Advertisment

ଷ୍ଟାଡିୟମରେ କୁକୁର ବୁଲାଇବା ମହଙ୍ଗା ପଡ଼ିଲା, ଆଇଏଏସ ଦମ୍ପତିଙ୍କୁ ବଦଳି

ନୂଆଦିଲ୍ଲୀ: ଷ୍ଟାଡିୟମରେ କୁକୁର ବୁଲାଇବା ଜଣେ ଆଇଏସ ଦମ୍ପତି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଜି ଦିନ ତମାମ ଏହି ଖବରକୁ ନେଇ ଚର୍ଚ୍ଚା ହେବା ପରେ ସମ୍ପୃକ୍ତ ଆଇଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ବଦଳି କରାଯାଇଛି।  ସ୍ୱାମୀ ତଥା  ଦିଲ୍ଲୀ ମୁଖ୍ୟ ସଚିବ ସଞ୍ଜୀବ ଖିରୱାରଙ୍କୁ ଲଦାଖ ବଦଳି କରାଯାଇ ଥିବା ବେଳେ ସ୍ତ୍ରୀ ରିଙ୍କୁ ଦୋଗାଙ୍କୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଯାଇଛି। କେନ୍ଦ୍ର […]

ଷ୍ଟାଡିୟମରେ କୁକୁର ବୁଲାଇବା ମହଙ୍ଗା ପଡ଼ିଲା, ଆଇଏଏସ ଦମ୍ପତିଙ୍କୁ ବଦଳି

ias

Advertisment

ନୂଆଦିଲ୍ଲୀ: ଷ୍ଟାଡିୟମରେ କୁକୁର ବୁଲାଇବା ଜଣେ ଆଇଏସ ଦମ୍ପତି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଜି ଦିନ ତମାମ ଏହି ଖବରକୁ ନେଇ ଚର୍ଚ୍ଚା ହେବା ପରେ ସମ୍ପୃକ୍ତ ଆଇଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ବଦଳି କରାଯାଇଛି।  ସ୍ୱାମୀ ତଥା  ଦିଲ୍ଲୀ ମୁଖ୍ୟ ସଚିବ ସଞ୍ଜୀବ ଖିରୱାରଙ୍କୁ ଲଦାଖ ବଦଳି କରାଯାଇ ଥିବା ବେଳେ ସ୍ତ୍ରୀ ରିଙ୍କୁ ଦୋଗାଙ୍କୁ ଅରୁଣାଚଳ ପ୍ରଦେଶକୁ ବଦଳି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଅଭିଯୋଗ ମୁତାବକ, ସନ୍ଧ୍ୟା ୭ଟା ବାଜିଲେ ଖେଳାଳି ଓ କୋଚ୍‌ଙ୍କୁ ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମ ଖାଲି କରିବାକୁ କୁହାଯାଉଛି। ଏଥିଯୋଗୁଁ ଅଭ୍ୟାସ ଉପରେ ପ୍ରଭାବ ପଡୁଛି। ପୂର୍ବରୁ କିନ୍ତୁ ଏଭଳି ହେଉନଥିଲା। ସନ୍ଧ୍ୟା ୮ଟାରୁ ସାଢ଼େ ୮ଟା ଯାଏଁ ଷ୍ଟାଡିୟମ ଖୋଲା ରହୁଥିଲା। ଏବେ କିନ୍ତୁ ଦିଲ୍ଲୀ ମୁଖ୍ୟ ସଚିବ ସଞ୍ଜୀବ ଖିରୱାର ଓ ତାଙ୍କ ପତ୍ନୀ ନିଜ କୁକୁରଙ୍କ ସହ ଷ୍ଟାଡିୟମରେ ଯେପରି ଆରାମରେ ବୁଲି ପାରିବେ ସେଥିପାଇଁ ସମୟ ପୂର୍ବରୁ ଗ୍ରାଉଣ୍ଡ ଖାଲି କରିଦିଆଯାଉଛି। ଅଥଲେଟ୍‌ଙ୍କ ପାଇଁ ଷ୍ଟାଡିୟମ ନୋ-ଏଣ୍ଟ୍ରି ଜୋନ୍‌ ପାଲଟି ଯାଉଛି ବୋଲି ସେମାନେ ଅଭିଯୋଗ ଆଣିଥିଲେ। ସେପଟେ କିନ୍ତୁ ଆଇଏଏସ୍‌ ସଞ୍ଜୀବ ଖିରଓ୍ୱାର ତାଙ୍କ ନାଁରେ ଆସିଥିବା ଏହି ଅଭିଯୋଗକୁ  ଖଣ୍ଡନ କରିଛନ୍ତି। ସଞ୍ଜୀବ ଖିରଓ୍ୱାର ସ୍ପଷ୍ଟ କରିଛନ୍ତି, ନିଜ କୁକୁର ସହିତ ମଝିରେ ମଝିରେ ଷ୍ଟାଡିୟମକୁ ବୁଲି ବାକୁ ଆସନ୍ତି। ଏହାଦ୍ୱାରା କିନ୍ତୁ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସରେ ବାଧା ହୁଏନି।

ଏହାକୁ ନେଇ ବିବାଦ ଉପୁଜିଛି। ବିବାଦ ବଢ଼ିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଦିଲ୍ଲୀ ସରକାର। ଏହି ଅଭିଯୋଗକୁ ଆଧାର କରି ଦିଲ୍ଲୀର ସମସ୍ତ ଷ୍ଟାଡିୟମକୁ କ୍ରୀଡାବୀତ୍‌ଙ୍କ ପାଇଁ ରାତି ୧୦ଟା ଯାଏ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାତି ୧୦ଟା ଯାଏ ଖେଳାଳିମାନେ ଅଭ୍ୟାସ କରିପାରିବେ। ଏନେଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ୱିଟ୍‌ କରି କହିଛନ୍ତି। ପରେ ଦିନ ତମା ଏହି ଖବର ଚର୍ଚ୍ଚାରେ ରହିବା ପରେ ଗୃହମନ୍ତ୍ରଣାଳୟ ପକ୍ଷରୁ ପରୋକ୍ତ ନିଷ୍ପତ୍ତି ନିଆଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe