Advertisment

ସରିଲା ପ୍ରଚାର, ଶନିବାର ଦୁଇଟି ରାଜ୍ୟରେ ମତଦାନ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପଶ୍ଚିମବଙ୍ଗ ଓ ଆସାମରେ ହାଇଭୋଲଟେଜ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ସମସ୍ତ ରାଜନୀତିକ ଦଳ ଜୋରଦାର ପ୍ରଚାର କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି। ଶନିବାର (ମାର୍ଚ୍ଚ ୨୭)ରେ ପଶ୍ଚିମବଙ୍ଗରେ ୩୦ଟି ଆସନ ଏବଂ ଆସାମରେ ୪୭ଟି ଆସନ ପାଇଁ ମତଦାନ ହେବ। ପ୍ରଚାର ବେଳେ ପଶ୍ଚିମବଙ୍ଗରେ ଅନେକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ତେଣୁ ମତଦାନ ବେଳେ ହିଂସା ଏଡାଇବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା […]

ଅଦ୍ୟତନ ହୋଇଛି
ସରିଲା ପ୍ରଚାର, ଶନିବାର ଦୁଇଟି ରାଜ୍ୟରେ ମତଦାନ

evm

Advertisment

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପଶ୍ଚିମବଙ୍ଗ ଓ ଆସାମରେ ହାଇଭୋଲଟେଜ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ସମସ୍ତ ରାଜନୀତିକ ଦଳ ଜୋରଦାର ପ୍ରଚାର କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି। ଶନିବାର (ମାର୍ଚ୍ଚ ୨୭)ରେ ପଶ୍ଚିମବଙ୍ଗରେ ୩୦ଟି ଆସନ ଏବଂ ଆସାମରେ ୪୭ଟି ଆସନ ପାଇଁ ମତଦାନ ହେବ। ପ୍ରଚାର ବେଳେ ପଶ୍ଚିମବଙ୍ଗରେ ଅନେକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ତେଣୁ ମତଦାନ ବେଳେ ହିଂସା ଏଡାଇବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିସହ କୋଭିଡ୍ ନିୟମ ମୁତାବକ ସମସ୍ତ ଭୋଟର ଉଭୟ ରାଜ୍ୟରେ ମତଦାନ କରିବେ।

Advertisment

ପଶ୍ଚିମବଙ୍ଗରେ ବିରୋଧୀ ଦଳ ଭୂମିକାରେ ରହିଛି କ୍ଷମତାରେ ଟିଏମସି ରହିଛି। ଟିଏମସି ପୁଣିଥରେ ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ ବିଜେପି ସରକାର ଗଢ଼ିବ ବୋଲି କହିଛି। ରାଜ୍ୟରେ ଟିଏମସି ଏବଂ ବିଜେପି ମଧ୍ୟରେ ମୁଖ୍ୟତଃ କଡ଼ା ଟକ୍କର ହେବ। ବାମଦଳ ଓ କଂଗ୍ରେସ ମେଣ୍ଟ କରିଛନ୍ତି ହେଲେ ବିଜେପି-ଟିଏମସି ଆଗରେ ସେତେଟା ପ୍ରଭାବୀ ନଥିବା ଦେଖିବାକୁ ମିଳିଛି।

ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନ, ଗିରିରାଜ ସିଂହ, ପ୍ରତାପ ଷଡ଼ଙ୍ଗୀ ଆଦି ଜୋରଦାର ପ୍ରଚାର କରିଛନ୍ତି। ସେହିପରି ଟିଏମସି ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ୱିଲ ଚେୟାରରେ ବସି ଜୋରଦାର ପ୍ରଚାର କରିଛନ୍ତି। ଉଭୟ ଭୋଟ୍ ହାତେଇବା ପାଇଁ ଲୋକଙ୍କୁ ପୁଳୁପୁଳା ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ସେହିପରି ଆସାମରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ମୁକାବିଲା ହେବ। ରାଜ୍ୟରେ ବିଜେପି କ୍ଷମତାରେ ରହିଛି। ହେଲେ ବିରୋଧୀ କଂଗ୍ରେସ ସିଏଏ, ଏନଆରସି ଆଦିକୁ ପ୍ରସଙ୍ଗ କରି ବିଜେପିକୁ ଚେକ୍ ଦେବ ବୋଲି କହିଛି। ୨୦୧୬ରେ ଆସାମରେ ପ୍ରଥମଥର ପାଇଁ ବିଜେପି ସରକାର ଗଢ଼ିଛି। ଏହି ରାଜ୍ୟ ଏକଦା କଂଗ୍ରେସର ଗଡ଼ ଥିଲା।

West Bengal Assembly Election Assam Election 2021 West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe