Advertisment

୩୨ ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଜଳିଗଲା

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶ ରାଜ୍ୟର ବିଶାଖାପାଟଣା ପାଇକାରାଓପେଟା ନିକଟରେ ଥିବା ଜାତୀୟ ରାଜପଥରେ ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ହୁ ହୁ ଜଳିଯାଇଛି। ତେବେ ସୌଭାଗ୍ୟବଶତଃ ବସରେ ଥିବା ୩୨ଜଣ ଓଡ଼ିଆ ଶ୍ରମିକ ଅଳ୍ପକେ ବଞ୍ଚିଯାଇଛନ୍ତି। ବସ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହିସବୁ ଓଡ଼ିଆ ଶ୍ରମିକମାନେ ବଞ୍ଚିଯାଇଥିବା ଜଣାପଡ଼ିଛି। ଏହି ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ନିଆଁ ଲିଭାଇବ ସହ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ବସଟି […]

ଅଦ୍ୟତନ ହୋଇଛି
୩୨ ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍ ଜଳିଗଲା

bus

Advertisment

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶ ରାଜ୍ୟର ବିଶାଖାପାଟଣା ପାଇକାରାଓପେଟା ନିକଟରେ ଥିବା ଜାତୀୟ ରାଜପଥରେ ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ହୁ ହୁ ଜଳିଯାଇଛି। ତେବେ ସୌଭାଗ୍ୟବଶତଃ ବସରେ ଥିବା ୩୨ଜଣ ଓଡ଼ିଆ ଶ୍ରମିକ ଅଳ୍ପକେ ବଞ୍ଚିଯାଇଛନ୍ତି। ବସ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏହିସବୁ ଓଡ଼ିଆ ଶ୍ରମିକମାନେ ବଞ୍ଚିଯାଇଥିବା ଜଣାପଡ଼ିଛି। ଏହି ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ନିଆଁ ଲିଭାଇବ ସହ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି।

Advertisment

ବସଟି ଯାଉଥିବା ବେଳେ ଡ୍ରାଇଭର୍ ପ୍ରଥମେ ଧୂଆଁ ବାହାରୁଥିବା ଜାଣିବାକୁ ପାଇଥିଲେ। ଯାହା ପରେ ସେ ବସକୁ ରାସ୍ତା କଡ଼ରେ ପାର୍କିଂ ସହ ସହ ସମସ୍ତ ଯାତ୍ରୀଙ୍କୁ ବାହାରକୁ ବାହାରିଯିବାକୁ ସତର୍କ କରାଇଥିଲେ। ଯାତ୍ରୀମାନେ ବସ୍ ଭିତରୁ ଡିଆଁ ମାରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ। ସ୍ଥାନୀୟ ପୁଲିସର କହିବା ଅନୁଯାୟୀ, ବସଟି ସମ୍ପୂର୍ଣ୍ଣ ଜଳିଯାଇଛି।

ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ। କୁହାଯାଉଛି ଯେ ବସ୍ ଇଞ୍ଜିନରେ ଶର୍ଟ ସର୍କିଟ୍ ଯୋଗୁ ଏହି ନିଆଁ ଲାଗିଛି। ଏହି ବସ୍ ଯୋଗେ ଓଡ଼ିଶାର ଶ୍ରମିକମାନେ ବାଲେଶ୍ୱରରୁ ନେଲୁରୁ ଦେଇ ଗୋଆ ଅଭିମୁଖେ ଯାତ୍ରା କରୁଥିଲେ।

Advertisment

ଅଧିକ ପଢ଼ନ୍ତୁ : କର୍ତ୍ତବ୍ୟରେ ଅବହେଳା ମହଙ୍ଗା ପଡ଼ିଲା, ସସପେଣ୍ଡ୍ ହେଲେ ଏଏସଆଇ

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe