Advertisment

ନିଜ ଦଳ ସହ ବିଜେପିରେ ମିଶିଲେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଲା। ବିଜେପିରେ ମିଶିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ। ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି  କ୍ୟାପ୍ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡ଼ି ନୂଆଦଳ ଗଠନ କରିଥିଲେ। ଆଜି ବିଜେପି ନେତା ତଥା ଆଇନମନ୍ତ୍ରୀ କିରଣ ରିଜିଜ୍ଜୁ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ କ୍ୟାପ୍ଟେନ୍ ପଦ୍ମପୋଖରୀରେ ପ୍ରବେଶ କରିଛନ୍ତି। ବିଜେପିରେ […]

ନିଜ ଦଳ ସହ ବିଜେପିରେ ମିଶିଲେ କ୍ୟାପ୍ଟେନ୍‌

bjp

Advertisment

ନୂଆଦିଲ୍ଲୀ: ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ଘଟିଲା। ବିଜେପିରେ ମିଶିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ। ଏଥିସହ ନିଜ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ବିଲୀନ କରିଛନ୍ତି  କ୍ୟାପ୍ଟେନ । ପଞ୍ଜାବ ନିର୍ବାଚନ ପୂର୍ବରୁ ଅମରିନ୍ଦର କଂଗ୍ରେସ ଛାଡ଼ି ନୂଆଦଳ ଗଠନ କରିଥିଲେ। ଆଜି ବିଜେପି ନେତା ତଥା ଆଇନମନ୍ତ୍ରୀ କିରଣ ରିଜିଜ୍ଜୁ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ କ୍ୟାପ୍ଟେନ୍ ପଦ୍ମପୋଖରୀରେ ପ୍ରବେଶ କରିଛନ୍ତି। ବିଜେପିରେ ଯୋଗ ଦେଇ ସେ ଖୁସିଥିବା କ୍ୟାପ୍ଟେନ କହିଛନ୍ତି। ଲଣ୍ଡନରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଭାରତ ଫେରିଥିବା ଅମରିନ୍ଦର ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକାଧିକ ଥର ଭେଟିଥିଲେ । ଏହାକୁ ନେଇ ବିଜେପିରେ ତାଙ୍କର ମିଶ୍ରଣକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଗତ ବର୍ଷ  ଅମରିନ୍ଦର ସିଂହ  ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।  ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା ।

Advertisment

ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ତାଙ୍କ ଇସ୍ତଫା ପରେ  କଂଗ୍ରେସ ପକ୍ଷରୁ ଚରଣଜିତ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେ କଂଗ୍ରେସରୁ ଅଲଗା ହେବା ପରେ ନିଜସ୍ୱ ଦଳ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ହେଲେ ସେ କିମ୍ବା ତାଙ୍କ ଦଳର ଜଣେ ହେଲେ ବି ପ୍ରାର୍ଥୀ ନିର୍ବାଚନ ଜିତିବାକୁ ସକ୍ଷମ ହୋଇ ନଥିଲେ। ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ଶ୍ରୀ ସିଂହ ସଂପୂର୍ଣ୍ଣ ଭାବେ ପଦ୍ମ ଦଳ ସହ ଲୀନ ହେବେ ବୋଲି ଚର୍ଚ୍ଚା ହୋଇଥିଲା।

ନୂଆ ଦଳ ଗଠନ କରିବା ପୂର୍ବରୁ କ୍ୟାପ୍ଟେନ ଅମରିନ୍ଦର ସିଂହ ଦୀର୍ଘ ୫ ଦଶନ୍ଧି ଧରି କଂଗ୍ରେସ ସହ ରହିଥିଲେ। ୨୦୧୭ରେ କଂଗ୍ରେସ ପଞ୍ଜାବରେ କ୍ଷମତା ଦଖଲ କରିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ୨୦୨୨ ବିଧାନସଭା ନିର୍ବାଚନର ଠିକ୍‌ କିଛି ମାସ ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଶେଷରେ ତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe