Advertisment

ପୁଣି ସୀମା ଲଙ୍ଘିଲେ ଆଉ ଜଣେ ହିନ୍ଦୁ ଧର୍ମଗୁରୁ, ଗାନ୍ଧିଙ୍କୁ ଅପମାନିତ କଲେ

ରାୟପୁର: ଜଣଙ୍କ ପରେ ଜଣେ ତଥାକଥିତ ହିନ୍ଦୁ ଧର୍ମଗୁରୁ ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଇ ଚାଲିଛନ୍ତି। ପୂର୍ବରୁ ଦିଲ୍ଲୀ ଓ ହରିଦ୍ୱାରରେ ହିନ୍ଦୁ ବାହିନୀର ବକ୍ତାମାନେ ବିବାଦୀୟ ବୟାନ ଦେଇଥିବା ବେଳେ ଏବେ ଛତିଶଗଡ଼ରେ ସମାନ ଘଟଣା ଘଟିଛି। ରାୟପୁରେ ଆୟୋଜିତ ଧର୍ମ ସଂସଦରେ ମହାରାଷ୍ଟ୍ରର ଜଣେ ହିନ୍ଦୁ ଧର୍ମଗୁରୁ ଜାତିର ପିତା ମହାତ୍ମା ଗାନ୍ଧି ଓ ଇସଲାମ ବିରୋଧୀରେ ଅତ୍ୟନ୍ତ ଅପମାନ ସୂଚକ ଶବ୍ଦ ପ୍ରୟୋଗ କରିଛନ୍ତି। ଏଥିପାଇଁ ରାୟପୁର […]

ଅଦ୍ୟତନ ହୋଇଛି
ପୁଣି ସୀମା ଲଙ୍ଘିଲେ ଆଉ ଜଣେ ହିନ୍ଦୁ ଧର୍ମଗୁରୁ, ଗାନ୍ଧିଙ୍କୁ ଅପମାନିତ କଲେ

Kalicharna

Advertisment

ରାୟପୁର: ଜଣଙ୍କ ପରେ ଜଣେ ତଥାକଥିତ ହିନ୍ଦୁ ଧର୍ମଗୁରୁ ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଇ ଚାଲିଛନ୍ତି। ପୂର୍ବରୁ ଦିଲ୍ଲୀ ଓ ହରିଦ୍ୱାରରେ ହିନ୍ଦୁ ବାହିନୀର ବକ୍ତାମାନେ ବିବାଦୀୟ ବୟାନ ଦେଇଥିବା ବେଳେ ଏବେ ଛତିଶଗଡ଼ରେ ସମାନ ଘଟଣା ଘଟିଛି।

Advertisment

ରାୟପୁରେ ଆୟୋଜିତ ଧର୍ମ ସଂସଦରେ ମହାରାଷ୍ଟ୍ରର ଜଣେ ହିନ୍ଦୁ ଧର୍ମଗୁରୁ ଜାତିର ପିତା ମହାତ୍ମା ଗାନ୍ଧି ଓ ଇସଲାମ ବିରୋଧୀରେ ଅତ୍ୟନ୍ତ ଅପମାନ ସୂଚକ ଶବ୍ଦ ପ୍ରୟୋଗ କରିଛନ୍ତି। ଏଥିପାଇଁ ରାୟପୁର ପୁଲିସ୍‌ ଉକ୍ତ ଧର୍ମଗୁରୁଙ୍କ ବିରୋଧରେ ମାମଲା କରିଛି। ସେହିପରି ସେ ଯେଉଁ ସଭାରେ ଗାନ୍ଧିଙ୍କୁ ଅପମାନିତ କରିଛନ୍ତି, ସେଠାରେ ଉପସ୍ଥିତ ଆଉ ଜଣେ ମହନ୍ତ ରାଗରେ କାର୍ଯ୍ୟକ୍ରମକୁ ଅଧାରୁ ଛାଡ଼ି ଚାଲି ଯାଇଛନ୍ତି।

ମହାରାଷ୍ଟ୍ରର ହିନ୍ଦୁ ଧର୍ମଗୁରୁ ସନ୍ଥ କାଳୀଚରଣ ମହାରାଜ ରବିବାର ଛତିଶଗଡ଼ର ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ଯୋଗଦେଇଥିଲେ। ଏହି ସମୟରେ ସେ ମହାତ୍ମା ଗାନ୍ଧିଙ୍କୁ ଅପମାନିତ କରିବାର ସହ ତାଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେକୁ ପ୍ରଶଂସା କରିଥିଲେ।

Advertisment

ତାଙ୍କର ଏହି ବିବାଦୀୟ ବୟାନକୁ ନେଇ ରାୟପୁରର ପୂର୍ବତନ ମେୟର ପ୍ରମୋଦ ଦୁବେ ପୁଲିସରେ ଅଭିଯୋଗ କରିଛନ୍ତି। ଏହାପରେ ତାଙ୍କ ନାଁରେ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ପାଇଁ ମାମଲା ହୋଇଛି। ରାଜ୍ୟ କଂଗ୍ରେସ ମୁଖ୍ୟ ମୋହନ ମାରକମ ସନ୍ଥ କାଳୀଚରଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ : ଧର୍ମ ସଂସଦରେ ନରସଂହାର ବୟାନ;ସିଜେଆଇଙ୍କୁ ଚିଠି ଲେଖିଲେ ୭୬ ଓକିଲ

ସୋଶାଲ ମିଡିଆରେ କାଳୀଚରଣ ଦେଇଥିବା ବୟାନର କିଛି ଅଂଶ ଭାଇରାଲ ହେବାରେ ଲାଗିଛି। ଏଥିରେ ରାଜନୀତି ଦ୍ୱାରା କ୍ଷମତା ଦଖଲ କରିବା ହିଁ ଇସଲାମର ଏକାମାତ୍ର ଲକ୍ଷ୍ୟ।  ଏହାକୁ ଯେମିତି ହେଲେ ରୋକିବାକୁ ପ୍ରୟାସ କରାଯିବା ଦରକାର ବୋଲି କାଳୀଚରଣ କହିଛନ୍ତି। ଏଥିସହ ମୋହନଦାସ କରମଚାନ୍ଦ ଗାନ୍ଧି(ମହାତ୍ମା ଗାନ୍ଧି) ଦେଶକୁ ଧ୍ୱଂସ କରିଦେଇଥିଲେ ଓ ତାଙ୍କୁ ହତ୍ୟା କରିଥିବା ନାଥୁରାମକୁ ସେ ସଲାମ କରୁଛନ୍ତି ବୋଲି କହିଛନ୍ତି। ହିନ୍ଦୁତ୍ୱର ସୁରକ୍ଷା ପାଇଁ ଲୋକମାନେ ହିନ୍ଦୁ ନେତାଙ୍କୁ ନିର୍ବାଚିତ କରନ୍ତୁ ବୋଲି ମଧ୍ୟ କାଳୀଚରଣ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଏହାବାଦ ସେ ହିନ୍ଦୁରାଷ୍ଟ୍ର ଗଠନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି।

ଏହି ସମୟରେ ଧର୍ମ ସଂସଦରେ ସାମିଲ ହୋଇ ଷ୍ଟେଜରେ ବସିଥିବା ଦୁଧାଧାରୀ ମନ୍ଦିରର ମହନ୍ତ ରାମସୁନ୍ଦର ଦାସ ଖୁବ ରାଗି ଯାଇଥିଲେ। ସେ କାଳୀଚରଣଙ୍କ ବୟାନକୁ ବିରୋଧ କରିବା ସହ ଷ୍ଟେଜ ଛାଡ଼ି ଚାଲି ଯାଇଥିଲେ।


ସେ କହିଛନ୍ତି, “ମହାତ୍ମା ଗାନ୍ଧିଙ୍କୁ ଷ୍ଟେଜରେ ଅପମାନିତ କରାଯାଇଥିଲା ଓ ମୁଁ ଏହାକୁ ବିରୋଧ କରିଛି। ଏହା କେବେ ହେଲେ ସନାତନ ଧର୍ମର ପରିଚୟ ନୁହେଁ। ସେହିପରି ଧର୍ମ ସଂସଦ ଭଳି ଗୋଟିଏ ସଭାରେ ଏପରି ଶବ୍ଦ ପ୍ରୟୋଗ କରିବା ଆଦୌ ଗ୍ରହଣୀୟ ନୁହେଁ। କାଳୀଚରଣ ଏପରି ଶବ୍ଦ ପ୍ରୟୋଗ କରିବା ବେଳେ ଧର୍ମ ସଂସଦର ଆୟୋଜକମାନେ କେଉଁଠି ଥିଲେ?

କାହିଁକି ସେମାନେ ଏହା ବିରୋଧରେ ସ୍ୱର ଉଠାଲେନି। ଏହି ଦେଶରେ ୩୦ କୋଟି ମୁସଲିମ ଓ ୧୫ କୋଟି ଖ୍ରୀଷ୍ଟିୟାନ ରହୁଛନ୍ତି। କ’ଣ ଏହା ଆପଣମାନଙ୍କ କଥାରେ ହିନ୍ଦୁ ରାଷ୍ଟ୍ର ହୋଇଯିବ? ମୁଁ ଏହି କାର୍ଯ୍ୟକ୍ରମରେ କୌଣସି ପ୍ରକାରର ସାମିଲ ନାହିଁ।”

ଏହି ଘଟଣା କେବଳ ଛତିଶଗଡ଼ରେ ସୀମିତ ନାହିଁ। ମହାରାଷ୍ଟ୍ରରେ ମଧ୍ୟ କାଳୀଚରଣଙ୍କୁ ତୀବ୍ର ବିରୋଧ କରାଯାଇଛି। ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲିକ ଟ୍ୱିଟ କରି କାଳୀଚରଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe