ମହଙ୍ଗା ପଡ଼ିଲା ଜନ୍ମଦିନ ଉତ୍ସବ: ପ୍ରେମିକାକୁ ଡ୍ରଗ୍ସ ଦେଇ ଦୁଷ୍କର୍ମ କଲା ପ୍ରେମିକ

ଯୋଧପୁର: କାଳ ହେଲା ଜନ୍ମଦିନ ଉତ୍ସବ। ଚାଲିଗଲା ପ୍ରେମିକାର ଜୀବନ। ରାଜସ୍ଥାନ ଯୋଧପୁରରୁ ସାମ୍ନାକୁ ଆସିଛି ଏହି ହୃଦୟ ବିଦାରକ ଘଟଣା। ସେଠାକାର ଜଣେ ଯୁବକ ନିଜ ପ୍ରେମିକାଙ୍କ ଜନ୍ମଦିନ ଉତ୍ସବ ପାଳନ କରିବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ବର୍ଥ-ଡେ ସପ୍ରାଇଜ୍‌ ଦେବାପାଇଁ ପ୍ରେମିକ ପ୍ରେମିକାକୁ ଏକ ହୋଟେଲ୍‌କୁ ଡାକି ଡ୍ରଗ୍ସର ଓଭର ଡୋଜ୍‌ ଦେଇଥିଲେ। ଫଳରେ ଯୁବତୀ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇଥିଲେ। ଯୁବକ ସେହି […]

drugs

  • Published: Monday, 08 August 2022
  • , Updated: 19 August 2022, 05:22 PM IST

ଯୋଧପୁର: କାଳ ହେଲା ଜନ୍ମଦିନ ଉତ୍ସବ। ଚାଲିଗଲା ପ୍ରେମିକାର ଜୀବନ। ରାଜସ୍ଥାନ ଯୋଧପୁରରୁ ସାମ୍ନାକୁ ଆସିଛି ଏହି ହୃଦୟ ବିଦାରକ ଘଟଣା। ସେଠାକାର ଜଣେ ଯୁବକ ନିଜ ପ୍ରେମିକାଙ୍କ ଜନ୍ମଦିନ ଉତ୍ସବ ପାଳନ କରିବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଛି।

ବର୍ଥ-ଡେ ସପ୍ରାଇଜ୍‌ ଦେବାପାଇଁ ପ୍ରେମିକ ପ୍ରେମିକାକୁ ଏକ ହୋଟେଲ୍‌କୁ ଡାକି ଡ୍ରଗ୍ସର ଓଭର ଡୋଜ୍‌ ଦେଇଥିଲେ। ଫଳରେ ଯୁବତୀ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇଥିଲେ। ଯୁବକ ସେହି ସମୟର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହା ପରେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା।

ଘଟଣାକୁ ନେଇ ଯୋଧପୁର କମିଶନରଙ୍କ ଡିସିପି ଡକ୍ଟର ଅମୃତା ଦୁହନ କହିଛନ୍ତି, ‘ଅଗଷ୍ଟ ୬ ତାରିଖରେ ତାଙ୍କ ପାଖକୁ ଏକ ଡସ୍‌ପିଟାଲରୁ ଖବର ଆସିଥିଲା ଯେ, ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କ ଶବକୁ ଜବତ୍ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଯୋଧପୁରର ଉଦୟ ମାଣ୍ଡିର ରାଜ ରଣଛୋଡ ମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଥିଲା। ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା’।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘୨୨ ବର୍ଷୀୟ ଏହି ଯୁବତୀଙ୍କୁ ତାଙ୍କ ଭଉଣୀ ଗୁରୁତର ଅବସ୍ଥାରେ ମହାତ୍ମା ଗାନ୍ଧୀ ଡାକ୍ତରଖାନାକୁ ଅଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରେ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଇଛି।’

ସୂଚନା ଅନୁସାରେ, ପୂର୍ବରୁ ମୃତ ଯୁବତୀ ଜଣକ ସହ ତାଙ୍କ ମାମୁଁ ପୁଅଙ୍କ ନିର୍ବନ୍ଧ ହୋଇଥିଲା। ହେଲେ କୌଣସି ଏକ କାରଣରୁ ଉଭୟଙ୍କ ପରିବାର ଲୋକେ ନିର୍ବନ୍ଧ ଭାଙ୍ଗିଦେଇଥିଲେ। ଏହା ସତ୍ତ୍ୱେ ଉଭୟ ପରସ୍ପର ସହ ସମ୍ପର୍କରେ ଥିଲେ। ଏହାରି ଭିତରେ ଯୁବତୀଙ୍କ ଜନ୍ମଦିନ ପାଳନ କରିବା ତଥା ତାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ଯୁବକ ଜୟପୁରରୁ ଯୋଧପୁର ଆସିଥିଲେ। ଏହାସହ ସେ ଯୁବତୀଙ୍କୁ ମଧ୍ୟ ସେହି ହୋଟେଲକୁ ନିମନ୍ତ୍ରଣ କରିଥିଲେ। ହୋଟେଲ୍‌ରେ ଯୁବକ ଯୁବତୀଙ୍କୁ ମାତ୍ରାଧିକ ଡ୍ରଗ୍ସ ଦେବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ସେହି ସମୟର ଫାଇଦା ଉଠାଇ ଯୁବକ, ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ।

ଘଟଣାର ତଦନ୍ତ ବେଳେ ପୋଲିସ ହୋଟେଲ୍‌ର ସବୁ ରେକର୍ଡ ଯାଂଚ କରିଥିଲା। ହେଲେ ସେତେବେଳେ ଯୁବକ ଜଣକ ସେଠାରୁ ଚମ୍ପଟ୍ ମାରି ଜୟପୁର ଟ୍ରେନ୍‌ରେ ଲୁଚି ପଳାଉଥିଲେ। ହେଲେ ପୋଲିସ୍ ସେଠାରେ ତାଙ୍କୁ କାବୁ କରି ଗିରଫ କରିଥିଲା।

Related story