ଏଲନ ମସ୍କଙ୍କୁ ପଛରେ ପକାଇଲେ, ୭ ମିନିଟ୍‌ ପାଇଁ ପାଲଟିଲେ ବିଶ୍ୱର ଏକ ନମ୍ବର ଧନୀ

ଲଣ୍ଡନ: ଏଲନ୍‌ ମସ୍କଙ୍କୁ ପଛରେ ପକାଇଲେ ଜଣେ ୟୁଟ୍ୟୁବର। ୭ ମିନିଟ୍‌ ପାଇଁ ପାଲଟିଲେ ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି। ‘ଟେଲ୍‌ସା’ର ସଂସ୍ଥାପକ ଏଲନ୍‌ ମସ୍କ୍‌ଙ୍କ ସମ୍ପତ୍ତିର ପ୍ରାୟ ଦୁଇଗଣା ସମ୍ପତ୍ତିର ଅଧିକାରୀ ହୋଇ ଇଂଲଣ୍ଡର ମ୍ୟାକ୍ସ୍‌ ଫସ୍‌ ମାତ୍ର ୭ ମିନିଟ୍‌ ପାଇଁ ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ପାଲଟିଥିବା ଦାବି କରିଛନ୍ତି। ମ୍ୟାକ୍ସ ଫସ୍‌। ସେ ପେଶରେ ଜଣେ ୟୁଟ୍ୟୁବର୍‌। ତାଙ୍କର ୟୁଟ୍ୟୁବ୍‌ରେ ୬ ଲକ୍ଷରୁ ବି ଅଧିକ ଫଲୋଅର୍ସ ଅଛନ୍ତି। […]

uk-youtuber

Madhupriya Mistry
  • Published: Friday, 18 February 2022
  • , Updated: 18 February 2022, 10:48 AM IST

ଲଣ୍ଡନ: ଏଲନ୍‌ ମସ୍କଙ୍କୁ ପଛରେ ପକାଇଲେ ଜଣେ ୟୁଟ୍ୟୁବର। ୭ ମିନିଟ୍‌ ପାଇଁ ପାଲଟିଲେ ବିଶ୍ୱର ସବୁଠୁ ବଡ ଧନୀ ବ୍ୟକ୍ତି। ‘ଟେଲ୍‌ସା’ର ସଂସ୍ଥାପକ ଏଲନ୍‌ ମସ୍କ୍‌ଙ୍କ ସମ୍ପତ୍ତିର ପ୍ରାୟ ଦୁଇଗଣା ସମ୍ପତ୍ତିର ଅଧିକାରୀ ହୋଇ ଇଂଲଣ୍ଡର ମ୍ୟାକ୍ସ୍‌ ଫସ୍‌ ମାତ୍ର ୭ ମିନିଟ୍‌ ପାଇଁ ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ପାଲଟିଥିବା ଦାବି କରିଛନ୍ତି।

ମ୍ୟାକ୍ସ ଫସ୍‌। ସେ ପେଶରେ ଜଣେ ୟୁଟ୍ୟୁବର୍‌। ତାଙ୍କର ୟୁଟ୍ୟୁବ୍‌ରେ ୬ ଲକ୍ଷରୁ ବି ଅଧିକ ଫଲୋଅର୍ସ ଅଛନ୍ତି। ସେ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି। ସେ ଏଥିରେ ତାଙ୍କର ବର୍ତ୍ତମାନ ଯାଏଁର ପୂରା ଯାତ୍ରା ବର୍ଣ୍ଣନା କରିଛନ୍ତି। ଏହି ଭିଡିଓର ଟାଇଟଲ୍‌ ରହିଛି କମ୍‌ ଆଟ୍‌ ମି ଏଲନ୍‌’। ଏହି ଭିଡିଓ ବର୍ତ୍ତମାନ ଯାଏଁ ୫.୭୫ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି।

ଭିଡିଓରେ ସେ କହିଛନ୍ତି, 'ଯଦି ମୁଁ ଅସୀମିତ ଟଙ୍କା ଓ ୧୦ ବିଲିୟନ୍‌ ସେୟାର୍‌ ଥିବା ଲିମିଟେଡ୍‌ କମ୍ପାନିଟିଏ ଗଠନ କରି ତାକୁ ପଞ୍ଜୀକୃତ କରି ବିନିଯୋଗ ପାଇଁ ପ୍ରତି ସେୟାର୍‌କୁ ୫୦ ପାଉଣ୍ଡରେ ବିକ୍ରୟ କରେ ତେବେ ତଥ୍ୟଗତ ଦୃଷ୍ଟିରୁ ଏହା ମୋର କମ୍ପାନିକୁ ୫୦୦ ବିଲିୟନ୍‌ ପାଉଣ୍ଡ୍‌ କମ୍ପାନିର ମାନ୍ୟତା ଦେବ। ଏହା ମୋର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏଲନ୍‌ ମସ୍କଙ୍କୁ ପଛରେ ପକାଇ ମତେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ କରାଇବ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ତାଙ୍କର ଏହି ଭିଡିଓଟି ଏ ପର୍ଯ୍ୟନ୍ତ ୫.୭୫ ଲକ୍ଷ ‘ଭିୟୁ’ ହାସଲ କରିସାରିଲାଣି। କିନ୍ତୁ, ଉପରୋକ୍ତ ବ୍ୟବସ୍ଥାରେ ଗୋଟାଏ ଅସୁବିଧା ରହିଛି। ସେ ଠକାମି ଅଭିଯୋଗରେ ଶିକାର ହୋଇପାରନ୍ତି। ଏହା ଠିକ୍‌ ନୁହେଁ।'

ସାଢ଼େ ୮ ମିନିଟ୍‌ର ଏହି ଭିଡିଓରେ ସେ ଅସ୍ତିତ୍ୱ ନ ଥିବା କମ୍ପାନି ‘ଅନ୍‌ଲିମିଟେଡ୍‌ ମିନି ଲିମିଟେଡ୍‌’ ସ୍ଥାପନ କରିଛନ୍ତି। ଇଂଲଣ୍ଡରେ କମ୍ପାନିଟିଏ ପଞ୍ଜିକରଣ କରିବାକୁ ୨ ଦିନ ଲାଗୁଥିଲେ ବି ସେ ଦୋକାନରୁ କପେ କଫି କିଣିବାକୁ ଯେତିକି ସମୟ ଲାଗେ ସେତିକି ସମୟରେ ତାଙ୍କ କମ୍ପାନିକୁ ସେ ପଞ୍ଜିକୃତ କରିଛନ୍ତି।

ଏହା ପରେ ମ୍ୟାକ୍ସ ଏକ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀର ସାର୍ଟିଫିକେଟ୍ ଶେଆର କରୁଛନ୍ତି। ଏହା ଦ୍ୱାରା ତାଙ୍କର ଅନ୍‌ଲିମିଟେଡ୍‌ ମିନି ଲିମିଟେଡ୍‌’ କୁ ଏକ ଅଫିସିଆଲ୍ କମ୍ପାନୀରେ ପରିଣତ ହୋଇଯାଉଛି। ତା’ପରେ ସେ ଏକ ସୁଟ୍ ଏବଂ ଚଷମା ପିନ୍ଧି ବାହାରକୁ ଯାଆନ୍ତି। ସେ ଯାତ୍ରୀମାନଙ୍କୁ ଅଟକାଇବାକୁ ଚେଷ୍ଟା କରନ୍ତି। ତାଙ୍କ ଯୋଜନାକୁ ବ୍ୟାଖ୍ୟା କରି ମ୍ୟାକ୍ସ ଲୋକଙ୍କୁ ନିବେଶ କରିବାକୁ ପ୍ରଲୋଭିତ କରିବାକୁ ଚେଷ୍ଟା କରନ୍ତି।

ପ୍ରଥମେ ଜଣେ ମହିଳା ୫୦ ପାଉଣ୍ଡରେ ତାଙ୍କ କମ୍ପାନିର ଗୋଟାଏ ସେୟାର୍‌ ଖରିଦ କରିବାକୁ ରାଜି ହେଲେ। ପରେ ପରେ ତାଙ୍କ କମ୍ପାନି ୫୦୦ ବିଲିୟନ୍‌ ପାଉଣ୍ଡର କମ୍ପାନିରେ ପରିଗଣିତ ହୋଇଯାଇଛି। ଏହିପରି ମ୍ୟାକ୍ସ ଏଲନ୍‌ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବନିଯାଉଛନ୍ତି। କିନ୍ତୁ ତାଙ୍କର ଏହି ସ୍ୱପ୍ନ ମାତ୍ର ୭ ମିନିଟ୍‌ ପାଇଁ ଥିଲା।

ତାଙ୍କ କମ୍ପାନିର କୌଣସି ଆୟ ନ ଥିବାରୁ କମ୍ପାନି ମୂଲ୍ୟାୟନର କୌଣସି ଯଥାର୍ଥତା ନ ଥିଲା। ସେ ଠକାମି କରୁଛନ୍ତି ବୋଲି ଆଇନତଃ ଧରା ପଡ଼ିଯିବେ ବୋଲି କହିଥିଲେ। ଶେଷକୁ କମ୍ପାନି ବନ୍ଦ କରିବା ପାଇଁ ସେୟାର୍‌ କିଣିଥିବା ଉକ୍ତ ମହିଳାଜଣଙ୍କୁ ଖୋଜି ପାଇବା ଥିଲା ତାଙ୍କ ପାଇଁ କାଠିକର ପାଠ। କୌଣସି ମତେ କାଗଜପତ୍ରରୁ ସେ ତାଙ୍କ ଇମେଲ୍‌ ଠିକଣା ପାଇଥିଲେ ଓ ତାଙ୍କ ଅନୁମତି ପାଇ ମିଟିଙ୍ଗ୍‌ ଭାଙ୍ଗିବା ସହ କମ୍ପାନି ବନ୍ଦ କରିଥିଲେ।

https://youtu.be/iHfJRON3b-w

Related story