Advertisment

ହାଫ୍‌ ପ୍ୟାଣ୍ଟ ପିନ୍ଧିଥିଲେ ବ୍ୟାଙ୍କ ମନା

ଲକ୍ଷ୍ନୌ: ହାଫ୍‌ ପ୍ୟାଣ୍ଟ ପିନ୍ଧୁଥିବା ବ୍ୟକ୍ତି ସାବଧାନ। ଏଣିକି ଆଉ ଯାଇପାରିବେନି ବ୍ୟାଙ୍କ। ହାଫ୍‌ ପ୍ୟାଣ୍ଟ ପିନ୍ଧିଲେ ବ୍ୟାଙ୍କରେ ଏଣ୍ଟ୍ରି ମନା। ଏଭଳି କିଛି ଅଜବଗଜବ ପ୍ରତିବନ୍ଧକ ଲଗାଇଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର କାନାରା ବ୍ୟାଙ୍କ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା କର୍ମଚାରୀଙ୍କ ଅଭିଯୋଗ ପରେ ବ୍ୟାଙ୍କ ଏହି ନିର୍ଦ୍ଦେଶ ଜାରି କରିଛି। କାନାରା ବ୍ୟାଙ୍କର ଏକ ଶାଖା ଜିଲ୍ଲାର କିଶାନପୁର ବାହାଲ ଗାଁରେ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ବ୍ୟାଙ୍କର ଗେଟ୍‌ ବାହାରେ ଏକ ନୋଟିସ୍‌ […]

ହାଫ୍‌ ପ୍ୟାଣ୍ଟ ପିନ୍ଧିଥିଲେ ବ୍ୟାଙ୍କ ମନା

bans-entry-in-half-pants

Advertisment

ଲକ୍ଷ୍ନୌ: ହାଫ୍‌ ପ୍ୟାଣ୍ଟ ପିନ୍ଧୁଥିବା ବ୍ୟକ୍ତି ସାବଧାନ। ଏଣିକି ଆଉ ଯାଇପାରିବେନି ବ୍ୟାଙ୍କ। ହାଫ୍‌ ପ୍ୟାଣ୍ଟ ପିନ୍ଧିଲେ ବ୍ୟାଙ୍କରେ ଏଣ୍ଟ୍ରି ମନା। ଏଭଳି କିଛି ଅଜବଗଜବ ପ୍ରତିବନ୍ଧକ ଲଗାଇଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର କାନାରା ବ୍ୟାଙ୍କ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା କର୍ମଚାରୀଙ୍କ ଅଭିଯୋଗ ପରେ ବ୍ୟାଙ୍କ ଏହି ନିର୍ଦ୍ଦେଶ ଜାରି କରିଛି। କାନାରା ବ୍ୟାଙ୍କର ଏକ ଶାଖା ଜିଲ୍ଲାର କିଶାନପୁର ବାହାଲ ଗାଁରେ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ବ୍ୟାଙ୍କର ଗେଟ୍‌ ବାହାରେ ଏକ ନୋଟିସ୍‌ ଲଗାଯାଇଛି। ଏଥିରେ ହାଫ୍‌ ପ୍ୟାଣ୍ଟ ପିନ୍ଧିଥିବା ଗ୍ରାହକ ବ୍ୟାଙ୍କ ଭିତରକୁ ପ୍ରବେଶ ମନା ବୋଲି ଉଲ୍ଲେଖ ରହିଛି। ଏହି ନୋଟିସ ଜାରି ହେବା ପରେ ସୁରକ୍ଷାକର୍ମୀ ଯେଉଁ ଗ୍ରାହକମାନେ ହାଫ୍‌ ପ୍ୟାଣ୍ଟ ପିନ୍ଧି ବ୍ୟାଙ୍କକୁ ଆସିଥିଲେ ସେମାନଙ୍କୁ ଫେରାଇ ଦେଇଥିବା ଜଣାପଡିଛି।

କିଶାନପୁର ବ୍ୟତୀତ ନିକଟସ୍ଥ ଅନେକ ଗାଁର ଏକାଧିକ ଆକାଉଣ୍ଟଧାରୀ କାନାରା ବ୍ୟାଙ୍କର ଏହି ଶାଖା ସହ ଜଡିତ। ଏହି ସମୟରେ, କାରବାର ପାଇଁ ବ୍ୟାଙ୍କକୁ ଆସିଥିବା ଅନେକ ଗ୍ରାହକ ହାଫ୍‌ ପ୍ୟାଣ୍ଟ ପିନ୍ଧି ଆସନ୍ତି। ଏହାକୁ ନେଇ ବ୍ୟାଙ୍କର ମହିଳା କର୍ମଚାରୀମାନେ ବିରୋଧ କରିଥିଲେ। ରିପୋର୍ଟ ଅନୁଯାୟୀ, ମହିଳା କର୍ମଚାରୀମାନେ ଗ୍ରାହକଙ୍କୁ ଅନେକ ହାଫ୍‌ ପ୍ୟାଣ୍ଟ ପିନ୍ଧି ବ୍ୟାଙ୍କ ଆସିବା ମନା କରିଥିଲେ, କିନ୍ତୁ କୌଣସି ପ୍ରଭାବ ପଡି ନଥିଲା। ଏହାପରେ ସେମାନେ ବ୍ୟାଙ୍କର ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

Advertisment

ମହିଳାଙ୍କ ଅଭିଯୋଗ ପରେ କାନାରା ବ୍ୟାଙ୍କର ମ୍ୟାନେଜର ଶାଖାର ମୁଖ୍ୟ ଫାଟକରେ ଏକ ନୋଟିସ ଲଗାଇଛନ୍ତି। ହାଫ୍‌ ପ୍ୟାଣ୍ଟ ପିନ୍ଧି ଆସୁଥିବା ଗ୍ରାହକମାନେ ବ୍ୟାଙ୍କରେ ପ୍ରବେଶ କରିପାରିବେ ନୁହେଁ ବୋଲି ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି। ଏଥିସହ ହାଫ୍‌ ପ୍ୟାଣ୍ଟ ପିନ୍ଧି ଆସୁଥିବା କୌଣସି ବି ଗ୍ରାହକଙ୍କୁ ବ୍ୟାଙ୍କ ଭିତରେ ଏଣ୍ଟ୍ରି ନଦେବାକୁ ସୁରକ୍ଷାକର୍ମୀଙ୍କୁ ମ୍ୟାନେଜର ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟାଙ୍କ ମ୍ୟାନେଜରଙ୍କ କହିବା ମୁତାବକ, ବ୍ୟାଙ୍କକୁ ମହିଳା ଏବଂ ପୁରୁଷ ଉଭୟ ପ୍ରକାରର ଗ୍ରାହକ ଆସନ୍ତି। ତେଣୁ ଗ୍ରାହକଙ୍କୁ ସଭ୍ୟତାର ସହ ପୋଷାକ ପିନ୍ଧି ବ୍ୟାଙ୍କ ଆସିବାକୁ ସଚେତନ କରାଇବା ପାଇଁ ଏଭଳି ପଦେକ୍ଷପ ନିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe