ias
ନୂଆଦିଲ୍ଲୀ: ସରକାରୀ ଗାଡ଼ି ଆଗରେ ଛିଡ଼ା ହୋଇ ହିରୋ ଷ୍ଟାଇଲରେ ଫଟୋ ଉଠାଇବା ଓ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ଜଣେ ଆଇଏଏସ୍ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବା ଆଇଏଏସ ଅଫିସର ଅଭିଷେକ ସିଂହ ନିଜ ଇନଷ୍ଟାଗ୍ରାମରେ ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ପୋଷ୍ଟ ପାଇଁ ନିର୍ବାଚନ କମିଶନ ତାଙ୍କୁ ଗୁଜରାଟ ନିର୍ବାଚନ ଦାୟିତ୍ୱରୁ ହଟାଇ ଦେଇଛନ୍ତି।
ନିର୍ବାଚନ କମିଶନ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି, ଅଭିଷେକ ଶର୍ମା ଇନଷ୍ଟାଗ୍ରାମର ବ୍ୟବହାର ନିଜ ପୋଷ୍ଟିଂ/ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ସମ୍ପର୍କରେ ସମସ୍ତଙ୍କୁ କହିଥିଲେ। ସେ ନିଜର ଅଫିସିଆଲ ପଦପଦବୀକୁ ଲୋକପ୍ରିୟତା ହାସଲ ପାଇଁ ବ୍ୟବହାର କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଆସନ୍ତା ମାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ଅଭିଷେକ ଶର୍ମାଙ୍କୁ ଅହମଦାବାଦରେ ଥିବା ବାପୁନଗର ଓ ଅସର୍ୱା ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା।
ଏହି ଯୁବକ ଆଇଏଏସ୍ ଜଣଙ୍କ ନିଯୁକ୍ତି ପାଇବା ପରେ ଦୁଇଟି ଫଟୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଗୋଟିଏ ଫଟୋରେ ସେ ସରକାରୀ ଗାଡ଼ି ପାଖରେ ଏକାକୀ ଛିଡ଼ା ହୋଇଛନ୍ତି। କାର୍ରେ ପର୍ଯ୍ୟବେକ୍ଷକ ମଧ୍ୟ ଲେଖାଯାଇଛି। ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି ଯେ ଗୁଜରାଟ ନିର୍ବାଚନର ପର୍ଯ୍ୟବେକ୍ଷ ଭାବେ ନିଯୁକ୍ତି ପାଇଛି।
ଆଉ ଗୋଟିଏ ପଟରେ ସେ ୩ ଜଣ ଅଧିକାରୀଙ୍କ ସହ ଛିଡ଼ା ହୋଇଛନ୍ତି। ଏଥିସହ ସେମାନଙ୍କ ପାଖରେ ଜଣେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ମଧ୍ୟ ରହିଛନ୍ତି। ସମସ୍ତେ କ୍ୟାମେରାକୁ ଦେଖି ସ୍ମିଥ ହାସ୍ୟ ମଧ୍ୟ ଦେଉଥିବା ଫଟୋରୁ ସ୍ପଷ୍ଟ ଦେଖିବାକୁ ମିଳୁଛି।
ଏହି ଫଟୋ ପୋଷ୍ଟ ଘଟଣାକୁ ନିର୍ବାଚନ କମିଶନ ବେଶ ଗୁରୁତ୍ୱର ସହ ନେଇଥିଲା। ଏଥିପାଇଁ ତୁରନ୍ତ ଆଇଏଏସ ଅଭିଷେକଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇ ଦେଇଛନ୍ତି। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେ ନିର୍ବାଚନ ସହ ଜଡ଼ିତ କୌଣସି କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ।
ତାଙ୍କୁ ତୁରନ୍ତ ଅହମଦାବାଦର ନିର୍ବାଚନ ମଣ୍ଡଳୀ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ମିଳିଥିବା ସମସ୍ତ ସରକାରୀ ସୁବିଧା ସୁଯୋଗକୁ ତତ୍କାଳ ଭାବେ ପ୍ରତ୍ୟାହାର କରାଯାଇଛି।
ତାଙ୍କ ସ୍ଥାନରେ ଆଉ ଜଣେ ଆଇଏଏସ ଅଫିସର କ୍ରିଷ୍ଣ ବାଜପାଇଙ୍କୁ ସାଧାରଣ ପର୍ଯ୍ୟବେକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/ias.jpg)