Advertisment

“ମୋ ସମ୍ପତ୍ତି ଉପରେ ବୁଲଡୋଜର ଚଢ଼ାଇ ଦିଅ” କାହିଁକି ଏମିତି କହିଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନାଁରେ ଥିବା ସମ୍ପତ୍ତିଗୁଡ଼ିକର ଯାଞ୍ଚ କରିବାକୁ ଆଜି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯଦି ଯାଞ୍ଚ ବେଳେ କୌଣସି ବେଆଇନ ସମ୍ପତ୍ତି ଠାବ ହୁଏ, ତା’ହେଲେ ସେଗୁଡ଼ିକ ଉପରେ ବୁଲଡୋଜର ଚଢ଼ାଇ ଦେବାକୁ ମଧ୍ୟ ସେ କହିଛନ୍ତି। ଆଜି ମମତା ବାନାର୍ଜୀ ରାଜ୍ୟ ସଚିବାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିରୋଧୀ ମମତା ଓ ତାଙ୍କ ପରିବାର ବିରୋଧରେ ବେଆଇନ ସମ୍ପତ୍ତି ଦଖଲ କରିଥିବା ଅଭିଯୋଗ ଆଣିଛନ୍ତି। […]

“ମୋ ସମ୍ପତ୍ତି ଉପରେ ବୁଲଡୋଜର ଚଢ଼ାଇ ଦିଅ” କାହିଁକି ଏମିତି କହିଲେ ମମତା ବାନାର୍ଜୀ

mamata

Advertisment

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନାଁରେ ଥିବା ସମ୍ପତ୍ତିଗୁଡ଼ିକର ଯାଞ୍ଚ କରିବାକୁ ଆଜି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯଦି ଯାଞ୍ଚ ବେଳେ କୌଣସି ବେଆଇନ ସମ୍ପତ୍ତି ଠାବ ହୁଏ, ତା’ହେଲେ ସେଗୁଡ଼ିକ ଉପରେ ବୁଲଡୋଜର ଚଢ଼ାଇ ଦେବାକୁ ମଧ୍ୟ ସେ କହିଛନ୍ତି।

Advertisment

ଆଜି ମମତା ବାନାର୍ଜୀ ରାଜ୍ୟ ସଚିବାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିରୋଧୀ ମମତା ଓ ତାଙ୍କ ପରିବାର ବିରୋଧରେ ବେଆଇନ ସମ୍ପତ୍ତି ଦଖଲ କରିଥିବା ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଆଜି ମମତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ମମତା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ଏଥିସହ ତାଙ୍କୁ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ କେନ୍ଦ୍ରୀୟ ଏଜେନ୍ସି ବେଆଇନ ସମ୍ପତ୍ତି ଦଖଲ ମାମଲାରେ ନୋଟିସ କରିବ, ତା’ହେଲେ ସେ ଆଇନଗତ ଉପାୟରେ ଏହା ବିରୋଧରେ ଲଢ଼େଇ କରିବେ ବୋଲି କହିଛନ୍ତି।

ମମତା କହିଛନ୍ତି, “ଆପଣମାନେ କହୁଛନ୍ତି ଯେ ଆମେ ବେଆଇନ ଭାବେ ସରକାରୀ ସମ୍ପତ୍ତି ଦଖଲ କରିଛୁ। ତେଣୁ ମୁଁ ମୁଖ୍ୟ ସଚିବଙ୍କୁ ଏହାର ଯାଞ୍ଚ ପାଇଁ କହିଛି। ଯଦି ସେଭଳି କୌଣସି ସମତ୍ତି ଠାବ ହୁଏ, ତା’ହେଲେ ସେଗୁଡ଼ିକ ଉପରେ ବୁଲଡୋଜର ଚଢ଼ାଇ ଦିଆଯାଉ।” ନିକଟରେ କ୍ୟାଲକାଟା ହାଇକୋର୍ଟରେ ଗୋଟିଏ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଏଥିରେ ମମତା ବାନାର୍ଜୀଙ୍କ ସମ୍ପର୍କୀୟମାନଙ୍କ ସମ୍ପତ୍ତି ଯାଞ୍ଚ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରିବାକୁ ଦାବି କରାଯାଇଥିଲା।

Advertisment

ମମତା ଆହୁରି କହିଛନ୍ତି, “ସାମାଜିକ କାମ କରିବାକୁ ମୁଁ ରାଜନୀତିକୁ ଆସିଛି। ଯଦି ପୂର୍ବ ମୁଁ ଏପରି ରାଜନୀତି ଦେଖିଥାଆନ୍ତି, ତା’ହେଲେ ମୁଁ ନିଜ ଆଡ଼ୁ ଏହାକୁ ଛାଡ଼ି ଦେଇଥାଆନ୍ତି। ସେମାନେ କହୁଛନ୍ତି ଯେ କୋଇଲାରୁ ମିଳୁଥିବା ସବୁ ଟଙ୍କା କାଳିଘାଟ ଯାଉଛି। କାଳିଘାଟ କେଉଁଠି? ଉତ୍ତର ଦିଅ? ଗୋରୁ ଅନ୍ୟ ରାଜ୍ୟଗୁଡ଼ିକରୁ ଆସୁଛି। ଏସବୁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ କାମ। ସେମାନେ ଯାହା ସାହାଯ୍ୟ ଚାହୁଁଛନ୍ତି ମୁଁ ସବୁ କିଛି ଯୋଗାଇ ଦେବାକୁ ରାଜି। ଜଣେ ସବୁବେଳେ ଲୋକଙ୍କୁ ବୋକା ବନେଇ ରଖିପାରିବ ନାହିଁ।”

କୋଇଲା ଚୋରା ଚାଲାଣ ମାମଲାରେ ଇଡି ପୁଣିଥରେ ମମତାଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଶୁକ୍ରବାର ହାଜର ହେବାକୁ ନୋଟିସ କରିଛି। ଏହି ନୋଟିସ ପରେ ହିଁ ମମତା ଏମିତି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe