରନ୍ତ ପ୍ରିୟାଙ୍ଗିଙ୍କ ପାଖରେ ପହଞ୍ଚିଥିଲେ।

ସେମାନେ ଏକାଠି ସ୍ଥାନୀୟ ମଲକୁ ଯିବା ସହ ସାଣ୍ଡୱିଚ ଖାଇଥିଲେ। ମଦ ବି ପିଇଥିଲେ। ସାଙ୍ଗରେ ମଦ ବୋଲତ ଧରି ଆମୀ ଓ ପ୍ରିୟାଙ୍ଗି ରାତି ପ୍ରାୟ ୯.୩୦ରେ ଲାଡଙ୍କ ବିଲଡିଂରେ ପହଞ୍ଚିଥିଲେ। ସେମାନେ ପୁଣି ରାତି ପ୍ରାୟ ୧୨.୩୦ରେ ବୋରିବଲି ଯାଇ ଖାଇବା ଆଣିଥିଲେ। ରାତି ୨.୩୦ରେ ଲାଡ୍‌ ଶୋଇବାକୁ ଯାଇଥିଲେ ମଧ୍ୟ ଆମୀ ଓ ପ୍ରିୟାଙ୍ଗି ଛାତ ଉପରେ ଥିବା ପାଣି ଟାଙ୍କି ଉପରେ ବସି ରହିଥିଲେ।

ଏସବୁ ଭିତରେ ସେମାନଙ୍କ ପାଟିତୁଣ୍ଡ ହୋଇଥିଲା। ଏତିକି ବେଳେ ଆମୀ ରାଗି ଯାଇ ପ୍ରିୟାଙ୍ଗିଙ୍କୁ ତଳକୁ ଠେଲି ଦେଇଥିଲେ। ପ୍ରିୟାଙ୍ଗି ତଳେ ପଡ଼ି ଯିବା ପରେ ବିଚଳିତ ଆମୀ ତୁରନ୍ତ ଲାଡଙ୍କୁ ଫୋନ କରିଥିଲେ। କିନ୍ତୁ ସେ ନିଶାରେ ଶୋଇଥିବାରୁ ଫୋନ ଉଠାଇ ନଥିଲେ।

ସକାଳ ପ୍ରାୟ ୬.୨୨ରେ ଆମୀ ଓ ଜଣେ ବଲଡିଂର ୱାଚମ୍ୟାନ ଆହତ ପ୍ରିୟାଙ୍ଗିଙ୍କୁ ଲିଫ୍ଟରେ ତଳକୁ ନେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଲିଫ୍ଟରେ ପ୍ରବେଶ କରିବା କ୍ଷଣୀ ପ୍ରିୟାଙ୍ଗି ଅଚେତ ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଆମୀ ବୋରିବଲି ଓ ପରେ ମାଲଦା ଘରେ ଛାଡ଼ିଥିଲେ। ସେଠାରୁ ପ୍ରିୟାଙ୍ଗି ହସ୍ପିଟାଲକୁ ଯାଇଥିଲେ। ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।