Advertisment

ତାଲିବାନ ବିଜୟକୁ ସ୍ୱାଧୀନତା ଆନ୍ଦୋଳନ ସହ ତୁଳନା କଲେ ସମାଜବାଦୀ ପାର୍ଟି ସାଂସଦ

ଲକ୍ଷ୍ନୌ: ତାଲିବାନ ଏବେ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି। ଏହାକୁ ଆମ ଦେଶର ସ୍ୱାଧୀନତା ଆନ୍ଦୋଳନ ସହିତ ତୁଳନା କରିଛନ୍ତି ସମାଜବାଦୀ ପାର୍ଟିର ସମ୍ଭଲ ଲୋକସଭାର ସାଂସଦ ଶଫିକୁର ରେହମାନ ବର୍କ। ଏବେ ଏପରି ତୁଳନା କରିବା ତାଙ୍କ ପାଇଁ ମହଙ୍ଗା ହୋଇଛି। ସମ୍ଭଲର ବିଜେପି ନେତା ରାଜେଶ ସିଂଘଲ ଏ ନେଇ ସାଂସଦ ବର୍କଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। କିନ୍ତୁ ସୋଶାଲ ମିଡିଆରେ ସମାଜବାଦୀ ପାର୍ଟିର ଏହି ସାଂସଦଙ୍କୁ ଅନେକ ଲୋକ ସମାଲୋଚନା କରିଛନ୍ତି। […]

ଅଦ୍ୟତନ ହୋଇଛି
ତାଲିବାନ ବିଜୟକୁ ସ୍ୱାଧୀନତା ଆନ୍ଦୋଳନ ସହ ତୁଳନା କଲେ ସମାଜବାଦୀ ପାର୍ଟି ସାଂସଦ

MP-Shafiqur-Rehman-Barq

Advertisment

ଲକ୍ଷ୍ନୌ: ତାଲିବାନ ଏବେ ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି। ଏହାକୁ ଆମ ଦେଶର ସ୍ୱାଧୀନତା ଆନ୍ଦୋଳନ ସହିତ ତୁଳନା କରିଛନ୍ତି ସମାଜବାଦୀ ପାର୍ଟିର ସମ୍ଭଲ ଲୋକସଭାର ସାଂସଦ ଶଫିକୁର ରେହମାନ ବର୍କ। ଏବେ ଏପରି ତୁଳନା କରିବା ତାଙ୍କ ପାଇଁ ମହଙ୍ଗା ହୋଇଛି। ସମ୍ଭଲର ବିଜେପି ନେତା ରାଜେଶ ସିଂଘଲ ଏ ନେଇ ସାଂସଦ ବର୍କଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି। କିନ୍ତୁ ସୋଶାଲ ମିଡିଆରେ ସମାଜବାଦୀ ପାର୍ଟିର ଏହି ସାଂସଦଙ୍କୁ ଅନେକ ଲୋକ ସମାଲୋଚନା କରିଛନ୍ତି। ବଢ଼ୁଥିବା ଜନ ଅସନ୍ତୋଷକୁ ଦେଖି ନିଜ ମତ ପରିବର୍ତ୍ତନ କରିଛନ୍ତି ଏହି ସାଂସଦ। ସେ କହିଛନ୍ତି, ଏପରି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନୀତିକୁ ସେ ସମର୍ଥନ କରିବେ।

Advertisment

ସୋମବାର ସମାଜବାଦୀ ପାର୍ଟି ସାଂସଦ ଶଫିକୁର ରେହମାନ କହିଛନ୍ତି, "ଯେତେବେଳେ ଭାରତ ବ୍ରିଟିଶ ଶାସନ ଅଧୀନରେ ଥିଲା, ସେତେବେଳେ ଆମ ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲା। ବର୍ତ୍ତମାନ ତାଲିବାନ ନିଜ ଦେଶକୁ ମୁକ୍ତ ଏବଂ ସ୍ୱାଧୀନ କରିବାକୁ ଚାହୁଁଛି। ତାଲିବାନ ଏକ ଶକ୍ତି ଯାହା ରୁଷିଆ ଏବଂ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ପ୍ରବେଶ କରିବାକୁ ଅନୁମତି ଦିଏ ନାହିଁ। ଆଫଗାନିସ୍ତାନର ସ୍ୱାଧୀନତା ତାଙ୍କର ଏହା ବ୍ୟକ୍ତିଗତ ପ୍ରସଙ୍ଗ। ଆଫଗାନିସ୍ତାନରେ ଆମେରିକା କାହିଁକି ଶାସନ କରିବ? ତାଲିବାନ ସେଠାରେ ଏକ ଶକ୍ତି। ଆଫଗାନିସ୍ତାନ ଲୋକମାନେ ତାଲିବାନ ନେତୃତ୍ୱରେ ସ୍ୱାଧୀନତା ପାଇବାକୁ ଚାହୁଁଛନ୍ତି।"

ସମାଜବାଦୀ ପାର୍ଟି ସାଂସଦଙ୍କ ଏପରି ମନ୍ତବ୍ୟକୁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ.ପି ମୌର୍ଯ୍ୟା ସମାଲୋଚନା କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ଏହି ସମାଜବାଦୀ ପାର୍ଟି ନେତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସମାଜବାଦୀ ପାର୍ଟି ଯାହା ପାରୁଛି କହୁଛି, ଯଦି ତାଲିବାନ ଉପରେ ସମାଜବାଦୀ ପାର୍ଟି ଏପରି ବିବୃତ୍ତି ଦେବ, ତା'ହେଲେ ଇମ୍ରାନ ଖାନ ଏବଂ ଏହି ସମାଜବାଦୀ ପାର୍ଟି ନେତାଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ରହିଲା ବୋଲି ମୌର୍ଯ୍ୟ ପଚାରିଛନ୍ତି।

Advertisment

କିନ୍ତୁ ବଢ଼ୁଥିବା ଅସନ୍ତୋଷକୁ ଦେଖି ମଙ୍ଗଳବାର ଶଫିକୁର ରେହମାନ ବର୍କ କହିଛନ୍ତି, ତାଲିବାନକୁ ନେଇ ମୋଦି ସରକାର ଏଯାଏ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ମୋଦି ସରକାର ତାଲିବାନ ପ୍ରସଙ୍ଗରେ ଯେଉଁ ନୀତି ଆପଣାଇବେ ତାକୁ ଆମେ ଗ୍ରହଣ କରିବୁ।

ସାଂସଦ ଶଫିକୁର ରହମାନ ବୁର୍କ ଆହୁରି କହିଛନ୍ତି ଯେ ମୋଦି ସରକାରରେ ମୁସଲମାନଙ୍କ ସହ ଅତ୍ୟାଚାର ହେଉଛି। କିନ୍ତୁ ମୁସଲମାନ ଦେଶ ସହ ଅଛନ୍ତି। ଉତ୍ତରପ୍ରଦେଶ ସରକାର ଜିଲ୍ଲାର ନାମ ବଦଳାଉଛନ୍ତି। ଏପରି କଲେ କିନ୍ତୁ ହିନ୍ଦୁସ୍ତାନର ନାଁ ବଦଳିବ ନାହିଁ। ହିନ୍ଦୁସ୍ତାନ ହିନ୍ଦୁସ୍ତାନ ରହିବ। ବିଜେପିର ଏପରି ଆଭିମୁଖ୍ୟ ଆଗାମୀ ଦିନରେ ତାକୁ ବୁଡାଇ ଦେବ।

Afganistan Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe