Advertisment

୩ ମୁଖା ପିନ୍ଧା ଲୁଟେରାଙ୍କ ସହ ଏକା ଲଢ଼ିଲେ ସିକ୍ୟୁରିଟି ଗାର୍ଡ

ଚଣ୍ଡିଗଡ଼: ତିନି ମୁଖା ପିନ୍ଧା ଲୁଟେରାଙ୍କ ସହ ଏକାକି ଲଢ଼ିଲେ ସିକ୍ୟୁରିଟି ଗାର୍ଡ। ଲୁଟେରାଙ୍କ ଲୁଟ୍‌ ଉଦ୍ୟମକୁ କରିଦେଲେ ପଣ୍ଡ। ଲୁଟେରାଙ୍କ ପାଖରେ ଧାରୁଆ ଅସ୍ତ୍ର ଥିଲେ ମଧ୍ୟ ସିକ୍ୟୁରିଟି ଗାର୍ଡ ଜଣକ ପଛଘୁଞ୍ଚା ଦେଲେ ନାହିଁ। ସାହସର ସହ କଲେ ସାମନାକୁ । ଏଭଳି ଏକ ଘଟଣା ଘଟିଛି ପଞ୍ଜାବର ମୋଗା ଜିଲ୍ଲାରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର, ଜୁଲାଇ ୧୨ ତାରିଖ। ତିନି ମୁଖା ପିନ୍ଧା ଲୁଟେରା […]

ଅଦ୍ୟତନ ହୋଇଛି
୩ ମୁଖା ପିନ୍ଧା ଲୁଟେରାଙ୍କ ସହ ଏକା ଲଢ଼ିଲେ ସିକ୍ୟୁରିଟି ଗାର୍ଡ

brave-security-guard

Advertisment

ଚଣ୍ଡିଗଡ଼: ତିନି ମୁଖା ପିନ୍ଧା ଲୁଟେରାଙ୍କ ସହ ଏକାକି ଲଢ଼ିଲେ ସିକ୍ୟୁରିଟି ଗାର୍ଡ। ଲୁଟେରାଙ୍କ ଲୁଟ୍‌ ଉଦ୍ୟମକୁ କରିଦେଲେ ପଣ୍ଡ। ଲୁଟେରାଙ୍କ ପାଖରେ ଧାରୁଆ ଅସ୍ତ୍ର ଥିଲେ ମଧ୍ୟ ସିକ୍ୟୁରିଟି ଗାର୍ଡ ଜଣକ ପଛଘୁଞ୍ଚା ଦେଲେ ନାହିଁ। ସାହସର ସହ କଲେ ସାମନାକୁ । ଏଭଳି ଏକ ଘଟଣା ଘଟିଛି ପଞ୍ଜାବର ମୋଗା ଜିଲ୍ଲାରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମଙ୍ଗଳବାର, ଜୁଲାଇ ୧୨ ତାରିଖ। ତିନି ମୁଖା ପିନ୍ଧା ଲୁଟେରା ବାଇକରେ ଆସି ବ୍ୟାଙ୍କ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ଏତିକି ବେଳେ ତାଙ୍କୁ ଗେଟ୍‌ ମୁହଁରୁ ହିଁ ଫେରାଇ ଦେଇଥିଲେ ସିକ୍ୟୁରିଟି ଗାର୍ଡ ମନ୍ଦାର। ତିନି ଲୁଟେରାଙ୍କୁ ମୁହଁରୁ ମାସ୍କ ହଟାଇବା ପାଇଁ ସେ କହିଥିଲେ। କିନ୍ତୁ ସେ ଶୁଣି ନଥିଲେ। ଏହାପରେ ସିକ୍ୟୁରିଟ ଗାର୍ଡଙ୍କ ଉପରେ ଲୁଟେରାମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାର ଜବାବରେ ସାହାସର ସହ ତିନି ଲୁଟାରେଙ୍କ ସହ ଲଢ଼ିଥିଲେ ସେ।

ଖଣ୍ଡାରେ ତାଙ୍କ ଉପରକୁ ଜଣେ ଲୁଟାରେ ଆକ୍ରମଣ କରିଥିଲେ ମଧ୍ୟ ସେ ହଟି ନଥିଲେ। ସିକ୍ୟୁରିଟି ଗାର୍ଡଙ୍କ ସାହସ ଦେଖି ତିନି ଲୁଟେରା ସେଠାରେ ପ୍ରାଣ ବିକଳେ ଦୌଡି ପଳାଇ ଥିଲେ। ସିକ୍ୟୁରିଟି ଗାର୍ଡ ଜଣକ ଲୁଟେରାଙ୍କ ପିଛା ମଧ୍ୟ କରିଥିଲେ। କେବଳ ସେତିକି ନୁହେଁ ନିଜ ବନ୍ଧୁକରୁ ଗୁଳି ମଧ୍ୟ ଚଳାଇଥିଲେ। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ୍‌ ହୋଇଛି। ସିକ୍ୟୁରିଟି ଗାର୍ଡଙ୍କ ଏଭଳି ସାହସ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

Advertisment

ମୋଗା ସଦର ଥାନା ପ୍ରଭାରୀ ଜସବିନ୍ଦର ସିଂହଙ୍କ କହିବା ମୁତାବକ, ମୋଗା ଦାରାପୁର ଗାଁରେ ଲୁଟ୍‌ ଉଦ୍ୟମର ଘଟଣା ସାମ୍ନାକୁ ଆସିଛି। ଗାର୍ଡ ତାଙ୍କୁ ଅଟକାଇବା ସହ ତାଙ୍କ ଉପରକୁ ଗୁଳିମାଡ ମଧ୍ୟ କରିଛନ୍ତି। ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି।

View this post on Instagram

A post shared by NDTV (@ndtv)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe