Advertisment

ଅଭିଯୋଗ ପରେ ବିଧାୟକଙ୍କ ନାଁରେ ରୁଜୁ ହେଲା ଦୁଷ୍କର୍ମ ମାମଲା

ଭୋପାଲ: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଘାରଙ୍କ ଅଡ଼ୁଆ ବଢ଼ିଛି। ଜଣେ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ବିଧାୟକ ଉମଙ୍ଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରିଛି। ସେ ଜଣେ ୩୮ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ଧର ସିଟି ଏସ୍‌ପି ଆଦିତ୍ୟ ପ୍ରତାପ ସିଂହ କହିଛନ୍ତି, ରବିବାର ମହିଳାଙ୍କ ଅଭିଯୋଗ ପରେ ନୂଆ ଗାଁ ପୁଲିସ୍‌ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଛି। […]

ଅଭିଯୋଗ ପରେ ବିଧାୟକଙ୍କ ନାଁରେ ରୁଜୁ ହେଲା ଦୁଷ୍କର୍ମ ମାମଲା

congress

Advertisment

ଭୋପାଲ: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଘାରଙ୍କ ଅଡ଼ୁଆ ବଢ଼ିଛି। ଜଣେ ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ବିଧାୟକ ଉମଙ୍ଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରିଛି। ସେ ଜଣେ ୩୮ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Advertisment

ମଧ୍ୟପ୍ରଦେଶର ଧର ସିଟି ଏସ୍‌ପି ଆଦିତ୍ୟ ପ୍ରତାପ ସିଂହ କହିଛନ୍ତି, ରବିବାର ମହିଳାଙ୍କ ଅଭିଯୋଗ ପରେ ନୂଆ ଗାଁ ପୁଲିସ୍‌ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଛି। ପୀଡ଼ିତା ଜଣଙ୍କ ଅଭିଯୁକ୍ତଙ୍କ ପତ୍ନୀ ଭାବେ ରହୁଥିଲେ ବୋଲି କୁହାଯାଉଛି। କିନ୍ତୁ ସେମାନଙ୍କର ବିବାହ ହୋଇ ନଥିଲା କି ନାହିଁ ସେକଥା ଜଣାପଡ଼ିନି।

ଏହି ରହଣୀ ସମୟରେ ବିଧାୟକ ଉମଙ୍ଗ ତାଙ୍କୁ ମାଡ଼ ମାରିବା ସହ ବାରମ୍ବାର ଯୌନ ନିର୍ଯାତନା ଦେଉଥିବା ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ମାମଲା ହେବା ସହ ତଦନ୍ତ କରାଯାଉଥିବା ଶ୍ରୀ ସିଂହ କହିଛନ୍ତି।

Advertisment

ତେବେ ଏହି ଅଭିଯୋଗରେ ସତ୍ୟତା ନଥିବା କଂଗ୍ରେସ ଟିକେଟରୁ ଗନ୍ଧୱାନି ବିଧାୟକ ହୋଇଥିବା ଉମଙ୍ଗ କହିଛନ୍ତି। ସେ କହିଛନ୍ତି, “ଏହା ଏକ ଷଡ଼ଯନ୍ତ୍ର ଓ ଡାର୍ଟି ପଲଟିକ୍ସର ଗୋଟିଏ ଅଂଶ। ମହିଳା ଜଣଙ୍କ ଆଣିଥିବା ଅଭିଯୋଗ ଆମର ବ୍ୟକ୍ତିଗତ ପ୍ରସଙ୍ଗ।

ଏପରି ଅଭିଯୋଗ ପଛରେ ତାଙ୍କର କ’ଣ ଉଦ୍ଦେଶ୍ୟ ରହିଛି, ସେକଥା ସେ ହିଁ କହିପାରିବେ। ସେ ମୋତେ ଦୀର୍ଘଦିନ ହେଲା ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ। କିନ୍ତୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ମୁଁ ମୋର ପକ୍ଷ କୋର୍ଟରେ ରଖିବି।”

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ କଂଗ୍ରେସ କମିଟିର ମିଡିଆ ବିଭାଗ ଅଧ୍ୟକ୍ଷ କେକେ ମିଶ୍ରା କହିଛନ୍ତି ଯେ ଏ ପ୍ରସଙ୍ଗରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ହେଲେ ପ୍ରାଥମିକ ଅବସ୍ଥାରୁ ଜଣାପଡ଼ୁଛି, ଏହା ଏକ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲା ବୋଲି ସେ କହିଛନ୍ତି।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ବିଧାୟକ ଉମଙ୍ଗ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ ଓ ଅପ୍ରାକୃତିକ କାମ କରିବାକୁ କହୁଥିଲେ। ଏଥିସହ ସେ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଏହି ଅଭିଯୋଗ ପରେ ପୁଲିସ୍‌ ଆଇପିସିର ୨୯୪, ୩୨୩, ୩୭୬(୨), ୩୭୭, ୪୯୮(ଏ) ଓ ୫୦୬ ଦଫାରେ ମାମଲା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe