Advertisment

‘ଭୋଟ୍ ଦେଇ ଜିତାଇଲେ ଜହ୍ନମାମୁ ବୁଲେଇନେବି’

ଚେନ୍ନାଇ: ନିର୍ବାଚନ ବେଳେ ଭୋଟ୍ ଖଣ୍ଡିଏ ପାଇବା ପାଇଁ ପ୍ରାର୍ଥୀମାନେ ଅନେକ ପ୍ରତିଶ୍ରୁତି ଦିଅନ୍ତି। ଭୋଟରଙ୍କ ପାଖକୁ ଆସି ବିଜୟୀ ହେଲେ ବିଭିନ୍ନ ପ୍ରକାର ଦାବି ତାଙ୍କର ପୂରଣ ହେବ ବୋଲି କହିବା ସହିତ ଅନେକ କିଛି ପ୍ରତିଶ୍ରୁତି ନିଜ ଆଡୁ ଦିଅନ୍ତି। ଏମିତିକି ନିର୍ବାଚନ ବେଳେ ଭୋଜି ଭାତ ସହିତ ବିଭିନ୍ନ ସାମଗ୍ରୀ ଉପହାର ଆକାରରେ ଦେବେ ବୋଲି ପ୍ରାର୍ଥୀମାନେ କୁହନ୍ତି। ଏବେ ତାମିଲନାଡୁର ଜଣେ ବିଧାୟକ ପ୍ରାର୍ଥୀ ଏଭଳି କିଛି ପ୍ରତିଶ୍ରୁତି ପ୍ରଚାର ବେଳେ […]

ଅଦ୍ୟତନ ହୋଇଛି
‘ଭୋଟ୍ ଦେଇ ଜିତାଇଲେ ଜହ୍ନମାମୁ ବୁଲେଇନେବି’

Thulam-Saravanan

Advertisment

ଚେନ୍ନାଇ: ନିର୍ବାଚନ ବେଳେ ଭୋଟ୍ ଖଣ୍ଡିଏ ପାଇବା ପାଇଁ ପ୍ରାର୍ଥୀମାନେ ଅନେକ ପ୍ରତିଶ୍ରୁତି ଦିଅନ୍ତି। ଭୋଟରଙ୍କ ପାଖକୁ ଆସି ବିଜୟୀ ହେଲେ ବିଭିନ୍ନ ପ୍ରକାର ଦାବି ତାଙ୍କର ପୂରଣ ହେବ ବୋଲି କହିବା ସହିତ ଅନେକ କିଛି ପ୍ରତିଶ୍ରୁତି ନିଜ ଆଡୁ ଦିଅନ୍ତି। ଏମିତିକି ନିର୍ବାଚନ ବେଳେ ଭୋଜି ଭାତ ସହିତ ବିଭିନ୍ନ ସାମଗ୍ରୀ ଉପହାର ଆକାରରେ ଦେବେ ବୋଲି ପ୍ରାର୍ଥୀମାନେ କୁହନ୍ତି। ଏବେ ତାମିଲନାଡୁର ଜଣେ ବିଧାୟକ ପ୍ରାର୍ଥୀ ଏଭଳି କିଛି ପ୍ରତିଶ୍ରୁତି ପ୍ରଚାର ବେଳେ ତାଙ୍କ ଅଭିଯାନରେ ସାମିଲ୍ କରିଛନ୍ତି। ଯାହାକୁ ନେଇ ସେ ଏବେ ନିଜ ରାଜ୍ୟ ସହିତ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Advertisment

ଦକ୍ଷିଣ ମଦୁରାଇର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଥୁଲାମ ସର୍ବାନନ ଭୋଟ ହାତେଇବା ପାଇଁ ଭୋଟରଙ୍କୁ ଦେଖାଇଛନ୍ତି ସୁନେଲୀ ସ୍ୱପ୍ନ। ସେ ବିଧାୟକ ଭାବରେ ବିଜୟୀ ହେଲେ ଲୋକମାନଙ୍କୁ ଜହ୍ନକୁ ନେଇ ବୁଲାଇ ଆଣିବେ ବୋଲି କହିଛନ୍ତି। ଖାଲି ଏତିକି ନୁହେଁ, ସବୁ ଲୋକଙ୍କୁ ଆଇଫୋନ, ସୁଇମିଂ ପୁଲ ସହିତ ତିନି ମୋହଲା କୋଠା, ପ୍ରତି ଘରକୁ ୧ କୋଟି, ୨୦ ଲକ୍ଷ ଟଙ୍କାର ଘର, ପ୍ରତି ଘରକୁ ଗୋଟିଏ ଲେଖାଏଁ ଛୋଟିଆ ହେଲିକପ୍ଟର, ଘରୋଇ କାମ କରିବା ପାଇଁ ଛୋଟିଆ ରୋବୋଟ, ଯୁବ ଏଣ୍ଟରପ୍ରିନରଙ୍କୁ ୧ କୋଟି ଫଣ୍ଡ, ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିମାସରେ ୧୦ ଲକ୍ଷ ଟଙ୍କା, ପ୍ରତି ଘରକୁ ଗୋଟିଏ ନୌକା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏହି ସ୍ୱାଧୀନ ବିଧାୟକ।

ଏହାବାଦ ନିଜ ନିର୍ବାଚନ ମଣ୍ଡଳୀରେ ଗୋଟିଏ ରକେଟ ଲଞ୍ଚ ପ୍ୟାଡ, ସମଗ୍ର ଅଞ୍ଚଳକୁ ଥଣ୍ଡା ରଖିବା ପାଇଁ ୩୦୦ ଫୁଟ ଉଚ୍ଚର ଏକ ବରଫ ପାହାଡ, ଝିଅଙ୍କ ବିବାହ ବେଳେ ୮୦୦ ଗ୍ରାମ ସୁନା, ଗୃହିଣୀଙ୍କର କାମ ବୋଝ କମାଇବା ପାଇଁ ଗୋଟିଏ ରୋବୋଟ ଦେବେ ବୋଲି କହିଛନ୍ତି।

Advertisment

ଆର ସର୍ବାନନଙ୍କ ଅଞ୍ଚଳର ଭୋଟର ୬ ଏପ୍ରିଲରେ ମତଦାନ କରିବେ। ତାମିଲନାଡୁରେ ୨୩୪ଟି ବିଧାନସଭା ଆସନ ଅଛି। ରାଜ୍ୟରେ ଡିଏମକେ ଏବଂ ଏଆଇଡିଏମକେ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ଅନ୍ତିମ ବିଧାନସଭା ନିର୍ବାଚନରେ ​​ଏଆଇଏଡିଏମକେ ୧୩୬ଟି ଆସନରେ ବିଜୟୀ ହୋଇଥିବା ବେଳେ ମୁଖ୍ୟ ବିରୋଧୀ ଦଳ ଡିଏମକେ ୮୯ ଟି ଆସନରେ ବିଜୟୀ ହୋଇଥିଲା।

Tamilnadu Assembly Election TamilnaduAssemblyElection2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe