/odisha-reporter/media/post_attachments/uploads/2023/01/cash.jpg)
cash
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଅପରାହ୍ନର ପ୍ରବଳ ଭିଡ଼ରେ ବି ଜଣେ ଲୁଟେରା ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି କରି ଏଟିଏମ କ୍ୟାଶ ଭ୍ୟାନରୁ ୮ ଲକ୍ଷ ଟଙ୍କା ଲୁଟି ନେଇଛି। ଗୁଳିମାଡ଼ରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି।
ଦିଲ୍ଲୀର ୱାଜିରାବାଦ ଅଞ୍ଚଳର ଜଗତପୁର ପ୍ଲାଏ ଓଭର ନିକଟରେ ଏହି ବଡ଼ଧରରଣ ଲୁଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଟଙ୍କା ସହ ଭ୍ୟାନଟି ଏଠାରେ ଥିବା ଆଇସିଆଇସିଆଇର ଗୋଟିଏ ଏଟିଏମ ବାହାରେ ଛିଡ଼ା ହୋଇଥିଲା। ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଅଧିକାରୀମାନେ ଯାଞ୍ଚ କରୁଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଥିଲା।
କେହି କିଛି ବୁଝିବା ଆଗରୁ ଉକ୍ତ ବ୍ୟକ୍ତି ଜଣକ ସିକ୍ୟୁରିଟି ଗାର୍ଡଙ୍କୁ ପଛ ପଟୁ ଗୁଳି କରିଥିଲା ଓ ଭ୍ୟାନରେ ଥିବା ୮ ଲକ୍ଷ ଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଗୁଳିମାଡ଼ ଯୋଗୁ ତଳେ ପଡ଼ିଥିବା ୫୫ ବର୍ଷୀୟ ସିକ୍ୟୁରିଟି ଗାର୍ଡ ଜୟ ସିଂହଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଡିସିପି(ଉତ୍ତର) ସାଗର ସିଂହ କଲସି କହିଛନ୍ତି, “ଅପରାହ୍ନ ପ୍ରାୟ ୪.୫୦ ମିନିଟରେ ଭ୍ୟାନଟି ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଆସିଥିବା ବେଳେ ପୂରା ଘଟଣା ଘଟିଛି। ଭ୍ୟାନଟି ଏଟିଏମ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଜଣେ ବ୍ୟକ୍ତି ପଛ ପଟୁ ଆସିଥିଲା। ଏହାପରେ ସିକ୍ୟୁରିଟି ଗାର୍ଡକୁ ଗୁଳି କରି ଟଙ୍କା ନେଇ ଫେରାର ହୋଇଯାଇଥିଲା। ଲୁଟେରାକୁ ଧରିବା ପାଇଁ ଏକାଧିକ ଟିମ ଗଠନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଉଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
