Advertisment

ରେଳବାଇ ନିଯୁକ୍ତି ସ୍କାମ: ଲାଲୁ ପ୍ରସାଦ ଓ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ସିବିଆଇ ଆଜି ଚାର୍ଜଶିଟ ଦାଖଲ କାରିଛି। ଚାର୍ଜଶିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ଶାସନ ସମୟରେ ରେଳମନ୍ତ୍ରୀ ରହିଥିଲେ। ଲାଲୁଙ୍କ ମନ୍ତ୍ରିତ୍ୱ ସମୟରେ ରେଳବାଇ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ଲାଲୁଙ୍କ ବ୍ୟତୀତ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କ ନାଁ ରହିଛି। ଉଭୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ। […]

ରେଳବାଇ ନିଯୁକ୍ତି ସ୍କାମ: ଲାଲୁ ପ୍ରସାଦ ଓ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ

CBI

Advertisment

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ସିବିଆଇ ଆଜି ଚାର୍ଜଶିଟ ଦାଖଲ କାରିଛି। ଚାର୍ଜଶିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ଶାସନ ସମୟରେ ରେଳମନ୍ତ୍ରୀ ରହିଥିଲେ। ଲାଲୁଙ୍କ ମନ୍ତ୍ରିତ୍ୱ ସମୟରେ ରେଳବାଇ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା।

Advertisment

ଏହି ଘଟଣାରେ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ଲାଲୁଙ୍କ ବ୍ୟତୀତ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କ ନାଁ ରହିଛି। ଉଭୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ। ସେମାନଙ୍କ ପୁଅ ତେଜସ୍ୱୀ ଯାଦବ ଏବେ ବିହାରର ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଛନ୍ତି।

ରେଳବାଇ ଚାକିରି ନାଁରେ ଲାଲୁ ଆଣ୍ଡ କୋ ପ୍ରାର୍ଥୀଙ୍କ ଠାରୁ ଜମି ନେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସିବିଆଇ ଚଳିତ ବର୍ଷ ମେ’ ୧୮ ତାରିଖରେ ଲାଲୁ, ରାବ୍ରୀ ଦେବୀ, ଦୁଇ ଝିଅ ମିଶା ଭାରତୀ ଓ ହେମା ଯାଦବଙ୍କ ବ୍ୟତୀତ ଚାକିରି ପାଇଥିବା ୧୨ ଜଣଙ୍କ ନାଁରେ ଏଫଆଇଆର କରିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତ ଏବେ ଜାମିନରେ ଅଛନ୍ତି।

Advertisment

ଏହି ଦୁର୍ନୀତୀ ୨୦୦୪ରୁ ୨୦୦୯ ମଧ୍ୟରେ ହୋଇଥିଲା। ଲାଲୁ ପ୍ରସାଦ ରେଳ ମନ୍ତ୍ରୀ ଥିବା ବେଳେ ଚାକିରି ଆଶାୟୀଙ୍କ ଠାରୁ ଜମି ଓ ପ୍ଲଟ ନେଇଥିଲେ। ପାଟନାରେ ପ୍ରାୟ ୧ ଲକ୍ଷ ବର୍ଗ ଫୁଟରୁ ଅଧିକ ଜମି ଲାଲୁ ପ୍ରସାଦ ଓ ତାଙ୍କ ପରିବାର ସଦସ୍ୟ ହାତେଇଥିବା ସିବିଆଇ ଅଭିଯୋଗ କରିଛି। ଏହି ଦୁର୍ନୀତି ଘଟଣାରେ ଲାଲୁ ପ୍ରସାଦଙ୍କ ସହଯୋଗୀ ଭୋଳା ଯାଦବଙ୍କୁ ସିବିଆଇ ଗିରଫ କରିଛି।

ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଭୋଳା ତାଙ୍କ ଓଏସ୍‌ଡି ଭାବେ କାମ କରୁଥିଲେ। ସିବିଆଇର କହିବା କଥା, ଭୋଳା ଯାଦବ ଏହି ଘଟଣାର କିଙ୍ଗପିନ। ତାଙ୍କୁ ଦିଲ୍ଲୀରେ ସିବିଆଇ ଏକାଧିକ ଥର ଜେରା କରିବା ପରେ ଶେଷରେ ଗିରଫ କରିଥିଲା।

ଏବେ ଚାର୍ଜଶିଟରେ ସିବିଆଇ ଲାଲୁ ଓ ତାଙ୍କ ପରିବାର ଲୋକଙ୍କ ନାଁ ଉଲ୍ଲେଖ କରିଥିବାରୁ ଆଗକୁ ଗିରଫଦାରୀର ମଧ୍ୟ ଆଶଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe