Advertisment

ନିର୍ମାଣାଧୀନ ଆଦାନି ବନ୍ଦରକୁ ବିରୋଧ କରି ହଙ୍ଗାମା, ୩୦୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା

ଥିରୁଭନନ୍ତପୁରମ୍: କେରଳର ଭିଜିନିଜାମରେ  ନିର୍ମାଣାଧୀନ ଥିବା ଆଦାନି ବନ୍ଦରକୁ ବିରୋଧ କରି ଆନ୍ଦୋଳନ ତୀବ୍ରରୂପ ଧାରଣ କରିଛି। ବିକ୍ଷୋଭ, ନାରାବାଜି ଓ ପ୍ରତିବାଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ ଭିଜିନିଜାମ ପୁଲିସ ଷ୍ଟେସନ ଉପରେ ହୋଇଥିବା ହିଂସାକାଣ୍ଡ ପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛି । ବେଆଇନ ସଭା, ଦଙ୍ଗା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ପୁଲିସ ପ୍ରାୟ ୩୦୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। […]

ନିର୍ମାଣାଧୀନ ଆଦାନି ବନ୍ଦରକୁ ବିରୋଧ କରି ହଙ୍ଗାମା, ୩୦୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା

789

Advertisment

ଥିରୁଭନନ୍ତପୁରମ୍: କେରଳର ଭିଜିନିଜାମରେ  ନିର୍ମାଣାଧୀନ ଥିବା ଆଦାନି ବନ୍ଦରକୁ ବିରୋଧ କରି ଆନ୍ଦୋଳନ ତୀବ୍ରରୂପ ଧାରଣ କରିଛି। ବିକ୍ଷୋଭ, ନାରାବାଜି ଓ ପ୍ରତିବାଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ ଭିଜିନିଜାମ ପୁଲିସ ଷ୍ଟେସନ ଉପରେ ହୋଇଥିବା ହିଂସାକାଣ୍ଡ ପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରିଛି । ବେଆଇନ ସଭା, ଦଙ୍ଗା ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ପୁଲିସ ପ୍ରାୟ ୩୦୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ ଷ୍ଟେସନ  ଭଙ୍ଗାରୁଜା ଘଟଣାରେ ପୁଲିସ ୩୦୦୦ ଲୋକଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେମାନଙ୍କୁ ଚିହ୍ନଟ କରିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରେ  ମହିଳା, ଛୋଟ ପିଲା ମଧ୍ୟ ଅଛନ୍ତି।  ଗତକାଲି ହିଂସାକାଣ୍ଡରେ ୪୦ ଜଣ ପୁଲିସ କର୍ମଚାରି ଏବଂ କିଛି ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି।

Advertisment

ପୁଲିସର କହିବା ଅନୁଯାୟୀ ପ୍ରାୟ ୩୦୦୦ ଲୋକେ ଭିଜିନିଜାମ ପୁଲିସ ଷ୍ଟେସନରେ ଏକାଠି ହୋଇଥିଲେ।  ଶନିବାର ରଜୁ ହୋଇଥିବା  ମାମଲାରେ କିଛି ଅଭିଯୁକ୍ତଙ୍କୁ ଖଲାସ ଦାବି କରି ଆନ୍ଦୋଳନକାରୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ଗତକାଲି ସନ୍ଧ୍ୟା ବେଳେ ଲୋକମାନେ ଥାନାରେ ପହଞ୍ଚି ଏକାଠି ହୋଇଥିଲେ।  ଏହି ଆକ୍ରମଣରେ ଆହତ ହୋଇଥିବା ୩୬ ଜଣ ପୁଲିସ କର୍ମଚାରୀ ବଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ହାତରେ ଲୁହା ରଡ, ବାଡି, ପଥର ଓ ଇଟା ଧରି ବିକ୍ଷୋଭକାରୀମାନେ ପୁଲିସ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ।।

ଯଦି ଅଭିଯୁକ୍ତ ମୁକ୍ତ ନହୁଅନ୍ତି ତେବେ ପୁଲିସ ଷ୍ଟେସନରେ  ନିଆଁ ଲଗାଇଦେବାକୁ ଧମକ ଦେଇଥିଲେ।  ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସ ଷ୍ଟେସନ ପରିସରେ ଥିବା ୫ଟି ପୁଲସି ଗାଡ଼ିକୁ ନଷ୍ଠ କରିଦେଇଛନ୍ତି। । ଏହି ଆକ୍ରମଣ ଯୋଗୁଁ ପାଖାପାଖି ୮୫ ଲକ୍ଷ  ଟଙ୍କା କ୍ଷତି ହୋଇଛି।  ପୁଲିସ ୧୪୩ (ବେଆଇନ ସଭା), ୧୪୭ (ଦଙ୍ଗା), ୧୨୦-ବି (ଅପରାଧିକ ଷଡଯନ୍ତ୍ର), ୪୪୭(ଅପରାଧିକ ଉଦ୍ଦେଶ୍ୟ ) ଏବଂ ୩୫୩ (ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ) ଆଦି ଧାରାରେ ପୁଲିସ ମକଦ୍ଦମା ରୁଜୁ କରିଛି । ଏହି ସମସ୍ୟାର ସମାଧାନ  ପାଇଁ ଜିଲ୍ଲା ପ୍ରଶାସନ ସର୍ବଦଳୀୟ ବୈଠକ ଡାକିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe