Advertisment

୭ ଦିନ ଧରି ଚିତ୍ରାଙ୍କୁ ଘାଣ୍ଟିବ ସିବିଆଇ

ନୂଆଦିଲ୍ଲୀ: ଠକେଇ ଓ ହିମାଳୟର ଜଣେ ତଥାକଥିତ ଯୋଗୀଙ୍କୁ ତଥ୍ୟ ପ୍ରଦାନ ଘଟଣାରେ ଗିରଫ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ଅଡ଼ୁଆ ବଢ଼ିଛି। ରବିବାର ସିବିଆଇ ତାଙ୍କୁ ଏହି ମାମଲାରେ ଦିଲ୍ଲୀରୁ ଗିରଫ କରିଥିଲା। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ଏବେ ସିବିଆଇ ତାଙ୍କୁ ୭ ଦିନ କାଳ ଜେରା କରି ପୂରା ଘଟଣାର ମୂଳରେ ପହଞ୍ଚିବ ବୋଲି ସମସ୍ତେ ଆଶା ରଖିଛନ୍ତି। କୋର୍ଟ […]

ଅଦ୍ୟତନ ହୋଇଛି
୭ ଦିନ ଧରି ଚିତ୍ରାଙ୍କୁ ଘାଣ୍ଟିବ ସିବିଆଇ

chitra

Advertisment

ନୂଆଦିଲ୍ଲୀ: ଠକେଇ ଓ ହିମାଳୟର ଜଣେ ତଥାକଥିତ ଯୋଗୀଙ୍କୁ ତଥ୍ୟ ପ୍ରଦାନ ଘଟଣାରେ ଗିରଫ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ଅଡ଼ୁଆ ବଢ଼ିଛି। ରବିବାର ସିବିଆଇ ତାଙ୍କୁ ଏହି ମାମଲାରେ ଦିଲ୍ଲୀରୁ ଗିରଫ କରିଥିଲା। ଆଜି ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ଏବେ ସିବିଆଇ ତାଙ୍କୁ ୭ ଦିନ କାଳ ଜେରା କରି ପୂରା ଘଟଣାର ମୂଳରେ ପହଞ୍ଚିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Advertisment

କୋର୍ଟ ଚିତ୍ରାଙ୍କୁ ରିମାଣ୍ଡରେ ପଠାଇବା ବେଳେ କେତେକ ସର୍ତ୍ତ ରଖିଛନ୍ତି। ସିବିଆଇ ତାଙ୍କୁ ଜେରା ବେଳେ ଉକ୍ତ ପ୍ରକୋଷ୍ଠରେ ସିସିଟିଭି ଲଗାଇବ। ପୂରା ଜେରା ପ୍ରକ୍ରିୟା ସିସିଟିଭରେ ରେକର୍ଡ କରାଯିବ। ଚିତ୍ରାଙ୍କୁ ତାଙ୍କ ଓକିଲ ସବୁଦିନ ସନ୍ଧ୍ୟା ବେଳେ ଭେଟିପାରିବେ। ସେହିପରି ପ୍ରତି ୨୪ ଘଣ୍ଟାରେ ଥରେ ସିବିଆଇ ପକ୍ଷରୁ ଚିତ୍ରାଙ୍କ ମେଡିକାଲ ଟେଷ୍ଟ କରାଯିବ ବୋଲି କୋର୍ଟ କହିଛନ୍ତି।

ଶୁଣାଣି ବେଳେ ସିବିଆଇ ଓକିଲ କହିଥିଲେ ଯେ “ଚିତ୍ରା ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି। ସନ୍ଦେହଜନକ ଅବସ୍ଥାରେ ଥିବା ପ୍ରାୟ ୨୫ଶହ ଇ-ମେଲ ବାବଦରେ ତାଙ୍କୁ ପଚରାଉଚରା କରିବାର ଅଛି। ଚିତ୍ରା ଏନଏସ୍‌ଇର ପୂର୍ବତନ କର୍ମଚାରୀ ସୁବ୍ରମନ୍ୟମଙ୍କ ସହ ତାଙ୍କର ଥିବା ସମ୍ପର୍କ ବିଷୟରେ ଖୁଲାସା କରୁନାହାନ୍ତି। ଏପରି କି ସେ ସୁବ୍ରମନ୍ୟମଙ୍କୁ ଚିହ୍ନି ନାହାନ୍ତି ବୋଲି କହୁଛନ୍ତି।”

Advertisment

ତେବେ କୋର୍ଟ ଘଟଣାର ତଦନ୍ତ ଧୀରେଧୀରେ ବଢ଼ୁଥିବାରୁ ସିବିଆଇକୁ ସମାଲୋଚନା କରିଛନ୍ତି। ଏଥିସହ ଏଫଆଇଆରରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ କାହିଁକି ଏଯାଏ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, “ଏଫଆଇଆରରେ ନାଁ ଥିବା ଅନ୍ୟ ଅଭିଯୁକ୍ତମାନେ କୁଆଡ଼େ ଗଲେ? ସେମାନେ ହେଉଛନ୍ତି ପ୍ରକୃତ ହିତାଧିକାରୀ। ସେମାନଙ୍କ ସ୍ଥିତାବସ୍ଥା କ’ଣ? ଘଟଣାକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଫଆଇଆର ଏବେ ଶୀତଳଭଣ୍ଡାରରେ ପଡ଼ିଛି।”

୨୦୧୩ରୁ ୨୦୧୬ ଯାଏ ଚିତ୍ରା ଏନଏସଇର ସିଇଓ ଭାବେ କାର୍ଯ୍ୟ କରିଥିଲେ। ତେବେ ଏହି ସମୟରେ ସେ ହିମାଳୟରେ ଜଣେ ଯୋଗୀଙ୍କୁ ଏନଏସ୍‌ଇର ସବୁ ଗୁପ୍ତ ତଥ୍ୟ ଦେଉଥିଲେ। ଏପରି କି ତାଙ୍କ କଥାରେ ଏନଏସ୍‌ଇରେ ନିଯୁକ୍ତି ଓ ପ୍ରମୋସନ ମଧ୍ୟ ହେଉଥିଲା।

ସିବିଆଇ ତଦନ୍ତ ବେଳେ ଏନଏସଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମନ୍ୟମ୍‌ ହିଁ ହିମାଳୟର ତଥା କଥିତ ଯୋଗୀ ବୋଲି ଜାଣିବାକୁ ପାଇଥିଲା। ଏହାପରେ ଗତ ସପ୍ତାହରେ ତାଙ୍କୁ ଗିରଫ କରାଯାଇଛି

ସୁବ୍ରମନ୍ୟମ ଗିରଫ ହେବା ପରେ ସିବିଆଇ ଚିତ୍ରାଙ୍କୁ ପଦର ଅପବ୍ୟବହାର ଓ ଏନଏସଇର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ ଅଭିଯୋଗରେ ଜେରା ଆରମ୍ଭ କରିଥିଲା। ତାଙ୍କ ବିରୋଧରେ ପ୍ରମାଣ ମିଳିବାରୁ ସିବିଆଇ ତାଙ୍କୁ ଗିରଫ କରିଛି।

ଏହି ମାମଲାରେ ଓପିଜି ସିକ୍ୟୁରିଟିଜର ପ୍ରମୋଟର ସଂଜୟ ଗୁପ୍ତାଙ୍କ ନାଁରେ ବି ରହିଛି। ଏନଏସଇର କେତେକ କର୍ମଚାରୀଙ୍କ ସହଯୋଗରେ ଓପିଜି ସିକ୍ୟୁରିଟି ଏନଏସଇର ସର୍ଭରରେ ଅନୁପ୍ରବେଶ କରିବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିଛି।

Cbi Raid CBI Investigation Chitra Ramkrishna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe