Advertisment

ଏନଏସଇର ପୂର୍ବତନ ସିଇଓ ଚିତ୍ରାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ସିବିଆଇ ଗିରଫ କରିଛି। ତାଙ୍କର ଆଗୁଆ ଜାମିନ ଖାରଜ ହୋଇଗଲା ପରେ ରବିବାର ସିବିଆଇ ତାଙ୍କୁ ଗିରଫ କରିଛି। ୨୦୧୩ରୁ ୨୦୧୬ ମଧ୍ୟରେ ଚିତ୍ରା ଏନଏସଇର ସିଇଓ ଥିଲେ। ଏନଏସଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମନ୍ୟମ୍‌ଙ୍କ ସହ ବେଆଇନ କାରବାରରେ ସମ୍ପୃକ୍ତ ଥିବା ନେଇ  ୫୯ ବର୍ଷୀୟ ଚିତ୍ରା ସିବିଆଇ ରାଡ଼ାରରେ ଥିଲେ। ଏନଏସଇର ବହୁ ଗୋପନ ତଥ୍ୟ ଲିକ୍‌ କରିବାହ ନେଇ ଚିତ୍ରାଙ୍କ […]

ଅଦ୍ୟତନ ହୋଇଛି
ଏନଏସଇର ପୂର୍ବତନ ସିଇଓ ଚିତ୍ରାଙ୍କୁ ଗିରଫ କଲା ସିବିଆଇ

chitra-1

Advertisment

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ସିବିଆଇ ଗିରଫ କରିଛି। ତାଙ୍କର ଆଗୁଆ ଜାମିନ ଖାରଜ ହୋଇଗଲା ପରେ ରବିବାର ସିବିଆଇ ତାଙ୍କୁ ଗିରଫ କରିଛି। ୨୦୧୩ରୁ ୨୦୧୬ ମଧ୍ୟରେ ଚିତ୍ରା ଏନଏସଇର ସିଇଓ ଥିଲେ। ଏନଏସଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମନ୍ୟମ୍‌ଙ୍କ ସହ ବେଆଇନ କାରବାରରେ ସମ୍ପୃକ୍ତ ଥିବା ନେଇ  ୫୯ ବର୍ଷୀୟ ଚିତ୍ରା ସିବିଆଇ ରାଡ଼ାରରେ ଥିଲେ। ଏନଏସଇର ବହୁ ଗୋପନ ତଥ୍ୟ ଲିକ୍‌ କରିବାହ ନେଇ ଚିତ୍ରାଙ୍କ ନାମରେ ଅଭିଯୋଗ ରହିଛି।  ଯୋଗୀ ନାମରେ ହିମାଳୟରେ ରହୁଥିବା ଆନନ୍ଦ ସୁବ୍ରମନ୍ୟମ୍‌ଙ୍କୁ ଚିତ୍ରା ଇମେଲ ମାଧ୍ୟମରେ ତଥ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଥିଲା

Advertisment

ତେବେ ଏହି ଯୋଗୀ ଜଣକ ଆନନ୍ଦ ସୁବ୍ରମନ୍ୟମ୍‌ ବୋଲି ସନ୍ଦେହ କରାଯାଉଥିଲା। ପରେ ପୁଲିସ ତାଙ୍କୁ ଗତ ମାସରେ ଗିରଫ କରିଥିଲା। ଅନନ୍ୟ ପକ୍ଷରେ ନିଜ ପଦର ଦୁରୁପଯୋଗ ଓ ଏନଏସଇର ଗୁରୁତ୍ୱପୂର୍ଣ୍ଣ ତଥ୍ୟର ପ୍ରଘଟ ଅଭିଯୋଗରେ ଚିତ୍ରାଙ୍କୁ ପୂର୍ବରୁ  ସିବିଆଇ ଜେରା କରିଥିଲା। ଚିତ୍ରା ଏନଏସଇର କୋ-ଲୋକସନ ବ୍ୟବସ୍ଥାର ଦୁରୁପଯୋଗ କରି ଷ୍ଟକ ମାର୍କେଟ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଗୁଆ ପ୍ରଘଟ କରୁଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ଦିଲ୍ଲୀ ସିବିଆଇ  ଓପିଜି ସିକ୍ୟୁରିଟିଜର ପ୍ରମୋଟର ସଂଜୟ ଗୁପ୍ତାଙ୍କ ନାଁରେ ବି ମାମଲା ରୁଜ୍ଜୁ କରିଛି ।

ଏନଏସଇର କେତେକ କର୍ମଚାରୀଙ୍କ ସହଯୋଗରେ ଓପିଜି ସିକ୍ୟୁରିଟି ଏନଏସଇର ସର୍ଭରରେ ଅନୁପ୍ରବେଶ କରିବା ସହ ଗୁରୁତ୍ୱପୂର୍ଣ୍ଣ  ତଥ୍ୟ ଚୋରାଉଥିଲା । ଗତ ଫେବ୍ରୁଆରି ୧୧ରେ ଚିତ୍ରା ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଥିଲେ। ସେବି ପକ୍ଷରୁ କରାଯାଇଥିବା ଏକ ତଦନ୍ତରୁ ଜଣାପଡ଼ିଥିଲା ଯେ, ସେ ହିମାଳୟର ଜଣେ ଯୋଗୀଙ୍କ ନିର୍ଦ୍ଦେଶରେ ଏନଏସଇର ଚିତ୍ରା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ।  ଏହା ପରେ ସେବି ଚିତ୍ରାଙ୍କ ଉପରେ ୩ କୋଟିର ଜରମାନା ଲଗାଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe