/odisha-reporter/media/post_attachments/uploads/2022/06/car.jpg)
car
ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ନାବାଳିକାକୁ ଏକ ମର୍ସଡିଜ୍ କାରରେ ଗଣ ଦୁଷ୍କର୍ମ ଅଭିଯୋଗ ହଇଚଇ ସୃଷ୍ଟି କରିଛି। ଏହି ଚାଞ୍ଚଲ୍ୟକର ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଉକ୍ତ ମର୍ସଡିଜ୍ କାରଟି ଜଣେ ବିଧାୟକଙ୍କର ବୋଲି ଜଣାପଡ଼ିଛି। ଏହି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ବିଧାୟକଙ୍କ ପୁଅ ସମ୍ପୃକ୍ତ ଥିବା ପୁଲିସ ଗୁମର ଖୋଲିବା ପରେ ଏବେ ଉପରୋକ୍ତ ରହସ୍ୟର ଉନ୍ମୋଚନ ହୋଇଛି। ଏହି ସମ୍ବେଦନଶୀଳ ଘଟଣାରେ ବିଧାୟକଙ୍କ ପୁଅ ସମେତ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ପୁଲିସ କହିଛି। ତେବେ ଏହି ଅଭିଯୋଗକୁ ସମ୍ପୃକ୍ତ ବିଧାୟକ ଅସ୍ୱୀକାର କରିଛନ୍ତି। ଘଟଣା ବେଳେ ତାଙ୍କ ପୁଅ କାରରେ ନଥିଲେ। ସେ ଓହ୍ଲାଇଯାଇଥିଲେ।
ଅପରାଧ ଘଟୁଥିବା ସମୟରେ ତାଙ୍କ ପୁଅ ଏକ କାଫେରେ ବସିଥିଲେ ବୋଲି ବିଧାକୟଙ୍କ ପରିବାର ଲୋକେ କହିଛନ୍ତି । ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ପୁଲିସ ଘଟଣାସ୍ଥଳର ସିସିଟି ଫୁଟେଜ ଯାଞ୍ଚ କରୁଛି। ପୂର୍ବରୁ ଅଭିଯୁକ୍ତମାନେ ପାର୍ଟି କ୍ଲବରେ ଉପସ୍ଥିତ ଥିବା ପୁଲିସ କହିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ବିଧାୟକଙ୍କ ପୁଅ ଏବଂ ସଂଖ୍ୟଲଘୁ ବୋର୍ଡ଼ର ଅଧ୍ୟକ୍ଷ ଅଛନ୍ତି। ଅଭିଯୁକ୍ତଙ୍କ ସହ ନାବାଳିକା ମଧ୍ୟ ସେହି ପାର୍ଟିରେ ଉପସ୍ଥିତ ଥିଲେ। ପୂର୍ବରୁ ନାବାଳିକା ସହ ଅଭିଯୁକ୍ତଙ୍କ ସହ ବନ୍ଧୁତା ଥିଲା। ପାର୍ଟି ସରିବା ପରେ ଅଭିଯୁକ୍ତମାନେ ନାବାଳିକାକୁ ସାଥୀରେ ଡାକିଥିଲେ। ସମ୍ପୃକ୍ତ ଯୁବତୀଙ୍କୁ ଅଭିଯୁକ୍ତମାନେ ଜୁବଲି ହିଲ୍ସ ନିକଟରେ ପାର୍କିଂ ହୋଇଥିବା ମର୍ସଡିଜ୍ କାରରରେ ଗଣଦୁଷ୍କର୍ମ ରିଥିବା ଅଭିଯୋଗ ହୋଇଛି।
ଗତ ଶନିବାର ଏହି ଘଟଣା ଘଟିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ପୃକ୍ତ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ୩୫୪ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିଲା ପୁଲିସ। ୧୭ ବର୍ଷୀୟ ନାବାଳିକଙ୍କର ମେଡିକାଲ ଟେଷ୍ଟ କରାଯିବା ପରେ ପୁଲିସ ଏହି ମାମଲାରେ ଧାରା ୩୭୬(ଗଣଦୁଷ୍କର୍ମ) ମଧ୍ୟ ଯୋଡ଼ିଛି।
ଅନ୍ୟପଟେ ଘଟଣାକୁ ନେଇ ସାମ୍ନାକୁ ଆସିଛି ତେଲେଙ୍ଗାନା ବିଜେପି। ଦଳ ଘଟଣାକୁ ଦୃଢ଼ ନିନ୍ଦା କରିଥିବା ବେଳେ ଘଟଣାରେ ଏଆଇଏମଆଏମ ଦଳର ବିଧାୟକଙ୍କ ପୁଅ ସମ୍ପୃକ୍ତ ଥିବା ସୂଚନା ଦେଇଛି। ତେବେ ଅଭିଯୋଗ ପରେ ହାଇଦ୍ରାବାଦ ପୁଲିସ ଏପର୍ଯ୍ୟନ୍ତ ମାମଲାରେ ଜଣଙ୍କୁ ବି ଗିରଫ କରିପାରି ନାହିଁ। ପୁଲିସ ଏ ମାମଲାରେ ଧିମା ତଦନ୍ତ କରୁଛି ବୋଲି ବିଜେପି ଅଭିଯୋଗ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
