Advertisment

ଦଳ ଟିକେଟ ନ ଦେବାରୁ ଭୋଭୋ ହୋଇ କାନ୍ଦିଲେ , ଭିଡିଓ ଭାଇରାଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପୂରା ରାଜ୍ୟର ରାଜନୀତିକ ପରିବେଶ ସରଗରମ ହୋଇ ଉଠିଛି। ଏସବୁ ଭିତରେ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମାୟାବତୀଙ୍କ ବିଏସ୍‌ପିର ଜଣେ ନେତା ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ଭିଡିଓରେ କାନ୍ଦୁ ଥିବା ନେତା ଜଣଙ୍କ ହେଲେ ଅରଶଦ ରାଣା। ତାଙ୍କୁ ଦଳ ତରଫରୁ ଆଗାମୀ ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ସେ ଏପରି କାନ୍ଦି ପକାଇଛନ୍ତି। […]

ଦଳ ଟିକେଟ ନ ଦେବାରୁ ଭୋଭୋ ହୋଇ କାନ୍ଦିଲେ , ଭିଡିଓ ଭାଇରାଲ

BSP

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପୂରା ରାଜ୍ୟର ରାଜନୀତିକ ପରିବେଶ ସରଗରମ ହୋଇ ଉଠିଛି। ଏସବୁ ଭିତରେ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମାୟାବତୀଙ୍କ ବିଏସ୍‌ପିର ଜଣେ ନେତା ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି।

Advertisment

ଭିଡିଓରେ କାନ୍ଦୁ ଥିବା ନେତା ଜଣଙ୍କ ହେଲେ ଅରଶଦ ରାଣା। ତାଙ୍କୁ ଦଳ ତରଫରୁ ଆଗାମୀ ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ସେ ଏପରି କାନ୍ଦି ପକାଇଛନ୍ତି। ଉତ୍ତର ପ୍ରଦେଶର ଛାରଥାୱାଲ ନିର୍ବାଚନ ମଣ୍ଡଳୀରୁ ରାଣା ପ୍ରାର୍ଥୀ ହେବେ ବୋଲି ଆଶା କରିଥିଲେ। ଏଥିପାଇଁ ସେ ବିଏସ୍‌ପିର ବରିଷ୍ଠ ନେତାମାନଙ୍କୁ ୬୭ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ଦେବାକୁ ଦଳୀୟ ନେତାମାନେ ମନା କରିଦେଇଥିବା ରାଣା ଅଭିଯୋଗ କରିଛନ୍ତି।

ରାଣାଙ୍କ କହିବା କଥା ୨୦୧୮ ମସିହାରୁ ତାଙ୍କୁ ଛାରଥାୱାଲ ନିର୍ବାଚନ ମଣ୍ଡଳୀରୁ ୨୦୨୨ରେ ବିଏସ୍‌ପି ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ସେ ବିଭିନ୍ନ ସମୟରେ ମୋଟ ୬୭ ଲକ୍ଷ ଟଙ୍କା ଉକ୍ତ ଅଞ୍ଚଳର ବିଏସ୍‌ପି ନେତାଙ୍କୁ ଦେଇଥିଲେ। ହେଲେ ଠିକ୍‌ ନିର୍ବାଚନ ପୂର୍ବରୁ ପଶ୍ଚିମ ଉତ୍ତରପ୍ରଦେଶରେ ବିଏସ୍‌ପିର ନିର୍ବାଚନ ଦାୟିତ୍ୱରେ ଥିବା ସାମୁସୁଦ୍ଦିନ ରାଇନ ତାଙ୍କ ସହ ଯୋଗାଯୋଗ କରିବା ବନ୍ଦ କରି ଦେଇଥିଲେ।

Advertisment

ଏହାପରେ ଛାରଥାୱାଲରେ ବିଏସ୍‌ପି ଆଉ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ରାଣା ଏଠାରୁ ପ୍ରାର୍ଥୀ ହେବେ ବୋଲି ୪ ବର୍ଷ ହେଲା କାମ କରୁଥିଲେ। ହେଲେ ଏବେ ଅନ୍ୟ ଜଣଙ୍କୁ ଟିକେଟ ମିଳିଥିବାରୁ ସେ ଭାଙ୍ଗି ପଡ଼ିବା ସହ କ୍ୟାମେରା ଆଗରେ ଭୋଭୋ ହୋଇ କାନ୍ଦି ପକାଇଛନ୍ତି। ଦଳ ତାଙ୍କର ମଜାକ ଉଡ଼ାଇଛି ବୋଲି ମଧ୍ୟ ସେ କହିଛନ୍ତି।


ରାଣା ଅଭିଯୋଗ କରିଛନ୍ତି ଯେ “ବିଏସ୍‌ପିର ମୁଜାଫରନଗର ସଭାପତି ସତୀଶ କୁମାର ମୋତେ ଟିକେଟ ପାଇଁ ୫୦ ଲକ୍ଷ ଟଙ୍କା ମାଗିଛନ୍ତି। ଏକଥା ଶୁଣିବା ପରେ ମୁଁ ତାଙ୍କୁ କିଛି ସମୟ ମାଗିଥିଲି। ମୋ ମା’ ଏକଥା ଜାଣିବା ପରେ ଜମି ବିକି ୨୫ ଲକ୍ଷ ଟଙ୍କା ଦେଇଛନ୍ତି।

ଏହି ଟଙ୍କା ମୁଁ ସେମାନଙ୍କୁ ଦେଇଛି। ବାକି ୨୫ ଲକ୍ଷ ମୁଁ ନାମାଙ୍କନ ଦାଖଲ ପରେ ଦେବି ବୋଲି ମୁଁ ସତୀଶଙ୍କୁ କହିଥିଲି। ସେ କିନ୍ତୁ ଫୋନରେ ଏସବୁ ବିଷୟରେ କଥା ହେବାକୁ ମୋତେ ମନା କରିଥିଲେ।”

ଏବେ ସେ ପୂରା ଘଟଣାକୁ ନେଇ ପୁଲିସ୍‌ ପାଖରେ ପହଞ୍ଚିଛନ୍ତି। ଯଦି ପୁଲିସ୍‌ ତାଙ୍କ କଥା ନ ଶୁଣିବ, ତା’ହେଲେ ସେ ଜୀବନ ହାରିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି।

ବିଏସ୍‌ପି ସୁପ୍ରିମୋ ଗୁରୁବାର ଛାରଥାୱାଲରୁ ସଲମାନ ସୟିଦଙ୍କୁ ପ୍ରାର୍ଥୀ କରିଥିବା ବେଳେ ଗାଙ୍ଗୋହ ଆସନରୁ ନୋମାନ ମାସୁଦ ଲଢ଼ିବେ ବୋଲି ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe