Advertisment

ବଢ଼ିଲା ଧାନର ଏମଏସ୍‌ପି, ଏବେ ମିଳିବ ଅଧିକ ୭୨ ଟଙ୍କା

ନୂଆଦିଲ୍ଲୀ: ଖରିଫ ଚାଷ ପାଇଁ ଆଜି କେନ୍ଦ୍ର ସରକାର ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ବୃଦ୍ଧି କରିଛନ୍ତି। ଧାନ ଠାରୁ ଆରମ୍ଭ କରି ରାଶି ଯାଏ ସବୁ ଦ୍ରବ୍ୟର ଏମଏସ୍‌ପି ବୃଦ୍ଧି କରିବା ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଧାନର ଏମଏସ୍‌ପି ଗତବର୍ଷ ତୁଳନାରେ ଏବର୍ଷ କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି। ଏବେ ଚାଷୀମାନେ କ୍ୱିଣ୍ଟାଲ ଧାନ ବିକ୍ରି କରି ୧୯୪୦ ଟଙ୍କା ପାଇବେ। ୨୦୨୦-୨୧ରେ […]

ଅଦ୍ୟତନ ହୋଇଛି
ବଢ଼ିଲା ଧାନର ଏମଏସ୍‌ପି, ଏବେ ମିଳିବ ଅଧିକ ୭୨ ଟଙ୍କା

MSP

Advertisment

ନୂଆଦିଲ୍ଲୀ: ଖରିଫ ଚାଷ ପାଇଁ ଆଜି କେନ୍ଦ୍ର ସରକାର ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ବୃଦ୍ଧି କରିଛନ୍ତି। ଧାନ ଠାରୁ ଆରମ୍ଭ କରି ରାଶି ଯାଏ ସବୁ ଦ୍ରବ୍ୟର ଏମଏସ୍‌ପି ବୃଦ୍ଧି କରିବା ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି।

Advertisment

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ଧାନର ଏମଏସ୍‌ପି ଗତବର୍ଷ ତୁଳନାରେ ଏବର୍ଷ କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି। ଏବେ ଚାଷୀମାନେ କ୍ୱିଣ୍ଟାଲ ଧାନ ବିକ୍ରି କରି ୧୯୪୦ ଟଙ୍କା ପାଇବେ। ୨୦୨୦-୨୧ରେ ଧାନର କ୍ୱିଣ୍ଟାଲ ପିଛା ଦାମ ୧୮୬୮ ଟଙ୍କା ଥିଲା। ୨୦୨୧-୨୨ରେ ଏହା ୧୯୪୦ ଟଙ୍କା ହୋଇଛି। ଧାନ ବ୍ୟତୀତ ରାଶି, ବାଜରା ଓ ବିରିର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ଖରିଫ ଫସଲକୁ ଦୃଷ୍ଟିରେ ରଖି ଏମଏସପି ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଗତବର୍ଷ ତୁଳନାରେ ସର୍ବାଧିକ ଏମଏସପି ରାଶି, ବିରି ଓ ହରଡ଼ ଉପରେ ବୃଦ୍ଧି କରାଯାଇଛି। ରାଶିର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୪୫୨ ଟଙ୍କା, ବିରି ଓ ହରଡ଼ ଉପରେ ୩୦୦ ଟଙ୍କା ବୃଦ୍ଧି କରାଯାଇଛି। ନୂଆ ଦର ପରେ ବିରି ଓ ହରଡ଼ର କ୍ୱିଣ୍ଟାଲ ପିଛା ଦାମ ୬୩୦୦ ଟଙ୍କା ହୋଇଛି। ସେହିପରି ବଜାରା କ୍ୱିଣ୍ଟାଲ ପିଛା ଦାମ ୧୧୮ ଟଙ୍କା ବଢ଼ିଛି।

Advertisment

ଏବେ ଚାଷୀମାନେ ବାଜରାକୁ କ୍ୱିଣ୍ଟାଲ ପିଛା ୨୨୫୦ ଟଙ୍କାରେ ବିକ୍ରି କରିପାରିବେ। ପୂର୍ବରୁ ଯେଉଁଭଳି ଚାଷୀଙ୍କ ଠାରୁ ଧାନ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ସଂଗ୍ରହ କରାଯାଉଥିଲା, ତାହା ଜାରି ରହିବ। କେହି ବି ଏମଏସପିକୁ ନେଇ ଦ୍ୱନ୍ଦ୍ୱରେ ରହିବା କଥା ନୁହେଁ। ଏହା ଚାଲିଛି ଓ ଆଗକୁ ମଧ୍ୟ ଚାଲିବ। ଏମଏସ୍‌ପି ଜାରି ରହିବ ବୋଲି ଏହାର ଦର ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି।


ଏମଏସ୍‌ପିକୁ ନେଇ ଆଇନଗତ ମାନ୍ୟତା ଓ ୩ କୃଷି ଆଇନକୁ ଉଚ୍ଛେଦ କରିବାକୁ ଦୀର୍ଘ ମାସ ହେଲାଣି ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଏସବୁ ଭିତରେ କେନ୍ଦ୍ର ସରକାର ଧାନ ଓ ଅନ୍ୟାନ୍ୟ ଡାଲି ଜାତୀୟ ଦ୍ରବ୍ୟ ଉପରେ ଏମଏସ୍‌ପି ବୃଦ୍ଧି କରିଛନ୍ତି।

New Farmer Bill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe