Advertisment

ବରଣମାଳା ବେଳେ ବେଦି ଉପରେ ଟଳିପଡ଼ିିଲେ କନିଆଁ

ଲକ୍ଷ୍ନୌ: ସଜେଇ ହୋଇଥିଲା ବିବାହ ମଣ୍ଡପ। ବାଜା ବାଣ ରୋଷଣିରେ ଦୁଲୁକୁଥିଲା ଗାଁ ଦାଣ୍ଡ। ବ୍ୟାଣ୍ଡ ବାଜା ନେଇ ବର ମଧ୍ୟ କନିଆଁ ଘରେ ପହଞ୍ଚିଲା। ଆରମ୍ଭ ହେଲା ବିବାହ ରୀତିନୀତି। ମଣ୍ଡପକୁ ଆସିଲେ ବର-କନ୍ୟା । ଅରମ୍ଭ ହେଲା ବରଣମାଳା ନୀତି। ତେବେ ଏହି ସମୟରେ ହଠାତ ବେଦି ଉପରେ ଟଳି ପଡିଲେ କନିଆଁ। କେହି କିଛି ବୁଝିବା ଆଗରୁ ଚାଲିଗଲା ନବବଧୂର ପ୍ରାଣ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ଭଦୱାନା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବରଣମାଳା ବେଳେ ବେଦି ଉପରେ ଟଳିପଡ଼ିିଲେ କନିଆଁ

bride-fell-on-the-stage

ଲକ୍ଷ୍ନୌ: ସଜେଇ ହୋଇଥିଲା ବିବାହ ମଣ୍ଡପ। ବାଜା ବାଣ ରୋଷଣିରେ ଦୁଲୁକୁଥିଲା ଗାଁ ଦାଣ୍ଡ। ବ୍ୟାଣ୍ଡ ବାଜା ନେଇ ବର ମଧ୍ୟ କନିଆଁ ଘରେ ପହଞ୍ଚିଲା। ଆରମ୍ଭ ହେଲା ବିବାହ ରୀତିନୀତି। ମଣ୍ଡପକୁ ଆସିଲେ ବର-କନ୍ୟା । ଅରମ୍ଭ ହେଲା ବରଣମାଳା ନୀତି। ତେବେ ଏହି ସମୟରେ ହଠାତ ବେଦି ଉପରେ ଟଳି ପଡିଲେ କନିଆଁ। କେହି କିଛି ବୁଝିବା ଆଗରୁ ଚାଲିଗଲା ନବବଧୂର ପ୍ରାଣ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ଭଦୱାନା ଗାଁରେ।

Advertisment

ଭଦୱାନା ଗାଁର ରାଜପାଲଙ୍କ ଝିଅ ଶିବାଙ୍ଗୀ। ବିବେକଙ୍କ ସହ ଠିକ୍ ହୋଇଥିଲା ତାଙ୍କ ବାହାଘର। ସମସ୍ତେ ବେଶ୍ ଖୁସି ଥିଲେ। ବରଯାତ୍ରୀ ବି ବ୍ୟାଣ୍ଡବାଜା ନେଇ କନିଆଁ ଘରେ ପହଞ୍ଚି ସାରିଥିଲା। ଭୋଜିଭାତରେ ଥିଲେ ସମସ୍ତେ ମସଗୁଲ। ବରଣମାଳା ରୀତି ପାଇଁ ମଣ୍ଡପରେ ଏକାଠି ହୋଇଥିଲେ ବର-କନ୍ୟା। ଏହାକୁ ଦେଖିବାକୁ ମଣ୍ଡପ ପାଖରେ ଭିଡ ମଧ୍ୟ ଜମିଥିଲା। ସମସ୍ତଙ୍କ ମୁହଁରେ ହସ ଥିଲା। କିନ୍ତୁ ଏ ହସ ନିମିଷକେ ଲୁହରେ ବଦଳିଗଲା।

ବର ବିବେକ ଶିବାଙ୍ଗୀଙ୍କୁ ବରଣମାଳା ପିନ୍ଧାଇ ସାରିଥିଲେ। ହେଲେ ଶିବାଙ୍ଗୀ ବିବେକଙ୍କୁ ବରଣମାଳା ପିନ୍ଧାଇବା ବେଳକୁ ମଣ୍ଡପ ଉପରେ ପଡିଯାଇ ବେହୋସ୍ ହୋଇଯାଇଥିଲେ। ଏହା ଦେଖି ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଯାଇଥିଲା।

Advertisment

ତୁରନ୍ତ ଶିବାଙ୍ଗୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ନିମିଷେକ ମଧ୍ୟରେ ଘର ଲୋକଙ୍କ ଖୁସିରେ ଲାଗିଯାଇଥିଲା ବ୍ରେକ୍। କାନ୍ଦ ବୋବାଳିରେ ଫାଟି ପଡିଥିଲା ପୂରା ଘର।